ETV Bharat / bharat

ମଦ ପିଇ ଲୋକପାଇଲଟ ଗିରଫ, ପ୍ଲାଟଫର୍ମରେ ଦେଢ ଘଣ୍ଟା ଅଟକି ରହିଲା ଟ୍ରେନ

ଟ୍ରେନକୁ ପ୍ଲାଟଫର୍ମରେ ଛିଡା କରି ମଦ ପିଇ ଗିରଫ ହେଲେ ସହକାରୀ ଲୋକପାଇଲଟ । ଦେଢ ଘଣ୍ଟା ପ୍ଲାଟଫର୍ମରେ ଅଟକିବା ପରେ ଅନ୍ୟ ଜଣେ ଲୋକପାଇଲଟଙ୍କ ସହଯୋଗରେ ଗଡିଲା ଟ୍ରେନ । ଅଧିକ ପଢନ୍ତୁ

author img

By

Published : May 3, 2022, 10:10 PM IST

ମଦ୍ୟ ପିଇ ଲୋକପାଇଲଟ ଗିରଫ, ପ୍ଲାଟଫର୍ମରେ ଦେଢ ଘଣ୍ଟା ଅଟକି ରହିଲା ଟ୍ରେନ

ପାଟନା: ପ୍ଲାଟଫର୍ମରେ ପ୍ରାୟ ଦେଢଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଅଟକି ରହିଲା ଯାତ୍ରୀବାହୀ ଟ୍ରେନ । ତେବେ ଏହା କୌଣସି ଦୁର୍ଘଟଣା କି ବୈଷୟିକ ତ୍ରୁଟି କାରଣରୁ ନୁହେଁ ବରଂ ପ୍ରକୃତ କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ବର୍ଯ୍ୟ ହୋଇଯିବେ । ଟ୍ରେନର ସହକାରୀ ଲୋକପାଇଲଟ ଇଞ୍ଜିନ ଛାଡି ମଦ୍ୟପାନ କରି ଗିରଫ ହେବା ପରେ ଏପରି ଅପ୍ରତ୍ୟାଶିତ ସ୍ଥିତି ସୃଷ୍ଟି ହୋଇଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିହାରର ହାସନପୁର ରେଳ ଷ୍ଟେସନରେ ।

ସୂଚନା ଅନୁସାରେ ସମସ୍ତିପୁର-ସାହାରା ଏକ୍ସପ୍ରେସ (05278) ଗତକାଲି (ସୋମବାର) ସନ୍ଧ୍ୟାରେ ନିଜ ନିର୍ଦ୍ଧାରିତ ସମୟରେ ବିହାରର ହାସନପୁର ରେଳ ଷ୍ଟେସନରେ ପହଞ୍ଚିଥିଲା । ଟ୍ରେନ୍ ପ୍ଲାଟଫର୍ମରେ ପହଞ୍ଚିବା ପରେ ଟ୍ରେନର ସହକାରୀ ଲୋକୋପାଇଲଟ କରମବୀର ଯାଦବ କିଛି ସମୟ ମଧ୍ୟରେ ଚା’ ପାନ କରି ଫେରିବେ ବୋଲି ନିଜ ସହକର୍ମୀଙ୍କ କହି ଷ୍ଟେସନ ବାହାରକୁ ଯାଇଥିଲେ । ଷ୍ଟେସନ ବାହାରେ ସେ ମଦ୍ୟପାନ କରିବା ସହ ଅନ୍ୟମାନଙ୍କ ସହ ଝଗଡା ମଧ୍ୟ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ ଥାନାକୁ ଉଠାଇ ନେବା ସହ ତଦନ୍ତରୁ ସେ ଜଣେ ଟ୍ରେନ ଲୋକୋପାଇଲଟ ବୋଲି ପୋଲିସ ଜାଣିବାକୁ ପାଇଲା ।

ପରେ ନିଶାଶକ୍ତ ଲୋକପାଇଲଟ କରମବୀରଙ୍କ ଠାରୁ ଏକ ମଦ ବୋତଲ ଜବତ କରାଯାଇଥିଲା । ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅନ୍ୟପଟେ ଷ୍ଟେସନରେ ଛିଡା ହୋଇଥିବା ଟ୍ରେନଟି ପ୍ରାୟ ଦେଢ ଘଣ୍ଟା ଧରି ପ୍ଲାଟଫର୍ମରେ ଅଟକି ରହିଥିଲା । ଘଟଣା ସମ୍ପର୍କରେ ଜଣାପଡିବା ପରେ ଷ୍ଟେଷନ ମାଷ୍ଟରଙ୍କ ହସ୍ତକ୍ଷେପ ପରେ ଛୁଟିରେ ଥିବା ଅନ୍ୟ ଜଣେ ଲୋକୋପାଇଲଟଙ୍କ ସହଯୋଗରେ ଟ୍ରେନଟି ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥିଲା । ତେବେ ଘଟଣା ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଟ୍ରେନ ଯାତ୍ରୀଙ୍କମାନେ ଘଟଣାକୁ ନିନ୍ଦା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.