ETV Bharat / bharat

Assembly polls 2022: କୌଣସି ଦଳକୁ ସମର୍ଥନ କରୁନି କହିଲେ ଟିକାୟତ

ପାଖଉଛି ୫ ରାଜ୍ୟର ବିଧାନସଭା ନିର୍ବାଚନ । ବଢୁଛି ନିର୍ବାଚନୀ ଉଷ୍ମତା । କୌଣସି ରାଜନୈତିକ ଦଳକୁ ସମର୍ଥନ କରୁନଥିବା କହିଛନ୍ତି ଭାରତୀୟ କିଶାନ ୟୁନିୟନ ନେତା ରାକେଶ ଟିକାୟତ (Rakesh Tikait denies extending support to any political party) । ଅଧିକ ପଢନ୍ତୁ

କୌଣସି ଦଳକୁ ସମର୍ଥନ କରୁନି କହିଲେ ଟିକାୟତ
କୌଣସି ଦଳକୁ ସମର୍ଥନ କରୁନି କହିଲେ ଟିକାୟତ
author img

By

Published : Jan 19, 2022, 1:06 PM IST

ଲକ୍ଷ୍ନୌ: ପାଖଉଛି ୫ ରାଜ୍ୟର ବିଧାନସଭା ନିର୍ବାଚନ । ବଢୁଛି ନିର୍ବାଚନୀ ଉଷ୍ମତା । କୌଣସି ରାଜନୈତିକ ଦଳକୁ ସମର୍ଥନ କରୁନଥିବା କହିଛନ୍ତି ଭାରତୀୟ କିଶାନ ୟୁନିୟନ ନେତା ରାକେଶ ଟିକାୟତ (Rakesh Tikait denies extending support to any political party) ।

କୃଷକଙ୍କ ତିନି ଦିନିଆ ଚିନ୍ତନ ଶିବିରରେ ଯୋଗ ଦେବା ପାଇଁ ମାଘ ମେଳାରେ ପହଞ୍ଚିଥିବା ଟିକାୟତ କହିଛନ୍ତି ଏହି ନିର୍ବାଚନରେ ଆମେ କେଉଁ ଦଳର ସମର୍ଥନରେ ନାହୁଁ । ଉତ୍ତରପ୍ରଦେଶରେ ରାଷ୍ଟ୍ରୀୟ ଲୋକ ଦଳ ସମାଜବାଦୀ ପାର୍ଟିକୁ ସମର୍ଥନ କରିବା ନେଇ ବିକେୟୁ ସଭାପତି ନରେଶ ଟିକାୟତଙ୍କ ଅନୁରୋଧ ପରେ ଏପରି ମନ୍ତବ୍ୟ ଦେଇଛନ୍ତି ରାକେଶ । କୌଣସି ଦଳକୁ ସମର୍ଥନ କରୁଥିବା କଥାକୁ ଅସ୍ବୀକାର କରିଛନ୍ତି ବିକେୟୁ ନେତା ରାକେଶ ଟିକାୟତ । କୃଷକଙ୍କ ଚିନ୍ତନ ଶିବିରରେ କୃଷକଙ୍କ ସମସ୍ୟା ଉପରେ ଆଲୋଚନା ହୋଇଥିବା କହିଛନ୍ତି ରାକେଶ ।

ଦେଶବ୍ୟାପୀ କୃଷକଙ୍କ ଆନ୍ଦୋଳନ ସମୟରେ ସରକାର ଏକ କମିଟି ଗଠନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ତାହା କରାଯାଇ ନାହିଁ। ଲଖିମପୁର ଖେରୀ ଘଟଣାରେ ଆମର ଅନେକ ଲୋକଙ୍କୁ ଜେଲକୁ ପଠାଯାଇଥିଲା । ଅଜୟ କୁମାର ମିଶ୍ରଙ୍କ ପଦ ସୁରକ୍ଷିତ ଅଛି । ଏହା ଏକ ବଡ ସମସ୍ୟା । ଏହି ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା ବୋଲି ରାକେଶ ଟିକାୟତ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ୧୩ ମାସ ଧରି ଜାରି ଥିବା ତିନି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ହୋଇଛି । ଏହା ସବୁଠାରୁ ଏକ ବଡ ବିଜୟ । ରାଜନୈତିକ ଦଳମାନେ ବର୍ତ୍ତମାନ ସେମାନଙ୍କ ବିଷୟରେ ଚିନ୍ତା କରୁଥିବା କହିଛନ୍ତି ଟିକାୟତ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.