ETV Bharat / bharat

ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିପର୍ଯ୍ୟୟ ପରେ ଖଡ଼ଗେ ଖପ୍ପା: ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ନେତାଙ୍କୁ ସମନ୍

author img

By ETV Bharat Odisha Team

Published : Dec 6, 2023, 7:58 PM IST

Kharge summons: ବିଧାନସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟକୁ ନେଇ ରାଗିଲେ ହାଇକମାଣ୍ଡ ମଲିକାର୍ଜୁନ ଖଡ଼ଗେ । ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ କଂଗ୍ରେସ ନେତାଙ୍କୁ ତାଗିଦ ସହ ଜାରି କଲେ ସମନ । ଅଧିକ ପଢ଼ନ୍ତୁ,

ବିଧାନସଭା ନିର୍ବାଚନରେ ବିପର୍ଯ୍ୟୟକୁ ନେଇ ଖଡ଼ଗେ ଖପ୍ପା: ତିନି ରାଜ୍ୟର ନେତାଙ୍କୁ ସମନ୍ ଜାରି

ନୂଆଦିଲ୍ଲୀ: ଚଳିତ ବିଧାନସଭା ନିର୍ବାଚନରେ ତିନିଟି ରାଜ୍ୟରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି କଂଗ୍ରେସ ପାର୍ଟି । ରାଜସ୍ଥାନ ଏବଂ ଛତିଶଗଡ଼ରେ କଂଗ୍ରେସ ସରକାରର ପତନ ଘଟିଥିବା ବେଳେ, ମଧ୍ୟପ୍ରଦେଶରେ ମଧ୍ୟ ପରାଜୟ ବରଣ କରିଛି କଂଗ୍ରେସ । ତିନି ତିନିଟି ରାଜ୍ୟରେ ଦଳର ଶୋଚନୀୟ ପରାଜୟ ପରେ, ରାଜ୍ୟସ୍ତରୀୟ ନେତାମାନଙ୍କ ଉପରେ ଖପ୍ପା ହୋଇଛନ୍ତି କଂଗ୍ରେସ ହାଇକମାଣ୍ଡ ମଲିକାର୍ଜୁନ ଖଡ଼ଗେ । ସେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ବରିଷ୍ଠ କଂଗ୍ରେସ ସାଂସଦ ଏବଂ ନେତା ମାନଙ୍କୁ ନୋଟିସ ଜାରି କରିଛନ୍ତି ।

ତିନି ରାଜ୍ୟରେ ପରାଜୟର ସମୀକ୍ଷା କରିଛନ୍ତି କଂଗ୍ରେସ ହାଇକମାଣ୍ଡ । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ବସିଥିଲା ସମୀକ୍ଷା ବୈଠକ । ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ଦଳ କାହିଁକି ହାରିଲା, ତାର ପୋଷ୍ଟମୋର୍ଟମ କରିଥିଲେ ଦଳର କେନ୍ଦ୍ରୀୟ ନେତୃତ୍ବ । ସମୀକ୍ଷା ପରେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ତୁଙ୍ଗ କଂଗ୍ରେସ ନେତାମାନଙ୍କୁ ସମନ କରିଛନ୍ତି ଖଡ଼ଗେ । ମଧ୍ୟପ୍ରଦେଶ ନେତାମାନଙ୍କୁ ଡିସେମ୍ବର 8 ତାରିଖରେ ଦିଲ୍ଲୀ ଡାକରା ହୋଇଥିବା ବେଳେ, ଡିସେମ୍ବର 9ରେ ରାଜସ୍ଥାନର ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ଡାକିଛନ୍ତି ହାଇକମାଣ୍ଡ ।

ବିଶେଷ ସୂତ୍ରରୁ ଜଣା ପଡ଼ିଛି ଯେ, ରାଜସ୍ଥାନ କଂଗ୍ରେସ ସମୀକ୍ଷା ବୈଠକରେ ସାମିଲ ହେବେ ରାଜ୍ୟ ଦାୟିତ୍ବରେ ଥିବା ଏଆଇସିସି ସାଧାରଣ ସମ୍ପାଦକ ସୁଖଜିନ୍ଦର ସିଂ ରାନ୍ଧୱା, ତିନିଜଣ ଡେପୁଟି କ୍କାଜି ନିଜାମୁଦ୍ଦିନ, ବୀରେନ୍ଦ୍ର ରାଠୋର ଏବଂ ଅମୃତା ଧାୱନ। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ, ପୂର୍ବତନ ବାଚସ୍ପତି ସିପି ଯୋଶୀ, ରାଜ୍ୟ ୟୁନିଟ ମୁଖ୍ୟ ଗୋବିନ୍ଦ ସିଂ ମଧ୍ୟ ବୈଠକରେ ସାମିଲ ହୋଇପାରନ୍ତି। ପୂର୍ବତନ ଉପମୁଖ୍ଯମନ୍ତ୍ରୀ ସଚିନ ପାଇଲଟ, ହରୀଶ ଚୌଧୁରୀ, ଗୋବିନ୍ଦ ରାମ ମେଘୱାଲ ଏବଂ ଜିତେନ୍ଦ୍ର ସିଂହଙ୍କ ଭଳି ବରିଷ୍ଠ ନେତାମାନେ ମଧ୍ଯ ଖଡ଼ଗେଙ୍କ ସମୀକ୍ଷା ବୈଠକରେ ଯୋଗଦେବାର କାର୍ଯ୍ଯକ୍ରମ ରହିଛି । ରାଜସ୍ଥାନରେ ମୋଟ 200 ଆସନ ମଧ୍ୟରୁ କଂଗ୍ରେସ ପାର୍ଟି 69ଟିରେ ବିଜୟୀ ହୋଇଥିବା ବେଳେ, ବିଜେପି 115 ଆସନରେ ବିଜୟୀ ହୋଇଛି।

ଗତ ନଭେମ୍ବର ମାସରେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥିଲା । ସେଗୁଡ଼ିକ ହେଲା ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମ । କେବଳ ତେଲେଙ୍ଗାନାକୁ ଛାଡ଼ିଦେଲେ ଅନ୍ୟ 4ଟି ଯାକ ରାଜ୍ୟରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି କଂଗ୍ରେସ ପାର୍ଟି । ବିଶେଷ କରି ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ବେଳେ, ଦୁଇଟି ରାଜ୍ୟ ରାଜସ୍ଥାନ ଏବଂ ଛତିଶଗଡ଼ରେ କଂଗ୍ରେସ ସରକାର କ୍ଷମତା ହରାଇଛି । 2024 ଲୋକସଭା ନିର୍ବାଚନ ପୂର୍ବରୁ 2023 ବିଧାନସଭା ନିର୍ବାଚନକୁ ସେମିଫାଇନାଲ କୁହାଯାଉଥିବା ବେଳେ, କଂଗ୍ରେସର ବିପର୍ଯ୍ୟୟ ନୂଆ ସମୀକରଣ ସୃଷ୍ଟି କରିଛି । 2024 ଫାଇନାଲ ଫାଇଟରେ କଂଗ୍ରେସ ପାର୍ଟି, କେନ୍ଦ୍ରରେ ମୋଦି ସରକାରକୁ ଚ୍ୟାଲେଞ୍ଜ ଦେବାକୁ ଅଣ୍ଟା ଭିଡ଼ୁଥିବା ବେଳେ, ବିଧାନସଭା ନିର୍ବାଚନ ଫଳାଫଳ ଗ୍ରାଣ୍ଡ ଓଲ୍ଡ ପାର୍ଟିକୁ ବ୍ୟାକ୍ ଫୁଟ୍ କୁ ନେଇଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.