ETV Bharat / bharat

200 ଆସନରେ ଲଢିଲା ହେଲେ ଖାତା ଖୋଲି ପାରିଲା ନାହିଁ, ଜାଣନ୍ତୁ 3 ରାଜ୍ଯରେ ଆପର ସ୍ଥିତି - ବିଧାନସଭା ନିର୍ବାଚନ ଫଳାଫଳ

Assembly Election Result 2023:ଆଜି 4 ରାଜ୍ୟର ଜନାଦେଶ ପ୍ରକାଶ ପାଇବ । ତେଲେଙ୍ଗାନାକୁ ଛାଡିଦେଲେ ବାକି 3 ରାଜ୍ୟରେ ଆପ୍ ଲଢେଇ କରିଥିଲା ହେଲେ ସବୁଠି ଫେଲ ମାରିଛି । ଅଧିକ ପଢନ୍ତୁ

Assembly Election Result 2023
AAP perfomance in Assembly Election 2023
author img

By ETV Bharat Odisha Team

Published : Dec 3, 2023, 3:31 PM IST

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ତେଲେଙ୍ଗାନାରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଏମପି, ରାଜସ୍ଥାନ ଓ ଛତିଶଗଡରେ ବିଜେପିର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ତେଲେଙ୍ଗାନାରେ କଂଗ୍ରେସ ପ୍ରଥମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି । ଦିଲ୍ଲୀ ଓ ପଞ୍ଜାବରେ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି ଏହି 4 ରାଜ୍ୟରେ ଫେଲ ମାରିଛି । ଖୋଦ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ 3 ରାଜ୍ୟରେ ରାଲି କରିଥିଲେ ବି କିଛି କାମରେ ଆସିଲାନାହିଁ । ତେଲେଙ୍ଗାନାକୁ ଛାଡିଦେଲେ ବାକି 3 ରାଜ୍ୟରେ 200ଟି ଆସନରେ ଦଳ ଲଢିଥିଲେ ବି କେଉଁଠି ଖାତା ଖୋଲି ପାରି ନାହିଁ ଆମ ଆଦମୀ ପାର୍ଟି ।

ଆପ୍ ଏମପି, ରାଜସ୍ଥାନ ଓ ଛତିଶଗଡରେ 200ରୁ ଅଧିକ ଆସନରେ ପ୍ରାର୍ଥୀ ଦେଇଥିଲା । ରିପୋର୍ଟ ଲେଖା ହେବା ସୁଦ୍ଧା ଗୋଟିଏ ବି ଆସନରେ ବି ଦଳକୁ ବିଜୟ ମିଳି ନାହିଁ । ଦିଲ୍ଲୀ ଓ ପଞ୍ଜାବରେ ଶାସନ ଗାଦିରେ ଥିବା ଆପ୍ 3 ରାଜ୍ୟରେ ବିଜୟ ନେଇ ଆଶାବାଦୀ ଥିଲା । ମଧ୍ୟପ୍ରଦେଶରେ 70, ରାଜସ୍ଥାନରେ 88 ଓ ଛତିଶଗଡରେ 57 ପ୍ରାର୍ଥୀ ଦେଇଥିଲା ଦଳ । ମାଳମାଳ ପ୍ରତିଶ୍ରୁତି ଦେଇଥିଲା ରାଲି ଜନସଭା କରିଥିଲା ମାତ୍ର କିଛି କାମରେ ଆସିନାହିଁ । କିଛି ଫାଇଦା ମିଳିଲା ନାହିଁ । ବିଧାନସଭା ନିର୍ବାଚନରେ ଆପ୍ ଯେପରି ଗାଏବ ହୋଇଯାଇଛି ।

ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ମୈଦାନକୁ ଓହ୍ଲାଇ ନଥିଲା ଆପ୍ । ନିର୍ବାଚନ ଆୟୋଗ ସୂଚନା ଅନୁସାରେ ଆମ ଆଦମୀ ପାର୍ଟିକୁ ଛତିଶଗଡରେ 0.97% ଭୋଟ ମିଳିଛି । ମଧ୍ୟପ୍ରଦେଶରେ 0.42% ଓ ରାଜସ୍ଥାନରେ 0.37% ଭୋଟ ମିଳିଛି ।

ଏହା ବି ପଢନ୍ତୁ..ମଧ୍ୟପ୍ରଦେଶରେ ବିଜେପିକୁ ଝଟକା, ହାରିଲେ କେନ୍ଦ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ

ଏହା ବି ପଢନ୍ତୁ...ରାଜସ୍ଥାନ ଜନାଦେଶ: ଗେହେଲଟ-ପାଇଲଟ ବିଜୟୀ, କ୍ଷମତା ହରାଇଲା କଂଗ୍ରେସ

ପ୍ରକାଶ ଥାଉ କି ଗତ ନଭେମ୍ବର 7 ରୁ 30 ତାରିଖ ଯାଏ 5 ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଜି 4 ରାଜ୍ୟରେ ଭୋଟ ଗଣତି ଜାରି ରହିଛି । ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନରେ ବିଜେପି ସପକ୍ଷରେ ପବନ ବହିଛି । ସେହିପରି ତେଲେଙ୍ଗାନାରେ କଂଗ୍ରେସ ବିଜୟ ଆଡକୁ ମୁହାଁଉଛି । ହାତ ଏକପ୍ରକାର ବିଆରଏସ କାର ପମ୍ପଚର କରି ଦେଇଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.