ETV Bharat / bharat

Assam CM on Polygamy: ହିମନ୍ତ ବିଶ୍ବଶର୍ମାଙ୍କ ବଡ ବୟାନ, ଆସାମରେ ବନ୍ଦ ହେବ ବହୁ ବିବାହ ପ୍ରଥା !

author img

By

Published : May 10, 2023, 11:52 AM IST

ଆସାମରେ ବନ୍ଦ ହୋଇପାରେ ବହୁ ବିବାହ ପ୍ରଥା । ବହୁ ବିବାହ ପ୍ରଥାକୁ ରାଜ୍ୟରେ ବ୍ୟାନ ନେଇ ବିଚାର କରାଯିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Assam CM
Assam CM

ଗୌହାଟୀ: ବହୁ ବିବାହ ପ୍ରଥାକୁ ନେଇ ଆସାମ ସରକାରଙ୍କ ବଡ ବୟାନ । ବନ୍ଦ ହୋଇପାରେ ବହୁ ବିବାହ ପ୍ରଥା । ଏନେଇ ଗତକାଲି(ମଙ୍ଗଳବାର) ମୁଖ୍ୟମନ୍ତ୍ରୀ କହିଛନ୍ତି, ବହୁ ବିବାହ ପ୍ରଥାକୁ ବନ୍ଦ କରିବା ପାଇଁ ଚାହୁଁଛୁ । ଏହା ଉପରେ ରୋକ ଲଗାଇବା ପାଇଁ ଅଧିକାର ଅଛି କି ନାହିଁ ତାହା ଜାଣିବା ପାଇଁ ଏକ କମିଟି ଗଠନ କରାଯିବ ।

  • The Assam Government has decided to form an expert committee to examine whether the state Legislature is empowered to prohibit polygamy in the state. The committee will examine the provisions of The Muslim Personal Law (Shariat) Act, 1937 read with Article 25 of the Constitution…

    — Himanta Biswa Sarma (@himantabiswa) May 9, 2023 " class="align-text-top noRightClick twitterSection" data=" ">

ଏନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଟ୍ବିଟ କରି କହିଛନ୍ତି, "ବହୁ ବିବାହ ପ୍ରଥାକୁ ରାଜ୍ୟ ବିଧାନସଭାରେ ବ୍ୟାନ କରିହେବ କି ନାହିଁ ତା ଉପରେ ବିଚାର କରାଯିବ । ଏନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯିବ । ମୁସଲିମ ପର୍ସନାଲ ଲ(ଶରୀୟତ)ଅଧିନିୟମ ୧୯୩୭ରେ ଥିବା ବ୍ୟବସ୍ଥାର ଯାଞ୍ଚ କରାଯିବ । ଏହି ସମିତି ଏକ ନିର୍ଣ୍ଣୟରେ ପହଞ୍ଚିବା ପାଇଁ ଆଇନ ବିଶେଷଜ୍ଞଙ୍କ ସହିତ ହିତାଧିକାରୀଙ୍କ ସହ ଆଲୋଚନା କରିବ ।"

ଏହା ପୂର୍ବରୁ ଶନିବାର ଦିନ ହିମନ୍ତ ବିଶ୍ବଶର୍ମା କର୍ଣ୍ଣାଟକର ଏକ ରାଲିକୁ ସମ୍ବୋଧିକ କରି କହିଥିଲେ, "ପୁରୁଷଙ୍କ ପାଇଁ ଚାରୋଟି ବିବାହ ଅଭ୍ୟାସକୁ ଶେଷ କରିବା ଏବଂ ମହିଳାମାନଙ୍କୁ ଇଚ୍ଛା ମୁତାବକ ଛୁଆ କରିବା ବନ୍ଦ କରିବା ପାଇଁ ରାଜ୍ୟରେ ନାଗରିକ ସଂହିତାର କାର୍ଯ୍ୟକାରିତା ଗୁରୁତ୍ୱପୂର୍ଣ୍ଣ ।" ପ୍ରକାଶଥାଉକି, ଆସାମ ମୁଖ୍ୟମନ୍ତ୍ରୀ କର୍ଣ୍ଣାଟକର କୋଡାଗୁ ଜିଲ୍ଲାରେ ବିଜେପି ପାଇଁ ରୋଡ ଶୋ କରିଥିଲେ ।

ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, "ଆମକୁ ୟୁନିଫର୍ମ ସିଭିଲ କୋର୍ଡ(ୟୁସିସି) ଆଣିବାକୁ ପଡିବ । ମୁସଲମାନ ମହିଳା ଏବଂ ଯୁବତୀମାନଙ୍କୁ ଚାରିଥର ବିବାହ କରାଯାଉଛି । କଣ ଏହା କୌଣସି ବ୍ୟବସ୍ଥା ରହିଛି ? ବିଶ୍ବରେ ଏଭଳି ନିୟମ ହେବା ଉଚିତ ନୁହେଁ । ଆମକୁ ନାଗରିକ ସଂହିତା ଲାଗୁ କରି ଏହି ବ୍ୟବସ୍ଥାକୁ ସମାପ୍ତ କରିବାକୁ ପଡିବ । ମୁସଲିମ ଯୁବତୀମାନଙ୍କୁ ଛୁଆ ଜନ୍ମ କରିବା ମେସିନ ନୁହେଁ ବରଂ ଡାକ୍ତର କିମ୍ବା ଇଞ୍ଜିନିୟର ବନାଇବା ଦରକାର । ଯଦି କ୍ଷମତାକୁ ଆସେ ତେବେ ୟୁନିଫର୍ମ ସିଭିଲ କୋର୍ଡରେ କାମ କରିବାକୁ ବିଜେପି ପ୍ରତିଶୃତି ଦେଇଛି । ଏଥିପାଇଁ ମୁଁ ବିଜେପିକୁ ଧନ୍ୟବାଦ ଦେବାକୁ ଚାହୁଁଛି ।"

ତେବେ କହିରଖୁଛୁ ଯେ, ପୂର୍ବରୁ କୋର୍ଟ କହିଥିଲେ ବହୁ ବିବାହ ଏବଂ ନିକାହ ହଲାଲା ପ୍ରଥାର ସମ୍ବିଧାନକୁ ବୈଧତାକୁ ଚାଲେଞ୍ଜ କରିବା ଯାଚିକା ଉପରେ ଶୁଣାଣି ପାଇଁ ୫ ଜଣିଆ ଖଣ୍ଡପୀଠ ଗଠନ କରାଯିବ । ସୁପ୍ରମକୋର୍ଟଙ୍କ ଟିପ୍ପଣୀର ଅନେକ ଦିନ ପରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.