ଗୌହାଟୀ: ଆସାମର ଲେଡି ସିଙ୍ଘମ ନାମରେ ପରିଚିତ ପୋଲିସ ସବ ଇନିସପେକ୍ଟର ଜୁନମୋନି ରାଭାଙ୍କର ମୃତ୍ୟୁ ହୋଇଛି । ଜୁନମୋନି ରାଭା ସଡକ ଦୁର୍ଘଟଣାର ଶିକାର ହୋଇ ଆଖି ବୁଜିଛନ୍ତି । ଗତକାଲି(ମଙ୍ଗଳବାର) ଆସାମର ନାଗାଓଁ ଜିଲ୍ଲାରେ ତାଙ୍କ କାର ସହ ଏକ କଣ୍ଟେନର ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଜୁନମୋନି ରାଭାଙ୍କ ମୃତ୍ୟୁ ହୋଇଛି । ନିର୍ବନ୍ଧ ପରେ ଭାବିସ୍ବାମୀଙ୍କ ବାନ୍ଧି ଚର୍ଚ୍ଚାରେ ଥିଲେ ।
ଏହା ବି ପଢନ୍ତୁ...ଆମେରିକାର ଧାର୍ମିକ ସ୍ବାଧୀନତା ରିପୋର୍ଟକୁ ଖଣ୍ଡନ କଲା ଭାରତ
ଜୁନମୋନି ରାଭା ତାଙ୍କ କାରରେ ଏକା କୌଣସି ଏକ କାର୍ଯ୍ୟରେ ଯାଉଥିଲେ । ଏହି ସମୟରେ ଜାଖାଲାବନ୍ଧ ପୋଲିସ ଷ୍ଟେସନ ସୌରଭୁଗିଆ ଗାଁ ନିକଟ ରାଜପଥରେ ଦୁର୍ଘଟଣାର ଶିକାର ହୋଇଥିଲେ । ପୋଲିସ ପାଟ୍ରୋଲିଂ ଟିମ୍ ଦୁର୍ଘଟଣାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । କାରରୁ ଜୁନମୋନି ରାଭାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଦୁର୍ଘଟଣା ଘଟାଇଥିବା କଣ୍ଟେନରକୁ ପୋଲିସ ଜବତ କିରିଛି ମାତ୍ର ଡ୍ରାଇଭର ଫେରାର ରହିଛି । ତେବେ ଏହା ଦୁର୍ଘଟଣା ନା ଷଡ଼ଯନ୍ତ୍ର ସିଆଇଡି ତାର ତଦନ୍ତ ଆରମ୍ଭ କରିଛି । ଆସାମ ଡିଜିପି ଟ୍ବିଟ୍ କରି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଅପରାଧୀଙ୍କ ବିରୋଧରେ ବେଧଡ଼କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲେଡି ସିଙ୍ଘମର ପରିଚୟ ପାଇଥିଲେ ।
ଏହା ବି ବିଢନ୍ତୁ...ଦିନ କେଇଟା ପରେ ହାତ ଧରିଥାନ୍ତେ, ଭାବୀସ୍ବାମୀଙ୍କୁ ବାନ୍ଧିଲେ ମହିଳା ପୋଲିସ
ଦୁର୍ଘଟଣାର ଗୋଟିଏ ଦିନ ପୂର୍ବରୁ ଲଖୀମପୁର ପୋଲିସ ଷ୍ଟେସନରେ ଜୁନମୋନି ରାଭାଙ୍କ ବିରୋଧରେ ଏକ ଠକେଇ ମାମଲା ରୁଜ୍ଜୁ ହୋଇଥିବା । ଗତବର୍ଷ ଜୁନମୋନି ରାଭାଙ୍କର ନିର୍ବନ୍ଧ ହୋଇଥିଲା । କିଛି ଦିନ ପରେ ବାହାଘର ହୋଇଥାନ୍ତା ମାତ୍ର ବିବାହ ପୂର୍ବରୁ ଭାବିସ୍ବାମୀଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ ଏହି ଲେଡି ସିଘଂମ ଜୁନମୋନି ରାଭା । ତାଙ୍କ ଭାବିସ୍ବାମୀ ରାନା ପେଗାଗ ନିଜକୁ ଓଏମଜିସିର ଲୋକସମ୍ପର୍କ ଅଧିକାରୀ ପରିଚିୟ ଦେଇ ଚାକିରି କରେଇଦେବା ନାଁରେ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା । ଲୋକଙ୍କଠୁ ଲକ୍ଷଲକ୍ଷ ଟଙ୍କା ହଡପ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ଭାବୀସ୍ବାମୀଙ୍କୁ ଗିରଫ କରିଥିଲେ ମହିଳା ପୋଲିସ ଅଧିକାରୀ ଜୁନମୋନି ରାଭା ।
ଏହା ବି ପଢନ୍ତୁ...ଲେଡି ସିଙ୍ଘମଙ୍କ ହାତରେ ହାତକଡି, ଭାବି ସ୍ବାମୀଙ୍କୁ ବାନ୍ଧି ଥିଲେ ଚର୍ଚ୍ଚାରେ
ମାତ୍ର ଏହି ଘଟଣାରେ ଟ୍ବିଷ୍ଟ୍ ଥିଲା । ଜୁନମୋନି ରାଭା ମଧ୍ୟରେ ଠକେଇ କାରବାରରେ ସମ୍ପୃକ୍ତ ଥିଲା । ସେ ମଧ୍ୟ ତାଙ୍କ ବୟପ୍ରେଣ୍ଡଙ୍କ ସହ ମିଶି ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା । ତାଙ୍କୁ ନିଲମ୍ବିତ କରାଯାଇଥିଲା । ପରେ କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ । ପରବର୍ତ୍ତୀ ସମୟରେ ନିଲମ୍ବନ ଆଦେଶ ହଟିବା ପରେ ସେ ପୁଣି କାର୍ଯ୍ୟରେ ଯୋଗ ଦେଇଥିଲେ ।