ETV Bharat / bharat

Assam Flood: ଆସାମରେ ପୁଣି ବନ୍ୟା ସ୍ଥିତି, 6 ଜିଲ୍ଲା ପ୍ରଭାବିତ

author img

By

Published : Jul 8, 2023, 10:48 PM IST

ଉତ୍ତର-ପୂର୍ବ ରାଜ୍ୟ ଆସାମରେ ପୁଣି ବନ୍ୟା ସ୍ଥିତି । 6 ଜିଲ୍ଲା ବିଶେଷ ଭାବେ ପ୍ରଭାବିତ । 1479.27 ହେକ୍ଟର ଫସଲ ଜମି ଜଳମଗ୍ନ । ଜାରି ରହିଛି ଉଦ୍ଧାର ଓ ଥଇଥାନ । ଅଧିକ ପଢନ୍ତୁ

Assam Flood: ଆସାମରେ ପୁଣି ବନ୍ୟା ସ୍ଥିତି, 6 ଜିଲ୍ଲା ପ୍ରଭାବିତ
Assam Flood: ଆସାମରେ ପୁଣି ବନ୍ୟା ସ୍ଥିତି, 6 ଜିଲ୍ଲା ପ୍ରଭାବିତ

ଗୌହାଟୀ: ଆସମରେ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ରାଜ୍ୟର 6ଟି ଜିଲ୍ଲା ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।ଏହି ଜିଲ୍ଲାଗୁଡିକରେ ପ୍ରାୟ 21 ହଜାର ଲୋକେ ଏବେ ପାଣିଘେରରେ ରହିଥିବା ପ୍ରଶାସନ କହିଛି । ସେମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଉଛି । ଲୋକଙ୍କୁ ପାଣିଘେରରୁ ଉଦ୍ଧାର କରାଯାଇ ରିଲିଫ କ୍ୟାମ୍ପ ଓ ସୁରକ୍ଷିତ ସ୍ଥାନରେ ରଖାଯାଉଛି । ସେଠାରେ ସେମାନଙ୍କ ପାଇଁ ଜରୁରୀ ଚିକିତ୍ସା , ରନ୍ଧା ଖାଦ୍ୟ ଓ ଅନ୍ୟାନ୍ୟ ଆନୁସଙ୍ଗୀକ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ମଧ୍ୟ ପ୍ରଶାସନ କହିଛି ।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଲଖୀମପୁର, ଧମାଜୀ, ଚାରିଏଡୋ, ଜୋରହାଟ, କରିମଗଞ୍ଜ, କାମ୍ରୁପ, ଏବଂ ବିଶ୍ୱନାଥ ସବ-ଡିଭିଜନରେ ବନ୍ୟା ହୋଇଛି । ଏଥିରେ ମୋଟ 21 ହଜାରରୁ ଅଧିକ ଲୋକେ ପ୍ରଭାବିତ ହୋଇଛନ୍ତି । ଆସାମ ଓ ଅରୁଣାଚଳ ପ୍ରଦେଶରେ ଗତ କିଛି ଦିନର ଲଗାଣ ବର୍ଷା କାରଣରୁ ରାଜ୍ୟର କିଛି ନଦୀରେ ଜଳସ୍ତର ବୃଦ୍ଧି ପାଇଛି । କିଛି ସ୍ଥାନରେ ଏହି ନଦୀଗୁଡିକର ଜଳସ୍ତର ବିପଦ ସଙ୍କେତ ମଧ୍ୟ ଅତିକ୍ରମ କରିଛି ।

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସବିଶେଷ ରିପୋର୍ଟ ଅନୁଯାୟୀ, ଧମାଜୀ ଜିଲ୍ଲାରେ ସର୍ବାଧିକ 11,659 ଲୋକ ଏବଂ ଲକ୍ଷ୍ମୀପୁର ଜିଲ୍ଲାରେ 7,516 ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି ବନ୍ୟାରେ ବ୍ୟାପକ ଫସଲ ମଧ୍ୟ ନଷ୍ଟ ହୋଇଛି । ଏହି ବନ୍ୟା ପ୍ରଭାବିତ ଜିଲ୍ଲାଗୁଡିକରେ 1479.27 ହେକ୍ଟର ଫସଲ ଜମି ଜଳମଗ୍ନ ହୋଇଛି । ଏହି ସମୟରେ ବନ୍ୟା ଯୋଗୁଁ 24,261 ଗୃହପାଳିତ ପଶୁ ମଧ୍ୟ ମୃତ ଓ ନିଖୋଜ ରହିଛନ୍ତି । ପ୍ରଥମେ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଥଇଥାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:-Assam Flood: ସୁଧୁରୁଛି ସ୍ଥିତି, 15 ଜିଲ୍ଲାରେ ପ୍ରାୟ 3 ଲକ୍ଷ ପ୍ରଭାବିତ

ସେହିପରି ଗତ 24 ଘଣ୍ଟା ମଧ୍ୟରେ ବିଶ୍ୱନାଥ ସବ-ଡିଭିଜନର ବନ୍ୟା ଜଳ ପ୍ରବାହିତ ହୋଇ 20ଟି ରାସ୍ତା, ଅନେକ କଲଭର୍ଟ ନଷ୍ଟ ହୋଇଯାଇଛି । ବନ୍ୟା ପ୍ରଭାବିତ 6ଟି ଜିଲ୍ଲା ଏବଂ ବିଶ୍ୱନାଥ ସବଡିଭିଜନରେ ବନ୍ୟା ପ୍ରଭାବିତଙ୍କ ପାଇଁ 10 ଟି ରିଲିଫ କ୍ୟାମ୍ପ ସ୍ଥାପନ କରାଯାଇଛି । ବନ୍ୟାରେ ପୀଡିତଙ୍କ ମଧ୍ୟରେ ଏପର୍ଯ୍ୟନ୍ତ 64.91 କ୍ୱିଣ୍ଟାଲ ଚାଉଳ, 11.90 କ୍ୱିଣ୍ଟାଲ ଡାଲି, 3.45 କ୍ୱିଣ୍ଟାଲ ଲୁଣ ଏବଂ 343.99 ଲିଟର ସୋରିଷ ତେଲ ବଣ୍ଟନ କରାଯାଇଥିବା ପ୍ରଶାସନ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.