ETV Bharat / bharat

ଜନସଂଖ୍ୟା ନିୟନ୍ତ୍ରଣ ନୀତି: ଆଜି ମୁସଲିମ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବେ ହିମନ୍ତ

'ଦୁଇ ଶିଶୁ ନୀତି' ନେଇ ଆଜି ମୁସଲମାନ ସମ୍ପ୍ରଦାୟର ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା କରିବେ ଆସାମ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

'ଜନସଂଖ୍ୟା ନିୟନ୍ତ୍ରଣ ନୀତି' ନେଇ ଆଜି ମୁସଲିମ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବେ ଆସାମ ମୁଖ୍ୟମନ୍ତ୍ରୀ

author img

By

Published : Jul 4, 2021, 8:26 AM IST

ଗୌହାଟି: ଆସାମରେ ଆରମ୍ଭ ହେବ 'ଦୁଇ ଶିଶୁ ନୀତି' ବା ଜନସଂଖ୍ୟା ନିୟନ୍ତ୍ରଣ ନୀତି । ଏନେଇ ଏହି ନୀତିର ଆବଶ୍ୟକତା ଉପରେ ଆଜି ଆସାମର ମୁସଲମାନ ସମ୍ପ୍ରଦାୟର ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା କରିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା । ମେ ମାସରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଶ୍ରୀ ଶର୍ମା ଜନସଂଖ୍ୟା ନିୟନ୍ତ୍ରଣ ନୀତିକୁ ପ୍ରୋତ୍ସାହିତ କରି କହିଛନ୍ତି ଯେ, ଏହା ସମାଜରେ ଦାରିଦ୍ର୍ୟର ମୁକାବିଲା କରିବାରେ ସହାୟକ ହେବ ।

ଏକ ସରକାରୀ ପ୍ରକାଶନରୁ ଜଣାପଡିଛି ଯେ, ରାଜ୍ୟ ସରକାର ଆସାମ ଆଡମିନଷ୍ଟ୍ରେଟିଭ ଷ୍ଟାପ କଲେଜ ଖାନପାରା କଲେଜରେ ଆଜି ବୁଦ୍ଧିଜୀବୀ ତଥା ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିଙ୍କ ସହ 'ଆଲାପ ଅରୁ ଆଲୋଚନା' ଅନୁଷ୍ଠିତ ହେବ । ଏହି ଆଲୋଚନାରେ ସଂଖ୍ୟାଲଘୁ ସମ୍ପ୍ରଦାୟର କଲ୍ୟାଣ ମନ୍ତ୍ରୀ ଚନ୍ଦ୍ର ମୋହନ ପାଟୋଓ୍ବାରି ମଧ୍ୟ ଉପସ୍ଥିତ ରହିବେ ।

ରାଜ୍ୟରେ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବାକୁ ଏପରି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା । ରାଜ୍ୟରେ ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଏହି ନୀତି ଆରମ୍ଭ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.