ETV Bharat / bharat

ରେଲୱେ ନିଯୁକ୍ତି ପରୀକ୍ଷାରେ ଅନିୟମିତତା: ବିହାରରେ ଟ୍ରେନ ଜାଳିଦେଲେ ପରୀକ୍ଷାର୍ଥୀ, ପ୍ରତିକ୍ରିୟା ରଖିଲେ ରେଳମନ୍ତ୍ରୀ - RRB Exam irregularities news

ରେଳବାଇ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ବିହାରରେ ଲାଗି ରହିଛି ଛାତ୍ର ଅଶାନ୍ତି । ଗୟାରେ ଟ୍ରେନ ଜଲିଦେଲେ ଆଶାୟୀ ପରୀକ୍ଷାର୍ଥୀ । ତଦନ୍ତ ପାଇଁ କମିଟି ଗଠନ ହେବା ନେଇ ରେଳମନ୍ତ୍ରୀଙ୍କ ସୂଚନା । ଅଧିକ ପଢନ୍ତୁ

ବିହାରରେ ରେଳବାଇ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ତାତି, ଟ୍ରେନରେ ନିଆଁ ଲଗାଇଲେ ପରୀକ୍ଷାର୍ଥୀ

author img

By

Published : Jan 26, 2022, 4:31 PM IST

ପାଟନା: ରେଳବାଇ ନିଯୁକ୍ତି ବୋର୍ଡର ପରୀକ୍ଷାରେ ଅନିୟମିତତା ଅଭିଯୋଗ । ଏହା ବିରୋଧରେ ଗତକାଲି ଠାରୁ ବିହାରରେ ଲାଗି ରହିଛି ଛାତ୍ର ଉତ୍ତେଜନା । ଗତକାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ତେଜନା ଲାଗିରହିଥିବ ବେଳେ ଆଜି ହିଂସା ଦେଖିବାକୁ ମିଳିଛି । ଗୟାରେ ଶତାଧିକ ଆବେଦନକାରୀ ଭାବୁଆ-ପାଟନା ଇଣ୍ଟରସିଟି ଏକ୍ସପ୍ରେସର ଏକ ବଗିରେ ନିଆଁ ଲଗାଇ ଦେଇଛନ୍ତି । ବଗିଟି ସମ୍ପୂର୍ଣ୍ଣ ପୋଡିଯାଇଥିବା ବେଳେ କେହି ମୃତାହତ ହୋଇ ନଥିବା ସୂଚନା ରହିଛି । ଫଳରେ ଅଶାନ୍ତ ହୋଇଉଠିଛି ବିହାର ।

  • Students can submit their grievances before the committee till February 16. The committee will examine the grievances and submit its recommendations before March 4: Railway Minister Ashwini Vaishnaw pic.twitter.com/FFTcwlxIvD

    — ANI (@ANI) January 26, 2022 " class="align-text-top noRightClick twitterSection" data=" ">

ଘଟଣା ପରେ ରେଳମନ୍ତ୍ରୀଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି । ଅନିୟମିତା ଅଭିଯୋଗ ପାଇଁ ଏକ କମିଟି ଗଠନ ହେବ । ଅଭିଯୋଗ ଆଣିଥିବା ଛାତ୍ରାଛାତ୍ରୀମାନେ ଫେବୃଆରୀ 16 ତାରିଖ ପର୍ଯ୍ୟନ୍ତ କମିଟି ସମ୍ମୁଖରେ ନିଜର ଅଭିଯୋଗ ଦାଖଲ କରିପାରିବେ । କମିଟି ଅଭିଯୋଗର ଯାଞ୍ଚ କରିବ ଏବଂ ମାର୍ଚ୍ଚ 4 ପୂର୍ବରୁ ରେଳ ମନ୍ତ୍ରଣାଳୟକୁ ଏହାର ତଦନ୍ତ ରିପୋର୍ଟ ଦାଖଲ କରିବା ନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ଗତକାଲି (ମଙ୍ଗଳବାର) ରେଳବାଇ ଏକ ସାଧାରଣ ବିଜ୍ଞପ୍ତି ଜାରି କରି ବିକ୍ଷୋଭକାରୀ ଆଶାୟୀ ଛାତ୍ରାଙ୍କୁ କଠୋର ଚେତାବନୀ ମଧ୍ୟ ଦେଇଛି । ଯେଉଁମାନେ ଅନିୟମିତତା ଅଭିଯୋଗ କରି ହିଂସା କିମ୍ବା ଭଙ୍ଗାରୁଜାରେ ସାମିଲ ହେଉଛନ୍ତି ସେମାନଙ୍କ ନିଯୁକ୍ତି ପ୍ରକ୍ରିୟାରୁ ବାଦ ଦିଆଯିବ ବୋଲି ଉକ୍ତ ନୋଟିସରେ ଉଲ୍ଲେଖ କରିଛି ରେଳବାଇ ।

ତେବେ ଗୟାରେ ଦେଖାଯାଇଥିବା ଛାତ୍ର ଅଶାନ୍ତି ତଥା ହିଂସା ବାବଦରେ ସ୍ଥାନୀୟ ପୋଲିସ ପ୍ରଶାସନ କହିଛି, ଟ୍ରେନରେ ଲାଗିଥିବା ନିଆଁକୁ ଆୟତ କରାଯାଇଛି । ସ୍ଥିତି ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ମଧ୍ୟ ରହିଛି । ଉତ୍ତେଜନାପୂର୍ଣ୍ଣ ସ୍ଥାନମାନଙ୍କରେ ସୁରକ୍ଷାବଳ ମୂତୟନ ହୋଇଛନ୍ତି । ସେହିପରି ହିଂସା ଭିଆଇଥିବା କିଛି ଅଭିଯୁକ୍ତ ଛାତ୍ରଙ୍କୁ ଚିହ୍ନଟ କରାଯାଇଛି । ଛାତ୍ରମାନେ ଏପରି ହିଂସାରୁ ଦୂରେଇ ରହିବା ପାଇଁ ନିବେଦନ କରିଛନ୍ତି ଗୟା ଏସଏସପି ଆଦିତ୍ୟ କୁମାର ।

ରେଳବାଇ କହିଛି ଯେ ଚାକିରୀ ଆଶାୟୀଙ୍କ ହିଂସାତ୍ମକ ବିରୋଧ ପରେ ଏହାର NTPC ଏବଂ ଲେଭଲ୍-1 ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ବିଭିନ୍ନ ରେଳ ନିଯୁକ୍ତି ବୋର୍ଡ (RRB) ଅଧୀନରେ ଏକ କମିଟି ମଧ୍ୟ ଗଠନ କାରଯାଇ ଅନିୟମିତତା ଅଭିଯୋଗର ଯାଞ୍ଚ ହେବା ନେଇ ରେଳମନ୍ତ୍ରୀ ଘୋଷଣା କରିଛନ୍ତି । ଖୁବ ଶୀଘ୍ର ଏହି ତଦନ୍ତକାରୀ କମିଟି ଗଠନ ହେବା ନେଇ ସୂଚନା ଦେଇଛି ରେଳବାଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.