ETV Bharat / bharat

ମହିଳା ପୋଲିସ କର୍ମଚାରୀଙ୍କ ମହାନତା, ଅଜଣା ମୃତଦେହର କରୁଛନ୍ତି ଅନ୍ତିମ ସଂସ୍କାର

author img

By

Published : May 20, 2022, 10:27 PM IST

ପଞ୍ଜାବ ମହିଳା ପୋଲିସ କର୍ମଚାରୀ ବୃତ୍ତି ସହିତ ବ୍ୟକ୍ତିଗତ ଜୀବନରେ ମଧ୍ୟ ମାନବ ସେବା ଜାରି ରଖିଛନ୍ତି । ସେ ନିଜ ଖର୍ଚ୍ଚରେ ଗତ ୪ ବର୍ଷ ଧରି ଅଜଣା ମୃତଦେହର ଅନ୍ତିମ ସଂସ୍କାର କରୁଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ମହିଳା ପୋଲିସ କର୍ମଚାରୀଙ୍କ ମହାନତା, ଅଜଣା ମୃତଦେହର କରୁଛନ୍ତି ଅନ୍ତିମ ସଂସ୍କାର
ମହିଳା ପୋଲିସ କର୍ମଚାରୀଙ୍କ ମହାନତା, ଅଜଣା ମୃତଦେହର କରୁଛନ୍ତି ଅନ୍ତିମ ସଂସ୍କାର

ଚଣ୍ଡିଗଡ଼: ମାନବିକତାର ସେ ସାଜିଛନ୍ତି ଏକ ବଳିଷ୍ଠ ଉଦାହରଣ (great example of humanity) । ପଞ୍ଜାବ ପୋଲିସରେ ASI ଭାବେ ସେ କାର୍ଯ୍ୟ କରୁଛନ୍ତି । ବଡ଼ ପଦବୀରେ ଥାଇ ମଧ୍ୟ ଭୁଲିନାହାନ୍ତି ସମାଜ ପ୍ରତି ନିଜ କର୍ତ୍ତବ୍ୟ । ବୃତ୍ତି ସହିତ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ମାନବ ସମାଜ ପ୍ରତି ସେବା ଜାରି ରଖିଛନ୍ତି । ଆଉ ଦୀର୍ଘ ୪ ବର୍ଷ ଧରି ଅଜଣା ମୃତଦେହର କରୁଛନ୍ତି ଅନ୍ତିମ ସଂସ୍କାର । ଏଯାବତ ୨୨୦୦ ମୃତଦେହର ଅନ୍ତିମ ସଂସ୍କାର କରି ଅନ୍ୟଙ୍କ ପାଇଁ ଉଦାହରଣ ସାଜିଛନ୍ତି ASI ସୁନୀତା ରାନି ।

ମହିଳା ପୋଲିସ କର୍ମଚାରୀ ତଥା ASI ସୁନୀତା ନିଜ ଖର୍ଚ୍ଚରେ ଅଜଣା ମୃତଦେହର ଅନ୍ତିମ ସଂସ୍କାର କରିଆସୁଛନ୍ତି । ସେ ୨୦୧୯ ମସିହାରେ ପ୍ରଥମେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ । ଶେଷକୃତ୍ୟର ସମସ୍ତ ନିୟମକୁ ମଧ୍ୟ ପାଳନ କରିଥାନ୍ତି । ମୃତଦେହରେ ମୁଖାଗ୍ନି ଦେବା ସହିତ ଅସ୍ଥି ବିସର୍ଜନ ମଧ୍ୟ କରନ୍ତି ସୁନୀତା । ଲୁଧିଆନାରେ ସୁନୀତାଙ୍କ ଏହି ସେବା ବିଷୟରେ ଖୁବ କମ ଲୋକ ଜାଣନ୍ତି । ଯେତେବେଳେ ହସ୍ପିଟାଲରେ କୌଣସି ଅଜଣା ବ୍ୟକ୍ତିଙ୍କ ମୃତଦେହ ପହଞ୍ଚିଥାଏ, ତାଙ୍କର ପରିଚୟ ନ ମିଳିବା ପରେ ଅନ୍ତିମ ସଂସ୍କାର ପାଇଁ ପ୍ରଥମେ ସୁନୀତାଙ୍କ ଖୋଜା ପଡ଼ିଥାଏ ।

  • କେଉଁଠୁ ଆଣନ୍ତି ଅର୍ଥ ?

ସୁନୀତା ରାନୀ କହିଛନ୍ତି ଯେ ସେ ତାଙ୍କ ଦରମାରୁ ଅନ୍ତିମ ସଂସ୍କାର ପାଇଁ ସମସ୍ତ ଖର୍ଚ୍ଚ କରନ୍ତି । ଯେତେବେଳେ ସେ ଏହା ଆରମ୍ଭ କଲେ କିଛି ଲୋକ ନିଶ୍ଚୟ ତାଙ୍କ ସହ ଯୋଗ ଦେଇଥିଲେ କିନ୍ତୁ ପରେ ସମସ୍ତେ ପଛଘୁଞ୍ଚା ଦେଇଥିଲେ । କିନ୍ତୁ ଏବେ ସେ ଏକାକୀ ଏହି ସେବା କରୁଛନ୍ତି । ସେ ୨୦୨୫ ମସିହାରେ ଚାକିରୀରୁ ଅବସର ନେବେ । ମାତ୍ର ଚାକିରୀରୁ ଅବସର ନେବା ପରେ ମଧ୍ୟ ସେ ଏହି ସେବାକୁ ନିରନ୍ତର ଭାବେ ଜାରି ରଖିବେ ।

  • କେଉଁଠୁ ଆସେ ଅଜଣା ବ୍ୟକ୍ତିଙ୍କ ମୃତଦେହ ?

ଲୁଧିଆନା ଏକ ବଡ ସହର ଏବଂ ଏଠାରେ ଅନେକ ଅପରାଧ ମଧ୍ୟ ଘଟିଥାଏ । ଏହା ବ୍ୟତୀତ ବେଳେବେଳେ କେହି କେନାଲକୁ ଡେଇଁପଡନ୍ତି, GRP ରୁ କାହାର ମୃତଦେହ ଉଦ୍ଧାର କରାଯାଇଥାଏ । ଏଗୁଡିକ ଡାକ୍ତରଖାନାରେ ପହଞ୍ଚିବା ପରେ ମୃତଦେହ ଉପରେ କେହି ଦାବି କରନ୍ତି ନାହିଁ । ଏଣୁ ହସ୍ପିଟାଲ କର୍ତ୍ତୃପକ୍ଷ ବ୍ୟବଚ୍ଛେଦ ପରେ ସୁନୀତାଙ୍କୁ ଖବର ଦିଅନ୍ତି । ଏହାପରେ ମୃତଦେହକୁ ତାଙ୍କୁ ହସ୍ତାନ୍ତର କରଯାଏ । ଏହା ପରେ ସୁନୀତା ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ଶେଷକୃତ୍ୟ କରନ୍ତି ।

  • କେତେ ଅର୍ଥ ଖର୍ଚ୍ଚ ହୁଏ ?

ଏ ନେଇ ସୁନୀତା କହିଛନ୍ତି ଯେ କୋରୋନା କାଳ ସମୟରେ ମୃତଦେହ ଦାହର ହାର ବୃଦ୍ଧି ପାଇଛି । ଏବେ ସେ ଲୁଧିଆନାର ସାଲେମ ତବାରିରେ ମୃତଦେହର ଦାହ କରୁଛନ୍ତି । ତାଙ୍କ କହିବାନୁସାରେ, ମୃତଦେହ ବ୍ୟବଚ୍ଛେଦ ଲାଗି ୧୬୦୦ ଟଙ୍କା ଖର୍ଚ୍ଚ ହୋଇଥାଏ । ପ୍ରତିଦିନ ଏଥିଲାଗି ବିଲ ମଧ୍ୟ କଟାଯାଏ । ସମସ୍ତ ରୀତିନୀତି ସମାପ୍ତ କରିବା ପରେ ସେ ଏହି ଅଜ୍ଞାତ ମୃତଦେହକୁ ଏକାକୀ ପୋଡ଼ିଥାନ୍ତି ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.