ETV Bharat / bharat

କିମିଆ କଲା ବାଇକ ରାଇଡିଂ ନିଶା, ଚାକିରି ଛାଡିଲେ ପୋଲିସ ବାବୁ - ସଞ୍ଜୟ ଲାଞ୍ଚେ

ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ମଣିଷ ସବୁ ପରିସ୍ଥିତିର ସାମ୍ନା କରିପାରେ । ସମସ୍ତ ପ୍ରତିକୂଳ ପରିସ୍ଥିତି ସହ ଲଢି ଆଗକୁ ବଢେ । ଆଉ ଶେଷରେ ସଫଳତା ମଧ୍ୟ ହାସଲ କରେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଛତିଶଗଡରେ । ଛଡିଶଗଡର ଧାମତାରି ଜିଲ୍ଲା (Dhamtari district)ର ବାସିନ୍ଦା ସଞ୍ଜୟ ଲାଞ୍ଚେ । ପେଶାରେ ଜଣେ ପୋଲିସ ଏସଆଇ(Assistant sub inspector of police) । ହେଲେ ନିଶା ତାଙ୍କର ଆଡଭେଞ୍ଚଚର ବାଇକ ରାଇଡିଂ। ଅଧିକ ପଢନ୍ତୁ

ଆଡଭେଞ୍ଚଚର ବାଇକ ରାଇଡିଂ ପାଇଁ ASI ଚାକିରି ଛାଡିଲେ ପୋଲିସ ବାବୁ

author img

By

Published : Sep 3, 2022, 1:16 PM IST

ରାୟପୁର: ନିଶା ଆଡଭେଞ୍ଚଚର ବାଇକ ରାଇଡିଂ (Adventure Bike Riding ) ହେଲେ ପେଶା ପୋଲିସ ଚାକିରି । ଏକା ସାଙ୍ଗରେ ଦୁଇଟା କାର୍ଯ୍ୟ କରିବା ସମ୍ଭବ ନୁହେଁ । କାରଣ ପୋଲିସ ଚାକିରିରେ ଅଧିକ ଛୁଟି ମିଳେନି । ସେଇଥି ପାଇଁ ନିଜ ନିଶାକୁ ନ ବଦଳାଇ ପେଶାରୁ ବିଦାୟ ନେଲେ ଜଣେ ପୋଲିସ ଅଫିସର ।

ଆଡଭେଞ୍ଚଚର ବାଇକ ରାଇଡିଂ ପାଇଁ ASI ଚାକିରି ଛାଡିଲେ ପୋଲିସ ବାବୁ

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଛତିଶଗଡରେ । ଛଡିଶଗଡର ଧାମତାରି ଜିଲ୍ଲା (Dhamtari district)ର ବାସିନ୍ଦା ସଞ୍ଜୟ ଲାଞ୍ଚେ । ପେଶାରେ ଜଣେ ପୋଲିସ ଏସଆଇ(Assistant sub inspector of police) । ହେଲେ ନିଶା ତାଙ୍କର ଆଡଭେଞ୍ଚଚର ବାଇକ ରାଇଡିଂ । ଯେହେତୁ ପୋଲିସ ଚାକିରି କରିଥିଲେ । ସେଥିପାଇଁ ତାଙ୍କୁ ଅଧିକାଂଶ ସମୟରେ ଛୁଟି ମିଳିପାରେନା । ଯାହା ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କଣ୍ଟା ସାଜିଥିଲା ।

ଦୀର୍ଘ ୩୪ ବର୍ଷ ଧରି ପୋଲିସ ଚାକିରି କରି ଆସୁଥିବା ସଞ୍ଜୟ ଶେଷରେ ତାଙ୍କ ସେବାରୁ ଆଗୁଆ ଅବସର ନେବା ପାଇଁ ନିଷ୍ପତ୍ତି ନେଲେ । ଚାକିରି ସମୟ ୭ ବର୍ଷ ବାକି ଥିବା ବେଳେ ସ୍ବେଚ୍ଛାକୃତ ଭାବେ ଅବସର ନେଇଥିଲେ ସଞ୍ଜୟ । ଏନେଇ ତାଙ୍କର ଅବସରକାଳିନ ବିଦାୟୀ ଉତ୍ସବରେ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ ଆୟୋଜିତ କରାଯାଇଥିଲା । ସେଠାରେ ତାଙ୍କୁ ବିଦାୟୀକାଳୀନ ସଭାକରି ସମ୍ବର୍ଦ୍ଧିତ ମଧ୍ୟ କରିଥିଲେ ଏସପି । ଏହାସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ଏସପି ।

ଏହାବି ପଢନ୍ତୁ: ଓଡିଆ ବୋହୂଙ୍କ କମାଲ, ବାଇକରେ ୮୦୦୦ କିମି କଲେ ଯାତ୍ରା

ସଞ୍ଜୟ ପ୍ରଥମେ ପୋଲିସ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିଲେ । ପରେ ତାଙ୍କ କାର୍ଯ୍ୟରେ ନିଷ୍ଠା ତ୍ୟାଗ ପାଇଁ ପରବର୍ତ୍ତୀ ମୂହୁର୍ତ୍ତରେ ତାଙ୍କର ପଦୋନ୍ନତି ହୋଇଥିଲା । କନେଷ୍ଟବଳରୁ ସେ ଏସଆଇକୁ ପଦୋନ୍ନତି ପାଇଥିଲେ । ଦୀର୍ଘ ୩୪ ବର୍ଷ ଧରି ସେ ନିଷ୍ଠାର ସହ କାର୍ଯ୍ୟ ମଧ୍ୟ କରିଥିଲେ । ସଞ୍ଜୟ କୁହନ୍ତି ଯେ,‘‘ସେ ପିଲାବେଳକୁ ବାଇକ ରାଇଡିଂକୁ ବହୁତ ପସନ୍ଦ କରନ୍ତି । ସେ ଦୁର୍ବଳତା ଏବେବି ତାଙ୍କ ଠାରେ ରହିଛି । ଏପରିକି ସେ ପୂର୍ବରୁ ବାଇକ ଯୋଗେ ଗୋଆ ଏବଂ ପୁରୀର ଜଗନ୍ନାଥ ଧାମକୁ ଯାତ୍ରା କରିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ,ନିଜ ବାଇକରେ ଧାମତରୀରୁ ଗୋଆକୁ ଯାତ୍ରା କରିଥିଲେ ମାତ୍ର ୨୪ ଘଣ୍ଚାରେ । ଚାକିରିରୁ ଅବସରେ ପରେ ଆଡଭେଞ୍ଚଚର ବାଇକ ରାଇଡିଂ ଯୋଗେ ଭାରତର ବିଭିନ୍ନ ସ୍ଥାନକୁ ଯିବି ବୋଲି ସେ କହିଛନ୍ତି ’’ । ତେବେ ସଞ୍ଜୟଙ୍କ ଏଭଳି ନିଶା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.