ETV Bharat / bharat

ୟୁପିରେ ପୁଣି ଯୋଗୀ ରାଜ୍ ! ଗଳି କନ୍ଦିରେ ବୁଲୁଛି ବୁଲଡୋଜର - ବୁଲଡୋଜର ବୁଲିଲେ ବିଜେପି କର୍ମୀ

ୟୁପିରେ ଚର୍ଚ୍ଚାରେ ବୁଲଡୋଜର । ବିଜେପି ବିଜୟକୁ ପାଳନ କରିବା ପାଇଁ ବୁଲଡୋଜରରେ ଶୋଭାଯାତ୍ରା କଲେ ଦଳୀୟ କର୍ମୀ । ଅଧିକ ପଢନ୍ତୁ

ୟୁପିରେ ପୁଣି ଆସିବେ ଯୋଗୀ ! ରାସ୍ତାରେ ବୁଲୁଛି ବୁଲଡୋଜର

author img

By

Published : Mar 10, 2022, 4:37 PM IST

ଲକ୍ଷ୍ନୌ: ୟୁପିରେ ଗଡିବନି ସାଇକେଲ । ଏଥର ବି ବୁଲିବ ବୁଲଡୋଜର । କାରଣ ଦ୍ବିତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ବିଜେପି । ବର୍ତ୍ତମାନ ଟ୍ରେଣ୍ଡିଂକୁ ଲକ୍ଷ୍ୟ କଲେ ଏକଜିଟ ପୋଲ ଆକଳନ ସତ ହେବା ଉପରେ । ଏବେ ୟୁପିରେ ଭାରତୀୟ ଜନତା ପାର୍ଟି ୨୬୦ରୁ ଅଧିକ ସିଟ୍‌ରେ ଆଗୁଆ ରହିଛି । ଅର୍ଥାତ୍ ମ୍ୟାଜିକ ନମ୍ବର ଟପି ସାରିଛି ଦଳ । ଏଥିପାଇଁ ଏବେ ରାଜ୍ୟ ରାଜରାସ୍ତାରେ ବୁଲୁଛି ବୁଲଡୋଜର । ବୁଲଡୋଜର ବାବା ଜିନ୍ଦାବାଦ୍... ବୁଲଡୋଜର ବାବା ଜିନ୍ଦାବାଦ୍ ନାରା ଦେଇ ବୁଲଡୋଜରରେ ବିଜୟ ଶୋଭାଯାତ୍ରାରେ ବାହାରିଛନ୍ତି ବିଜେପି କର୍ମୀ ।

ୟୁପିରେ ପୁଣି ଆସିବେ ଯୋଗୀ ! ରାସ୍ତାରେ ବୁଲୁଛି ବୁଲଡୋଜର
ୟୁପିରେ ପୁଣି ଆସିବେ ଯୋଗୀ ! ରାସ୍ତାରେ ବୁଲୁଛି ବୁଲଡୋଜର

ଲକ୍ଷ୍ନୌରେ ଶତାଧିକ ବିଜେପି କର୍ମୀ ବୁଲଡୋଜର ଉପରେ ବସି ଶୋଭାଯାତ୍ରା କରୁଥିବା ସାମ୍ନାକୁ ଆସିଛି । ବିଜେପି କର୍ମକର୍ତ୍ତାମାନେ ହାତରେ ଦଳୀୟ ପତାକା ଏବଂ ବୁଲଡୋଜର ବାବା ଜିନ୍ଦାବାଦ ନାରାରେ ଦଳର ବିଜୟ ପାଳନ କରୁଛନ୍ତି । ସେହିପରି ଜଣେ ଛୋଟ ପିଲାଟି ଯୋଗୀଙ୍କ ପରି ପୋଷାକ ପରିଧାନ କରିବା ସହ ହାତରେ ବୁଲଡୋଜର ଖେଳଣା ନେଇ ଲକ୍ଷ୍ନୌସ୍ଥିତ ବିଜେପି ଅଫିସରେ ପହଞ୍ଚିଥିବାର ଦେଖାଯାଇଛି ।

ଉତ୍ତରପ୍ରଦେଶରେ ଯେତେବେଳେ ସପା ମୁଖ୍ୟ ଅଖିଳେଶ ଯାଦବ ରାଲି କରୁଥିଲେ, ସେହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀକୁ ବୁଲଡୋଜର ବାବା କହି କଟାକ୍ଷ କରିଥିଲେ । ଏକ ରାଲିକୁ ସମ୍ବୋଧିତ କରି ଅଖିଳେଶ କହିଥିଲେ ଯେ, ଯୋଗୀ ସବୁକିଛିର ନାମ ବଦଳାଇ ଦେଉଛନ୍ତି । ବର୍ତ୍ତମାନ ଯାଏଁ ତାଙ୍କୁ ଆମେ ବାବା ମୁଖ୍ୟମନ୍ତ୍ରୀ ବୋଲି ଡାକୁଥିଲୁ, ହେଲେ ଆଜି ଏକ ଲୋକପ୍ରିୟ ଇଂରାଜୀ ଖବରକାଗଜ ତାଙ୍କୁ ବୁଲଡୋଜର ବାବା ବୋଲି ସମ୍ବୋଧନ କରିଛି । ତେଣୁ ମୁଁ ଏହି ନାମ ରଖିନାହିଁ ବରଂ ଏକ ଖବରକାଗଜ ରଖିଛି ବୋଲି କହିଥିଲେ ଏବଂ ବୁଲଡୋଜର ବାବା ବୋଲି କଟାକ୍ଷ କରିଥିଲେ । ପରେ ପରେ ଯୋଗୀ ବୁଲଡୋଜର ବାବା ନାମରେ ବେଶ୍ ଚର୍ଚ୍ଚାକୁ ଆସିଲେ ।

ଗତ ଫେବୃୟାରୀ ମାସରେ ନିର୍ବାଚନ ପ୍ରଚାର ବେଳେ ବିଜେପି କର୍ମୀମାନେ ଯୋଗୀ ଆଦିତ୍ୟନାଥ ରାଲିରେ ଯୋଗ ଦେଇ ବୁଲଡୋଜର ବାବା ବୋଲି ସ୍ଲୋଗାନ ଦେଇଥିଲେ । ତେଣୁ ବିଜେପି ବିଜୟ ପଥରେ ଅଗ୍ରସର ହେବା ସହ ଏବେ ୟୁପିରେ ଖୁବ୍ ଚର୍ଚ୍ଚାକୁ ଆସିଛି ବୁଲଡୋଜର । ଦଳୀୟ କର୍ମକର୍ତ୍ତାମାନେ ବୁଲଡୋଜର ଚଳାଇବାଠୁ ଆରମ୍ଭ କରି ବୁଲଡୋଜର ପ୍ଲାକାର୍ଡ ଏବଂ ଖେଳଣା ଧରି ବିଜୟର ବିଜୟକୁ ପାଳନ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.