ETV Bharat / bharat

ବାଂଲାଦେଶ ପାଳୁଛି ସ୍ବାଧୀନତା ହାସଲର 50 ବର୍ଷ ପୂର୍ତ୍ତି, ‘ସ୍ବର୍ଣ୍ଣୀମ ଅଧ୍ୟାୟ’ର ପୁନର୍ବାହଲ ଉପରେ ଭାରତର ଗୁରୁତ୍ବ

author img

By

Published : Mar 26, 2021, 2:17 PM IST

ବାଂଲାଦେଶ ଗଠନର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ପାଇଁ ଜାତୀୟ ସ୍ତରୀୟ ସମାରୋହରେ ଭାରତର ପ୍ରଧାନମନ୍ତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗଦେବା ପୂରା ଯଥାର୍ଥ । 50 ବର୍ଷ ପୂର୍ବେ ବାଂଲାଦେଶର ଜନ୍ମ ବେଳେ ଭାରତ ଧାଇର ଭୂମିକା ଗ୍ରହଣ କରିଥିଲା । 1971 ଡିସେମ୍ବର 6 ତାରିଖରେ ଭାରତ ପ୍ରଥମ ରାଷ୍ଟ୍ର ଭାବେ ବାଂଲାଦେଶକୁ ଏକ ସାର୍ବଭୌମ୍ୟ ରାଷ୍ଟ୍ର ଭାବେ ସ୍ବୀକୃତି ଦେଇଥିଲା । ଅଧିକ ପଢନ୍ତୁ...

As Bangladesh celebrates 50 years of independence, India resets focus to restore ‘Golden Chapter’
ବାଂଲାଦେଶ ପାଳୁଛି ସ୍ବାଧୀନତା ହାସଲର 50 ବର୍ଷ ପୂର୍ତ୍ତି, ‘ସ୍ବର୍ଣ୍ଣୀମ ଅଧ୍ୟାୟ’ର ପୁନର୍ବାହଲ ଉପରେ ଭାରତର ଗୁରୁତ୍ବ

ବାଂଲାଦେଶ ଗଠନର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ପାଇଁ ଜାତୀୟ ସ୍ତରୀୟ ସମାରୋହରେ ଭାରତର ପ୍ରଧାନମନ୍ତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗଦେବା ପୂରା ଯଥାର୍ଥ । 50 ବର୍ଷ ପୂର୍ବେ ବାଂଲାଦେଶର ଜନ୍ମ ବେଳେ ଭାରତ ଧାଇର ଭୂମିକା ଗ୍ରହଣ କରିଥିଲା । ପାକିସ୍ତାନ ସହିତ ତାହାର ସମ୍ପର୍କ ଚ୍ଛିନ୍ନ କରି ଭାରତ ବାଂଲାଦେଶକୁ ପଛରେ ଛିଡ଼ା ହୋଇଥିଲା ଏବଂ ପାକିସ୍ତାନଠାରୁ ବାଂଲାଦେଶକୁ ପୃଥକ୍ କରିବାରେ ସମସ୍ତ ଚ୍ୟଲେଞ୍ଜ ସ୍ବୀକାର କରିଥିଲା। 1971 ଡିସେମ୍ବର 6 ତାରିଖରେ ଭାରତ ପ୍ରଥମ ରାଷ୍ଟ୍ର ଭାବେ ବାଂଲାଦେଶକୁ ଏକ ସାର୍ବଭୌମ୍ୟ ରାଷ୍ଟ୍ର ଭାବେ ସ୍ବୀକୃତି ଦେଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଚ୍ଚ 26 ଓ 27, 2021 ଦୁଇ ଦିନିଆ ଗସ୍ତ କାଳରେ ସେ ଢାକାରେ ମୁଖ୍ୟ ସ୍ବାଧୀନତା ଦିବସ ସମାରୋହରେ ଯୋଗଦେବେ । ସେ ଆହୁରି ମଧ୍ୟ ବାଂଲାଦେଶର ଜାତିର ପିତା ‘ବଙ୍ଗବନ୍ଧୁ’ ଶେଖ୍ ମୁଜିବୁର ରେହମନଙ୍କ ସମ୍ମାନିତ କରିବେ। ଦେଶର ସ୍ବାଧୀନତା ଦିବସ ସମାରୋହ ସହିତ ମୁଜିବୁରଙ୍କ ଜନ୍ମଶତବାର୍ଷିକୀ ‘ମୁଜିବ ବର୍ଷ’ ଭାବେ ଏକସମୟରେ ପାଳନ କରାଯିବ । ଏହା ସହିତ ବାଂଲାଦେଶ-ଭାରତ କୂଟନୈତିକ ସମ୍ପର୍କର 50 ବର୍ଷ ପୂର୍ତ୍ତି ପାଳନ କରାଯାଉଛି ।

ଏସବୁ ସମାରୋହ ପାଇଁ ବିଶ୍ବ ନେତାମାନେ ଢାକ୍କା ଗସ୍ତ କରୁଛନ୍ତି । କୋଭିଡ-19 ମହାମାରୀ କାରଣରୁ ଏହାକୁ କଡ଼ା ନିୟନ୍ତ୍ରଣ ଭିତରେ କରାଯାଉଛି । ବିଶ୍ବ ନେତାମାନେ ବାଂଲାଦେଶର ଜାତୀୟ ସ୍ମାରକୀ ପରିଦର୍ଶନ କରି 1971 ମୁକ୍ତି ଯୁଦ୍ଧର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ । ସେମାନେ ସ୍ବତନ୍ତ୍ର ମିଲିଟାରୀ ପରେଡରେ ଅଭିବାଦନ ଗ୍ରହଣ କରିବେ, ଏହାସହିତ ବଙ୍ଗବନ୍ଧୁ ମ୍ୟୁଜିୟମ ବୁଲି ଦେଖିବେ ଏବଂ ସରକାରଙ୍କ ପକ୍ଷରୁ ଏକ ଭୋଜିସଭାରେ ଯୋଗଦେବେ ।

କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ ମୋଦି ବଙ୍ଗବନ୍ଧୁଙ୍କ ନିଜ ଗ୍ରାମ ଟୁଙ୍ଗିପଡ଼ାଠାରେ ଥିବା ସମାଧୀସ୍ଥଳ ଏବଂ ଢାକ୍କା ବାହାରେ ଥିବା ଦୁଇଟି ହିନ୍ଦୁ ମନ୍ଦିର ପରିଦର୍ଶନ କରିବେ ବୋଲି ବାଂଳାଦେଶ ମୁଖପାତ୍ର କହିଛନ୍ତି । ମୋଦି ସାତଖିରାଠାରେ ଥିବା ଜେଶୋରୋଶ୍ବରୀ କାଳୀ ମନ୍ଦିର ଦର୍ଶନ କରିବେ । ସାତଖିରା ବର୍ତ୍ତମାନ ବିଧାନସଭା ନିର୍ବାଚନ ହେଉଥିବା ପଶ୍ଚିମ ବଙ୍ଗ ସୀମାକୁ ଲାଗି ଅବସ୍ଥିତ । ମୋଦି ପରିଦର୍ଶନରେ ଯାଉଥିବା ଏହି ପ୍ରାଚୀନ ମନ୍ଦିରରେ 1971 ପରଠାରୁ ମଙ୍ଗଳବାର ଓ ଶନିବାର ଦିନ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଥାଏ ।

ବାଂଲାଦେଶ ସହିତ ଭାରତର 4 ହଜାର 96 କିଲୋମିଟର ଲମ୍ବା ସୀମା ରହିଛି। ବାଂଲାଦେଶ ସହିତ ଉଭୟ ସ୍ଥଳ ଓ ସମୁଦ୍ର ପଥରେ ଭାରତର ସୀମା ବିବାଦ ରହିଛି । 1974 ପରଠାରୁ ଅଚଳ ପଡ଼ିଥିବା ସ୍ଥଳସୀମା ରାଜିନାମା 2015ରେ ମୋଦି ବାଂଲାଦେଶ ଗସ୍ତରେ ଯିବା ପୂର୍ବରୁ ଅନୁମୋଦିତ ହୋଇଥିଲା ।

ବର୍ତ୍ତମାନ ବିଶ୍ବରେ ଭାରତ-ବାଂଲାଦେଶ ମଧ୍ୟରେ ପଞ୍ଚମ ସର୍ବାଧିକ ସ୍ଥଳ ସୀମା ରହିଛି । ସାମାଜିକ-ସାଂସ୍କୃତିକ, ଭାଷାଗତ ଓ ଅର୍ଥନୈତିକ ସଂପର୍କ କ୍ଷେତ୍ରରେ ଭାରତ ଓ ବାଂଲାଦେଶ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି । ଦୁଇ ଦେଶର ଐତିହାସିକ ଘଟଣାକ୍ରମ ଏବଂ ଭୌଗୋଳିକ ସ୍ଥିତିରେ ମଧ୍ୟ ଅନେକ ସମାନତା ରହିଛି । ଏପରି ସମ୍ପର୍କ ଓ ସମାନତା କାରଣରୁ ଦୁଇ ଦେଶର ସମ୍ପର୍କ ସୁଦୃଢ କରାଗଲେ ପୁଣି ଥରେ ଦ୍ବିପାକ୍ଷିକ ସମ୍ପର୍କ ଓ ବନ୍ଧୁତାରେ ‘ସ୍ବର୍ଣ୍ଣୀମ ଅଧ୍ୟାୟ’ର ପୁନଃଆରମ୍ଭ ହେବ ।

ଏହିସବୁ କାରଣରୁ ଦକ୍ଷିଣ ଏସିଆର ଜନାକୀର୍ଣ୍ଣ ଦୁଇ ରାଷ୍ଟ୍ର ବିଗତ 50 ବର୍ଷ ଭିତରେ ଦ୍ବିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ଅନେକ ଉତଥାନ ଓ ପତନର ଚିତ୍ର ଦେଖିଛନ୍ତି । ଏହି ଲମ୍ବା ସମୟ ଭିତରେ ଅନେକ କ୍ଷେତ୍ରରେ ବନ୍ଧୁତା ଘନିଷ୍ଠ ହୋଇଛି ଓ କେତେକ କ୍ଷେତ୍ରରେ ତିକ୍ତତା ବି ବଢିଛି । ନଦୀ ଜଳ ବଣ୍ଟନ ସବୁଠାରୁ ବଡ ବିବାଦ ଭାବେ ମୁଣ୍ଡ ଟେକିଛି । ଗଙ୍ଗା, ପଦ୍କାମ ଏବଂ ତିସ୍ତା ସମେତ ଛୋଟବଡ଼ 54ଟି ନଦୀ ଉଭୟ ଦେଶର ଲୋକଙ୍କ ପାଇଁ ଜୀବନରେଖା ହୋଇଥିବାରୁ ଜଳ ବଣ୍ଟନ ନେଇ ସମସ୍ୟା ରହି ଆସିଛି ।

ବାଂଲାଦେଶରୁ ଭାରତକୁ ଅନୁପ୍ରବେଶ ବୃଦ୍ଧି ଏକ ବଡ଼ ସମସ୍ୟା ବୋଲି କିଛି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ କହୁଥିବା ବେଳେ ଏବେ ଏହା ବନ୍ଦ ହୋଇଯାଇଛି । ଏବଂ ଏକଦା ଅନ୍ୟତମ ଗରିବ ରାଷ୍ଟ୍ର ଭାବେ ପରିଗଣିତ ବାଂଲାଦେଶର ଅର୍ଥନୀତିରେ ମଧ୍ୟ ଅନେକ ପରବର୍ତ୍ତନ ଘଟିଛି । ପୂର୍ବତନ ଆମେରିକା ବିଦେଶ ସଚିବ ହେନେରି କିସିଙ୍ଗର ଏହାକୁ “ବାସ୍କେଟ କେସ୍”ର ଆଖ୍ୟା ଦେଇଥିଲେ, ହେଲେ ଏବେ ହାରାହାରି ଜିଡିପି 8 ପ୍ରତିଶତ ସହ ବାଂଲାଦେଶ ଏକ ଅର୍ଥନୈତିକ ଶକ୍ତି ଭାବେ ଉଭା ହେଉଛି । ବାଂଲାଦେଶକୁ କମ୍ ଉନ୍ନତ ରାଷ୍ଟ୍ରରୁ ଏକ ମିଡିଲ୍ ଇନକମ ଇକନମି ରାଷ୍ଟ୍ରରେ ପରିଣତ କରିବାରେ ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରେହମନଙ୍କ ଝିଅ ଯେକି 2009 ପରଠାରୁ ଦେଶର ଶାସନ କ୍ଷମତାରେ ଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଅବଦାନ ପ୍ରଶଂସାଯୋଗ୍ୟ ।

ପ୍ରକୃତରେ ହାସିନା ଏବଂ ମୋଦିଙ୍କ ମଧ୍ୟରେ ମ୍ୟାରିଟାଇମ୍ ଏବଂ ଲ୍ୟାଣ୍ଡ ବାଉଣ୍ଡ୍ରି ଏଗ୍ରିମେଣ୍ଟ ସ୍ବାକ୍ଷରିତ ହେବା ପରେ ଭାରତ-ବାଂଲାଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କରେ ସୁବର୍ଣ୍ଣ ଅଧ୍ୟାୟ ପୁନଃଆରମ୍ଭ କରିବାକୁ ପ୍ରୟାୟ ଆରମ୍ଭ ହୋଇଛି । ଦୁଇ ନେତାଙ୍କ ରାଜନୈତିକ ଇଚ୍ଛାଶକ୍ତି କାରଣରୁ ଏହା ସାକାର ହେବାକୁ ଯାଉଛି ।

ଭାରତରେ 2019 ସାଧାରଣ ନିର୍ବାଚନ ପରେ କିଛି କାରଣରୁ ବାଂଲାଦେଶରେ ବଢିଥିବା ଭାରତ ବିରୋଧୀ ମନୋଭାବରେ ପରିବର୍ତ୍ତନ ପାଇଁ ଭାରତ ସରକାରଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିଛି । ଭାରତୀୟ ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ଏବଂ ବାଂଲାଦେଶୀଙ୍କ ବିରୁଦ୍ଧରେ କିଛି ଆପତ୍ତିଜନକ ମନ୍ତବ୍ୟ କାରଣରୁ ଦ୍ବିପାକ୍ଷିକ ସମ୍ପର୍କ ପ୍ରଭାବିତ ହୋଇଥିଲା । କିନ୍ତୁ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ବର୍ଷକୁ ଥିଲା 10 ବିଲିଅନ ଆମେରିକୀୟ ଡଲାରରୁ ଅଧିକ, ଯାହାକି ସାର୍କ ରାଷ୍ଟ୍ର ସମୂହ ମଧ୍ୟରେ ସର୍ବାଧିକ ।

ବାଂଲାଦେଶକୁ ଅନେକ ପ୍ରତିଶ୍ରୁତି ଦେବା ସହିତ ମୂଳ ପ୍ରସଙ୍ଗ କ୍ଷେତ୍ରରେ ଏହାକୁ ଆଗେଇ ନେଇ ଦୁଇ ଦେଶ ମଧ୍ୟରେ ସଂଯୋଗ ପୁନଃସ୍ଥାପନ କରିବା ସକାଶେ ଭାରତ ଏବେ ପ୍ରୟାସ ଚଳାଇଛି । ଭାରତ ଓ ବାଂଲାଦେଶ ସ୍ବାଧୀନତା ଆନ୍ଦୋଳନର ଦୁଇ ଜନକଙ୍କୁ ବଙ୍ଗବନ୍ଧୁ-ବାପୁ (ମହାତ୍ମା ଗାନ୍ଧି) ମିଳିତ ପ୍ରଦର୍ଶନୀ ଜରିଆରେ ପ୍ରଦର୍ଶନ କରିବା ମୋଦିଙ୍କ ଗସ୍ତର ମୁଖ୍ୟ ଦିଗ ବୋଲି ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରିଙ୍ଗଲା କହିଛନ୍ତି ।

ଏମାସ ପ୍ରାରମ୍ଭରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ବାଂଲାଦେଶ ଗସ୍ତରେ ଯାଇ ବାଂଲାଦେଶ ସହ ଭାରତର ସମ୍ପର୍କକୁ ବାସ୍ତବରେ " 360 ଡିଗ୍ରୀ ପାର୍ଟନରସିପ୍" ଭାବେ ବର୍ଣ୍ଣନା କରିଥିଲେ, ଯାହାମଧ୍ୟରେ ଦୃଢ ପ୍ରତିରକ୍ଷା ଏବଂ ସୁରକ୍ଷ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଛି । ଭାରତର ପଡ଼ୋଶୀ ଫାଷ୍ଟ ନୀତିରେ ବାଂଲାଦେଶ ସବୁବେଳେ ସର୍ବାଧିକ ଗୁରୁତ୍ବ ପାଇ ଆସିଛି ବୋଲି ସେ କହିଥିଲେ ।

ବାଂଲାଦେଶକୁ ଭାରତ ସବୁଠାରୁ ଅଧିକ ପରିମାଣରେ କୋଭିଡ-19 ପ୍ରତିଷେଧକ ଟିକା ୟୋଗାଇ ଦେଇ ଆସିଛି । ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ମହାମାରୀ ହିଁ ପ୍ରକୃତରେ ଦ୍ବିପାକ୍ଷିକ ସମ୍ପର୍କକୁ ବଞ୍ଚାଇ ରଖିଛି । ତ୍ରିପୁରାର ସବରୁମଠାରୁ ବାଂଲାଦେଶର ରାମଗଡ଼ ଯାଏଁ ଫେଣୀ ନଦୀ ଉପରେ 1.9 କିମି ମୈତ୍ରୀ ସେତୁ ନିର୍ମାଣ ଏବଂ ରେଳପଥ ପୁଣି ଥରେ ଖୋଲିବା ପାଇଁ ଭାରତ କାମ ଆରମ୍ଭ କରିଛି ।

ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ 2020 ଡିସେମ୍ବର 17 ତାରିଖରେ ଅନୁଷ୍ଠିତ ଭର୍ଚୁଆଲ ସମିଟ୍ ପରେ ଦ୍ବିପାକ୍ଷିକ ସମ୍ପର୍କରେ ଆସିଯାଇଥିବା ସ୍ଥାଣୁତା ଅନେକାଂଶରେ ଦୂର ହୋଇଥିବା ଲକ୍ଷ୍ୟ କରାଯାଇଛି ।

ପଚାଶ ବର୍ଷ ପୂର୍ବେ 1971ରେ ସ୍ବାଧୀନତା ସଂଗ୍ରାମ ବେଳେ ବାଂଲାଦେଶୀ ଲୋକଙ୍କ ପାଇଁ ଭାରତ ତାହାର ସୀମା ଖୋଲି ଦେଇଥିଲା । ଆଜି ଆମେ ମିଳିତ ହୋଇ ଏକ ସମୃଦ୍ଧ ରିଜିଅନ୍ ଗଠନ କରିବା ବୋଲି ଶେଖ ହାସିନା ନିକଟରେ କହିଥିଲେ । ମହାମାରୀ ପରେ ମୋଦିଙ୍କର ଏହା ହେଉଛି ପ୍ରଥମ ବିଦେଶ ଗସ୍ତ। ଏହି ଗସ୍ତ ଦୁଇ ଦେଶର ସମ୍ପର୍କକୁ ଅଧିକ ମଜବୁତ କରିବ ।

ନିଲୋଭା ରୟ ଚୌଧୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.