ETV Bharat / bharat

ଜନ୍ମଦିନରେ NCB ଅଫିସ୍‌ରେ ଆର୍ଯ୍ୟନ, 7 ଘଣ୍ଟା ଧରି ଚାଲିଲା ଜେରା

author img

By

Published : Nov 13, 2021, 9:47 AM IST

ଶୁକ୍ରବାର କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନଙ୍କୁ ୭ ଘଣ୍ଟା ଧରି ଜେରା କଲା NCB । ରାତି ୧ଟା ସମୟରେ NCB ଅଫିସରୁ ବାହାରିଲେ ଆର୍ଯ୍ୟନ । ଅଧିକ ପଢନ୍ତୁ...

୭ ଘଣ୍ଟା ଧରି ଆର୍ଯ୍ୟନ ଖାନଙ୍କୁ ଜେରା କଲା NCB

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ କୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଛନ୍ତି ଆର୍ଯ୍ୟନ ଖାନ । ସର୍ତ୍ତ ଆଧାରରେ ଆର୍ଯ୍ୟନ ପ୍ରତି ଶୁକ୍ରବାର ଏନସିବି ଅଫିସରେ ହାଜର ହେବେ । ଏହି ପରିପ୍ରେକ୍ଷୀରେ ଗତକାଲି(ଶୁକ୍ରବାର) ସେ ନଭି ମୁମ୍ବାଇ ସ୍ଥିତ ଏନସିବିରେ ହାଜର ହୋଇଛନ୍ତି । ଆର୍ଯ୍ୟନ ଅପରାହ୍ନ ୫ ଟାରେ ଜେରା ପାଇଁ ପହଞ୍ଚି ଥିବାବେଳେ ରାତି ପ୍ରାୟ ୧ଟା ସମୟରେ ଏନସିବି ଅଫିସରୁ ବାହାରିଛନ୍ତି । ଏନସିବିର ସ୍ପେଶାଲ ଟିମ୍ ତାଙ୍କୁ ୭ ଘଣ୍ଟା ଧରି ପଚରାଉଚରା କରିଥିବା ଜଣାପଡିଛି ।

ବଡ କଥା ହେଉଛି, ଆଜି ଆର୍ଯ୍ୟନଙ୍କ ୨୪ତମ ଜନ୍ମଦିନ ଅଟେ । ମୁଖ୍ୟତଃ ରାତି ପୂର୍ବଦିନ ରାତି ୧୨ଟାରୁ ଜନ୍ମଦିନ ପାଳନ କରାଯାଉଥିବାବେଳେ ଏନସିବି ଟିମ୍ ଗତକାଲି ଅପରାହ୍ନ ୫ଟାରୁ ଦୀର୍ଘ ୭ ଘଣ୍ଟା ଧରି ତାଙ୍କୁ ଜେରା କରିଥିଲେ ଏବଂ ସେ ରାତି ୧ଟାରେ ବାହାରିଥିଲେ । କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା ସମ୍ବନ୍ଧରେ ତାଙ୍କୁ ପଚରାଉଚରା କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ, କୋର୍ଟଙ୍କ ସର୍ତ୍ତ ଆଧାରରେ ଗତ ସପ୍ତାହରେ ମଧ୍ୟ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଏନସିବି ଅଫିସରେ ହାଜର ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.