ETV Bharat / bharat

ସୁରଟରେ 8 ଆସନ ଜିତିବ AAP: ଲଖିତ ପୂର୍ବାକଳନ କଲେ କେଜ୍ରିଓ୍ବାଲ - ଗୁଜୁରାଟ ନିର୍ବାଚନ ନେଇ କେଜ୍ରିଓ୍ବାଲଙ୍କ ପୂର୍ବାକଳନ

ସୁରଟରେ AAP 8 ଆସନ ଜିତିବା ନେଇ କେଜ୍ରିଓ୍ବାଲଙ୍କ ଲଖିତ ପୂର୍ବାକଳନ (Arvind Kejriwal prediction on Gujarat pol) କହିଲେ ରାଜ୍ୟରେ ବଡ ପରବର୍ତ୍ତନ ହେବାକୁ ଯାଉଛି । ଅନ୍ତତଃ ପରିବାରର ଜଣଙ୍କୁ AAP ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କଲେ ନିବେଦନ । ଅଧିକ ପଢନ୍ତୁ

ସୁରଟରେ 8 ଆସନ ଜିତିବ AAP: ଲଖିତ ପୂର୍ବାକଳନ କଲେ କେଜ୍ରିଓ୍ବାଲ

author img

By

Published : Nov 28, 2022, 8:57 PM IST

ହାଇଦ୍ରାବାଦ: ଆଉ ତିନି ଦିନ ପରେ ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବାକୁ ଯାଉଛି । ଏହା ପୂର୍ବରୁ ପ୍ରଚାର ଜୋରଦାର କରିଛନ୍ତି ନିର୍ବାଚନୀ ମୈଦାନରେ ଥିବା ସମସ୍ତ ରାଜନୈତିକ ଦଳ (Arvind Kejriwal prediction on Gujarat pol)। ଏହାରି ମଧ୍ୟରେ ଗୁଜୁରାଟ ରାଜନୀତିରେ ପ୍ରଥମ କରି ଏଣ୍ଟ୍ରି ମାରିଥିବା ଆମ ଆଦମୀ ପାର୍ଟି ମଧ୍ୟ ରାଜ୍ୟବାସୀଙ୍କୁ ଭୋଟ ମାଗିବାରେ କୌଣସି ଅବସର ହାତଛଡା କରିନାହିଁ । ପ୍ରଦର୍ଶନ ନେଇ ଦଳ ମୁଖ୍ୟ କେଜ୍ରିଓ୍ବାଲ ବେଶ ଉତ୍ସାହୀ ଓ ଆଶାବାଦୀ ଥିବା ଦେଖବାକୁ ମିଳିଛି । ସୁରଟରେ ଦଳ 8ଟି ଆସନ ଜିତିବା ନେଇ ଦମ୍ଭର ସହ ପୂର୍ବାକଳନ କରିଛନ୍ତି କେଜ୍ରିଓ୍ବାଲ । ଏନେଇ କେବଳ ସେ ଆଶାବାଦୀ ଥିବା ନୁହନ୍ତି ବରଂ ଦୃଢ ନିଶ୍ଚିତ ଥିବା ଦର୍ଶାଇ ଲିଖିତ ଆକାରରେ ପୂର୍ବାକଳନ କରିଥିବା ଦେଖିବାକୁ ମିଳିଛି ।

ସୁରଟରେ 8 ଆସନ ଜିତିବ AAP: ଲଖିତ ପୂର୍ବାକଳନ କଲେ କେଜ୍ରିଓ୍ବାଲ

କେଜ୍ରିଓ୍ବାଲ କହିଛନ୍ତି,‘‘ପ୍ରଥମ ଥର ଦେଶରେ କୌଣସି ରାଜନୈତିକ ଦଳ ଆସିଛି ଯିଏ ଦରଦାମ ବୃଦ୍ଧି ସମସ୍ୟା ସମାପ୍ତ କରିବ ବୋଲି ଘୋଷଣା କରିଛି । ତେଣୁ ରାଜ୍ୟବାସୀ ଦଳକୁ ସମର୍ଥନ କରିବେ । ଦଳ ଭାରତୀୟ ଜନତା ପାର୍ଟି ଠାରୁ ଆଗକୁ ଅତିକ୍ରମ କରି ସାରିଛି । ବିଜେପି ଶାସନରେ ଲୋକମାନେ ସାମାନ୍ୟ ଭୟଭୀତ ଅଛନ୍ତି, ତଥାପି ସେମାନେ ଏକ ପରିବର୍ତ୍ତନ ଭାବେ ଆମ ଆଦମୀ ପାର୍ଟିକୁ ଭୋଟ ଦେବେ ।’’

ସେହିପରି ରାଜ୍ୟବାସୀଙ୍କୁ ଭିନ୍ନ ଢଙ୍ଗରେ ଭୋଟ ମାଗିଛନ୍ତି କେଜ୍ରିଓ୍ବାଲ । ପରିବାରର ଅନ୍ତତଃ ଜଣେ ଲେଖାଏଁ ସଦସ୍ୟଙ୍କୁ କୌଣସି ପ୍ରକାରରେ ବୁଝାନ୍ତୁ ଓ AAPକୁ ଭୋଟ ଦେବା ପାଇଁ ମତଦାନ କେନ୍ଦ୍ରକୁ ପଠାନ୍ତୁ ବୋଲି ସେ ନିବେଦନ କରିଛନ୍ତି । ସେହିପରି ଚଳିତ ନିର୍ବାଚନରେ ଗୁଜୁରାଟରେ ଏକ ପରିବର୍ତ୍ତନ ହେବାକୁ ଯାଉଥିବା କେଜ୍ରିଓ୍ବାଲ କହିଛନ୍ତି ।

କେବଳ ସୁରଟରେ ଦଳ ଭଲ ପ୍ରଦର୍ଶନ କରିବ ତାହା ନୁହେଁ, ଆମ ଆଦମୀ ପାର୍ଟି ଗୁଜୁରାଟରେ ଭାରତୀୟ ଜନତା ପାର୍ଟିର ବିକଳ୍ପ ହେବ ଓ କ୍ଷମତା ହାସଲ କରିବା ନେଇ ମଧ୍ୟ କେଜ୍ରିଓ୍ବାଲ ଆଶା ପ୍ରକାଶ କରିଛନ୍ତି । ଦୀର୍ଘ 27ବର୍ଷ ଧରି କ୍ରମାଗତ କ୍ଷମତା ବଜାୟ ରଖିଥିବା ଭାରତୀୟ ଜନତା ପାର୍ଟିର ବିକଳ୍ପ ହେବା ପାଇଁ ଆମ ଆଦମୀ ପାର୍ଟି ବେଶ ପରିଶ୍ରମ ଜାରି ରଖିଛି । ଦଳର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ମଧ୍ୟ ଗୁଜରାଟରେ ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.