ETV Bharat / bharat

ଘର ଦୁଆରେ ରାସନ ପହଞ୍ଚାଇବେ ଦିଲ୍ଲୀ ସରକାର - ଦିଲ୍ଲୀ ସରକାର

ମାର୍ଚ୍ଚ 25ରୁ ଘର ଦୁଆରେ ରାସନ ପହଞ୍ଚାଇବାକୁ ଯାଉଛନ୍ତି ଦିଲ୍ଲୀ ସରକାର । ରାସନର ଡୋରଷ୍ଟେପ ଡେଲିଭରୀ ଯୋଜନା ଅଧୀନରେ ବୟସ୍କ ଓ ମହିଳାମାନଙ୍କୁ ପ୍ରାଥମିକତା ଦେବେ ସରକାର । ଅଧିକ ପଢନ୍ତୁ...

ଘରେ ଦୁଆରେ ରାସନ ପହଞ୍ଚାଇବେ ଦିଲ୍ଲୀ ସରକାର
ଘରେ ଦୁଆରେ ରାସନ ପହଞ୍ଚାଇବେ ଦିଲ୍ଲୀ ସରକାର
author img

By

Published : Mar 12, 2021, 5:07 PM IST

ନୂଆଦିଲ୍ଲୀ: ମାର୍ଚ୍ଚ 25ରୁ ଘର ଦୁଆରେ ରାସନ ପହଞ୍ଚାଇବାକୁ ଯାଉଛନ୍ତି ଦିଲ୍ଲୀ ସରକାର । ରାଜଧାନୀର ସୀମାପୁରୀ ଅଞ୍ଚଳରେ 100 ଘରେ ଡେଲିଭରୀ ସହିତ 'ମୁଖ୍ୟମନ୍ତ୍ରୀ ଘର ଘର ରାସନ' ଯୋଜନାର ଶୁଭାରମ୍ଭ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ । ଅନ୍ୟ ଅଞ୍ଚଳରେ ଏପ୍ରିଲ ପହିଲାରୁ ଏହି ଯୋଜନାର ଶୁଭାରମ୍ଭ କରାଯିବ ।

ରାସନର ଡୋରଷ୍ଟେପ ଡେଲିଭରୀ ବ୍ୟବସ୍ଥା ଆରମ୍ଭ ହେବା ପରେ ରାଜଧାନୀରେ ରାସନର କଳାବଜାରୀ ଉପରେ ରୋକ ଲାଗିବା ସହ ରାସନ ମାଫିଆଙ୍କ ଅନ୍ତ ଘଟିବ ବୋଲି ଦାବି କରିଛନ୍ତି ସରକାର । ରାସନ ଦୋକାନରେ ବାୟୋମେଟ୍ରିକ ମେସିନ ନ ଲାଗିପାରିବା କାରଣରୁ ଏହି ଯୋଜନାରେ ବିଳମ୍ବ ହୋଇଛି । ସରକାରଙ୍କ ପକ୍ଷରୁ ଘରେ ରାସନ ପହଞ୍ଚାଇବାର ଯୋଜନାକୁ ନେଇ ଆକ୍ସନ ପ୍ଲାନ ପୂର୍ବରୁ ହିଁ ଜାରି କରିଦିଆଯାଇଥିଲା ।

ଘର ପର୍ଯ୍ୟନ୍ତ ରାସନ ପହଞ୍ଚାଇବାକୁ ଯାଉଥିବା ଗାଡିରେ ଜିପିଏସ ସିଷ୍ଟମ ଲଗାଯିବ । ଦିଲ୍ଲୀରେ ରାସନ ଡେଲିଭରୀ କରିବା ପାଇଁ ବାୟୋମେଟ୍ରିକ ପରିଚୟ ବାଧ୍ୟତାମୂଳକ କରିଛନ୍ତି ଦିଲ୍ଲୀ ସରକାର । ହେଲେ ଏହାର କାମ ଏଯାଏଁ ପୁରା ହୋଇପାରିନାହିଁ ।

ଏହା କୁହାଯାଉଛି ଯେ ରାସନର ଡୋରଷ୍ଟେପ ଡେଲିଭରୀ ଯୋଜନା ଅଧୀନରେ ବୟସ୍କ ଓ ମହିଳାମାନଙ୍କୁ ପ୍ରାଥମିକତା ଦେବେ ସରକାର | ଏଥିପାଇଁ ରାସନ କାର୍ଡ ଆଧାରରେ ସର୍ଭେ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ରାସନ ଦୋକାନରେ ସୁବିଧା ନଥିବା କିମ୍ବା ଦୋକାନକୁ ଯିବାକୁ ଅନ୍ୟ ଲୋକଙ୍କୁ ସାହାଯ୍ୟ କରିବାକୁ ପଡୁଥିବା ବୟସ୍କଙ୍କ ଘରକୁ ରାସନ ପଠାଯିବ । ଏହିପରି ଲୋକଙ୍କ ପଞ୍ଜୀକରଣ କରାଯିବ | ଏଥି ସହିତ ସରକାର ମଧ୍ୟ ମହିଳାମାନଙ୍କୁ ପ୍ରାଥମିକତା ଭିତ୍ତିରେ ରାସନ ବିତରଣ କରିବାକୁ ଚାହୁଁଛନ୍ତି ।

ମୁଖ୍ୟମନ୍ତ୍ରୀ ଘର ଘର ରାସନ ଯୋଜନା ଅଧୀନରେ ଦିଲ୍ଲୀର ସମସ୍ତ 70ଟି ବିଧାନସଭାରେ ପ୍ରାୟ 17 ଲକ୍ଷ ଲୋକଙ୍କ ଘରକୁ ରାସନ ଯୋଗାଇଦେବା ପାଇଁ ଯୋଜନା ରହିଛି। ଯଦି ଲୋକମାନେ ଦୋକାନରୁ ରାସନ ପାଇବାକୁ ଚାହାଁନ୍ତି ତେବେ ସେମାନେ ଏହାକୁ ଜାରି ରଖିପାରିବେ | ଏହି ସମୟରେ, ସେମାନେ ଏହି ଯୋଜନା ପାଇଁ ଆବେଦନ କରିପାରିବେ । ଏହା ଅଧୀନରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଗହମ ନ ଦେଇ ଲୋକଙ୍କୁ ମଇଦା ଦିଆଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.