ETV Bharat / bharat

Rajya Sabha Polls: ମତଦାନରୁ ବଞ୍ଚିତ ହେବେ ମହାରାଷ୍ଟ୍ରର ୨ ବିଧାୟକ

author img

By

Published : Jun 9, 2022, 7:46 PM IST

ରାଜ୍ୟସଭା ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ ମହାରାଷ୍ଟ୍ରର ଗିରଫ ବିଧାୟକ । ମତଦାନ ଗୋଟିଏ ଦିନ ପୂର୍ବରୁ ଦିନିକିଆ ବେଲ୍‌ ଆବେଦନ ଖାରଜ କଲେ କୋର୍ଟ । ଅଧିକ ପଢନ୍ତୁ

ରାଜ୍ୟସଭା ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ ଗିରଫ ମହାରାଷ୍ଟ୍ର ନେତା

ମୁମ୍ବାଇ: ରାଜ୍ୟସଭା ନିର୍ବାଚନରେ ମତଦାନରୁ ବଞ୍ଚିତ ହେବେ ମହାରାଷ୍ଟ୍ରର ଗିରଫ ନେତା । ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇ ବର୍ତ୍ତମାନ ଜେଲ୍‌ରେ ଥିବା ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଏନସପି ନେତା ଅନିଲ ଦେଶମୁଖ ଓ ନଓ୍ବାବ ମଲ୍ଲିକ ମତଦାନ ପ୍ରକ୍ରିୟାରେ ସାମିଲ ହେବା ପାଇଁ କରିଥିବା ଜାମିନ ଆବେଦନ ଖାରଜ କରିଛନ୍ତି ମୁମ୍ବାଇର ଏକ କୋର୍ଟ ରାୟ ପ୍ରଦାନ କରିଛନ୍ତି । ଆସନ୍ତାକାଲି (୧୦ ତାରିଖ) ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ହେବାକୁ ଯାଉଥିବା ବେଳେ ଏହାର ମାତ୍ର ଗୋଟିଏ ଦିନ ପୂର୍ବରୁ ଏପରି ରାୟ ଦୁଇ ନେତାଙ୍କୁ ନିରାଶ କରିଛି । ତେବେ ଏହା ବିରୋଧରେ ଉଭୟ ଉଚ୍ଚ ନ୍ୟାୟାଳୟରେ ଆବେଦନ ମଧ୍ୟ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ବରିଷ୍ଠ NCP ନେତା ନଓ୍ବାବ ମଲ୍ଲିକ ଆର୍ଥିକ ଠକେଇ ମାମଲାରେ ଗତ ଫେବୃଆରୀରେ ଗିରଫ ହେବା ପରେ ଜେଲରେ ରହିଛନ୍ତି । ସେହିପରି ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ମଧ୍ୟ ସମାନ ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି । ତେବେ ଉଭୟ ନେତା ଭୋଟିଂରେ ସାମିଲ ହେବା ପାଇଁ ଦିନିକିଆ ବେଲ୍‌ ଆବେଦନ କରିଥିଲେ, ଯାହା କୋର୍ଟଙ୍କ ଦ୍ବାରା ଖାରଜ ହୋଇଯାଇଛି । କୋର୍ଟଙ୍କ ଏପରି ନିଷ୍ପତ୍ତି ପରେ ରାଜ୍ୟସଭା ନିର୍ବାଚନରେ ଭୋଟଦାନ ପ୍ରକ୍ରିୟାରୁ ଉଭୟ ନେତା ବାଦ ପଡିବାର ଆଶଙ୍କା ପ୍ରକାଶ ପାଇଛି ।

ମହାରାଷ୍ଟ୍ରର 6ରାଜ୍ୟସଭା ଆସନ ପାଇଁ ଭୋଟ ହେବାକୁ ଯାଉଛି । ତେବେ ଅନ୍ୟ ଏକ ରୋଚକ ତଥ୍ୟ ହେଉଛି, ରାଜ୍ୟରେ ଦୁଇ ଦଶନ୍ଧି ପରେ ରାଜ୍ୟସଭା ନିର୍ବାଚନରେ ଭିନ୍ନ ପ୍ରତିଦ୍ବନ୍ଦ୍ବୀତା ଦେଖିବାକୁ ମିଳିଛି । ୬ଟି ଆସନ ଖାଲି ହୋଇଥିବା ବେଳେ ନିର୍ବାଚନୀ ମୈଦାନରେ ୭ଜଣ ପ୍ରାର୍ଥୀ ରହିଛନ୍ତି । ଶାସକ ଶିବସେନା ଦୁଇ ବରିଷ୍ଠ ନେତା ସଞ୍ଜୟ ରାଓ୍ବତ ଓ ସଞ୍ଜୟ ପାଓ୍ବରଙ୍କୁ ପ୍ରାର୍ଥୀ କରିଛି । ସେହିପରି ବିଜେପି ୩ ପ୍ରାର୍ଥୀ, କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ, ଅନିଲ ବୋନ୍ଦେ ଓ ଧନଞ୍ଜୟ ମହାଦିକଙ୍କୁ ମୈଦାନକୁ ଓହ୍ଲାଇଛି ।

ସେହିପରି ଶାସକ ମେଣ୍ଟର ସହଯୋଗୀ NCP ଓ କଂଗ୍ରେସ ପ୍ରତ୍ୟେକ ଜଣେ ଲେଖାଏଁ ପ୍ରାର୍ଥୀଙ୍କୁ ମୈଦାନକୁ ଆଣିଛନ୍ତି । ୬ଟି ଆସନ ପାଇଁ ମୋଟ ୭ ପ୍ରାର୍ଥୀ ମୈଦାନରେ ଥିବାବେଳେ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ନିର୍ବାଚିତ ହେବା ପାଇଁ ୪୨ ଭୋଟ ଆବଶ୍ୟକତା ରହିଛି । ଛୋଟ ଦଳ ଓ ସ୍ବାଧୀନ ଭାବେ ୨୯ ବିଧାୟକ ରହିଛନ୍ତି । ଏହି ନିର୍ବାଚନରେ ଏମାନଙ୍କ ଭୂମିକା ମଧ୍ୟ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.