ETV Bharat / bharat

ରାତି ସାରା ଏସି ଅନ କରି ଶୋଇଗଲେ ଡାକ୍ତର, ଚାଲିଗଲା 2 ନବଜାତକଙ୍କ ଜୀବନ - ଡାକ୍ତରୀ ଅବହେଳାରୁ 2 ନବଜାତ ମୃତ

ଘରୋଇ କ୍ଲିନିକରେ ମହିଳା ଡାକ୍ତରଙ୍କ ଦାୟିତ୍ବହୀନତା ନେଇଗଲା 2 ନବଜାତ ଶିଶୁଙ୍କ ଜୀବନ । ରାତିରେ ଏସି ଅନ କରି ଶୋଇଥିଲେ ମହିଳା ଡାକ୍ତର । ଅଧିକ ପଢନ୍ତୁ

ରାତି ସାରା ଏସି ଅନ କରି ଶୋଇଗଲେ ଡାକ୍ତର, ଚାଲିଗଲା 2 ନବଜାତକଙ୍କ ଜୀବନ

author img

By ETV Bharat Odisha Team

Published : Sep 25, 2023, 5:33 PM IST

ଲକ୍ଷ୍ନୌ: ସରକାରୀ ହସ୍ପିଟାଲର ଜନ୍ମ ହେବା ପରେ ଉନ୍ନତ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଦୁଇ ଜବଜାତ ଶିଶୁ । ହେଲେ ଡାକ୍ତରୀ ଅବହେଳା ନେଇଗଲା 2 ନିଷ୍ପାପ କୋମଳମତି ଶିଶୁଙ୍କ ଜୀବନ । ନିଜେ ଭଲରେ ଶୋଇବା ପାଇଁ ରାତି ସାରା ଏସି ଚଳାଇଥିଲେ ଡାକ୍ତର । ଫଳରେ ଅତ୍ୟଧିକ ଥଣ୍ଡାରେ ହସ୍ପିଟାଲରେ ଚିକିତ୍ସାଧୀନ ଏହି ଦୁଇ ନବଜାତଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଉତ୍ତର ପ୍ରଦେଶ ଶାମଲୀରେ ଦେଖିବାକୁ ମିଳିଛି । ପରିବାର ସଦସ୍ଯଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ସମ୍ପୃକ୍ତ ମହିଳା ଡାକ୍ତରଙ୍କୁ ଗିରଫ କରି ଜେରା କରୁଛି ।

ଅଭିଯୋଗ ଅନୁସାରେ, ଶନିବାର ଶାମଲୀର ଏକ ସରକାରୀ ହସ୍ପିଟାଲରେ ଏହି ଦୁଇ ନବଜାତ ଶିଶୁ ଜନ୍ମଗ୍ରହଣ କରିଥିଲେ । ହେଲେ ପରବର୍ତ୍ତୀ ଚିକିତ୍ସା ପାଇଁ ଉଭୟଙ୍କୁ ନିତୁ ନାମ୍ନୀ ଜଣେ ମହିଳା ଡାକ୍ତରଙ୍କ ଘରୋଇ କ୍ଲିନିକରେ ଭର୍ତ୍ତି କରାଯାଇଥିଲା । ଉଭୟ ଶିଶୁ ଫଟୋଥେରାପି ଓ୍ବାର୍ଡରେ ଚିକିତ୍ସାଧୀନ ଥିଲା । ହେଲେ ରବିବାର ସକାଳୁ ଉଭୟଙ୍କ ମୃତ୍ୟୁ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଶନିବାର ରାତିରେ ଡାକ୍ତର ନୀତୁ ନିଜେ ହସ୍ପିଟାଲରେ ଥିଲେ । ସେ ଶୋଇବା ପାଇଁ ସାରା ରାତି ଏସି ଚଳାଇଥିବାରୁ ଦୁଇ ଶିଶୁ ସନ୍ନିପାତ ହୋଇ ପ୍ରାଣ ହରାଇଥିବା ପରିବାର ସଦସ୍ୟ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- ସାମାନ୍ୟ ବଚସାରୁ ଯବାନଙ୍କ ଶକ୍ତ ଚାପୁଡା, ଟଳିପଡିଲେ ଜନୈକ ବ୍ୟକ୍ତି

ଅଭିଯୋଗ ଆଧାରରେ ପୋଲିସ ପହଞ୍ଚି ଦୁଇ ମୃତଦେହ ଉଦ୍ଧାର କରିଛି । ସମ୍ପୃକ୍ତ ଘରୋଇ କ୍ଲିନିକକୁ ସିଲ କରିବା ସହ ମହିଳା ଡାକ୍ତରଙ୍କୁ ମଧ୍ୟ ଗିରଫ କରି ଜେରା କରୁଛି ପୋଲିସ । ଏହି ଘଟଣାରେ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅଶ୍ବିନୀ ଶର୍ମାଙ୍କ ନେତୃତ୍ବରେ ଏକ ଡାକ୍ତରୀ ଟିମ ମଧ୍ୟ ଘରୋଇ କ୍ଲିନିକରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପରିବାର ସଦସ୍ୟ କରୁଥିବା ଅଭିଯୋଗର ସତ୍ଯତା ସମ୍ପର୍କରେ ତଦନ୍ତ ପରେ ସ୍ପଷ୍ଟ ହେବା ନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କହିଛି । ଜଣେ ଡାକ୍ତରଙ୍କ ଚରମ ଅବହେଳାରୁ ଦୁଇ ନବଜାତ ଶିଶୁଙ୍କ ମୃତ୍ୟୁ ହେବା ପରେ ପରିବାର ସଦସ୍ୟ ଭାଙ୍ଗି ପଡିଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ମୃତ ଶିଶୁଙ୍କ ପରିବାର ଓ ସମ୍ପର୍କୀୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.