ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ପ୍ରବଳ ତୁଷାରପାତ । ଫଳରେ ସାଧାରଣ ଜୀବନଯାପନ ବାଧାପ୍ରାପ୍ତ ହୋଇଛି । ଶନିବାର ବାନ୍ଦିପୋରାରୁ ଗୁରେଜ ଅଭିମୁଖେ ଯାଉଥିବାବେଳେ ରଜଦାନ ଶୀର୍ଷରେ ଦୁଇଟି ଯାତ୍ରୀବାହୀ ଯାନ ବରଫରେ ଫସି ରହିଥିଲା । ଘଟଣାସ୍ଥଳରେ ସେନା ପହଞ୍ଚି ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି । ଏନେଇ ଜାମ୍ମୁ-କାଶ୍ମୀର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି ।
ଡିସେମ୍ବର 12 ରେ ଜାମ୍ମୁ ଓ କାଶ୍ମୀରରେ ପ୍ରଥମ ତୁଷାରପାତ ହୋଇଥିଲା । ଧଳା ଚାଦର ତଳେ ଆଚ୍ଛାଦିତ ହୋଇଥିଲା ସମ୍ପୂର୍ଣ୍ଣ ସହର । ଯାହାକୁ ଦେଖିବାକୁ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।