ETV Bharat / bharat

କାଶ୍ମୀର ପୁଞ୍ଚରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡରେ ଜଳିଗଲା ସେନା ଟ୍ରକ: 5 ଯବାନ ଶହୀଦ

author img

By

Published : Apr 20, 2023, 5:38 PM IST

Updated : Apr 20, 2023, 9:25 PM IST

କାଶ୍ମୀର ପୁଞ୍ଚରେ ସେନାର ଏକ ଟ୍ରକକୁ ଆତଙ୍କୀଙ୍କ ଗ୍ରେନେଡ ଆକ୍ରମଣ । ଘଟଣାସ୍ଥଳରେ 5 ଯବାନ ଶହୀଦ । ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅବଗତ କଲେ ସ୍ଥଳସେନା ମୁଖ୍ୟ । ଅଧିକ ପଢନ୍ତୁ

କାଶ୍ମୀରରେ ଜଳିଗଲା ସେନା ଟ୍ରକ: 4 ଯବାନ ମୃତ !

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ପୁଞ୍ଚରେ ସେନାର ଏକ ଟ୍ରକରେ ନିଆଁ ଲାଗିଯିବା ଫଳରେ 5 ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି । ଶହୀଦ ଯବାନଙ୍କ ସଂଖ୍ୟା କିମ୍ବା ଅନ୍ୟ କୌଣସି ସୂଚନା ସେନା ପକ୍ଷରୁ ସ୍ପଷ୍ଟ କରାଯାଇନଥିବା ବେଳେ ଏଥିରେ 5 ଜଣ ଯବାନ ଶହୀଦ ହୋଇଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଆଜି (ଗୁରୁବାର) ଅପରାହ୍ନରେ ଏହି ଅଗ୍ନିକାଣ୍ଡ ଘଟିଛି । କେଉଁ କାରଣରୁ ଟ୍ରକରେ ନିଆଁ ଲାଗିଲା ତାହା ମଧ୍ୟ ସ୍ପଷ୍ଟ ହୋଇନି । ଯାନ୍ତ୍ରିକ ତ୍ରୁଟି କାରଣରୁ ଟ୍ରକରେ ନିଆଁ ଲାଗିଯାଇଥିବା ସନ୍ଦେହ କରାଯାଉଥିବା ବେଳେ ଟ୍ରକରେ କେତେ ଯବାନ ଥିଲେ ତାହା ମଧ୍ୟ ସ୍ପଷ୍ଟ ହୋଇନି ।

  • #UPDATE | Five soldiers of the Indian Army lost their lives after an army truck caught fire in the Poonch district of Jammu & Kashmir today: PRO Defence Jammu

    — ANI (@ANI) April 20, 2023 " class="align-text-top noRightClick twitterSection" data=" ">

ମିଳିଥିବା ସୂଚନା ଅନୁସାରେ, ଏହି ଅଗ୍ନିକାଣ୍ଡ ପୁଞ୍ଚରୁ 60 କି.ମି ଦୂର ଭଟା ଧୁରିଆଁ ନାମକ ସ୍ଥାନରେ ହୋଇଛି । ଅଗ୍ନିକାଣ୍ଡ ସୂଚନା ମିଳିବା ପରେ ସେନା ଓ ସ୍ଥାନୀୟ ପୋଲିସର ଏକାଧିକ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କୁହାଯାଉଛି, ଉଦୟପୁର ମିଲିଟାରୀ ବେସରୁ ଏକ ଅପରେସନରେ ଯବାନମାନେ 5ଟି ଟ୍ରକରେ ବାହାରିଥିଲେ । ସେଥିମଧ୍ୟରେ ଏହି ଟ୍ରକଟି ମଧ୍ୟ ସାମିଲ ଥିଲା । ତେବେ ଏହି ଟ୍ରକରେ କେତେ ଯବାନ ଥିଲେ ସେ ନେଇ ନିର୍ଦ୍ଦିଷ୍ଟ କୌଣସି ସୂଚନା ସ୍ପଷ୍ଟ ହୋଇନି । ସେନା ଓ ପୋଲିସ ପହଞ୍ଚି ନିଆଁ ଆୟତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ପୁରୀରେ ଲୁଚିଛି ଗ୍ୟାଙ୍ଗଷ୍ଟାର୍ ଗୁଡ୍ଡୁ ମୁସଲିମ ! ଲୋକେସନ ଟ୍ରାକିଂରୁ ମିଳିଲା ସୂଚନା

2021 ମସିହାରେ ରାଜସ୍ଥାନ ଗଙ୍ଗାନଗରରେ ମଧ୍ୟ ସମାନ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଯବାନଙ୍କୁ ନେଇ ଯାଉଥିବା ସେନାର ଏକ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗସ୍ତ ହେବା ସହ ଓଲଟି ପଡିଥିଲା । ଫଳରେ ସେଥିରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ 3 ଯବାନଙ୍କ ମୃତ୍ୟୁ ହୋଇଥିଲା ଓ ଅନ୍ଯ 5 ଯବାନ ମଧ୍ୟ ଗୁରୁତର ଆହତ ହୋଇଥିଲେ । ସେହିପରି ଗତବର୍ଷ ଏପ୍ରିଲରେ କାଶ୍ମୀରର ଗନ୍ଦରବାଲ ଜିଲ୍ଲାରେ ଯବାନଙ୍କୁ ନେଇ ଯାଉଥିବା ସେନାର ଏକ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଜଣେ ଯବାନଙ୍କ ମୃତ୍ୟୁ ହେବା ସହ ଅନ୍ୟ ଦୁଇ ଆହତ ହୋଇଥିଲେ ।

ଅନ୍ୟପଟେ କାଶ୍ମୀର ଓ ପୂର୍ବ-ଭାରତ କ୍ଷେତ୍ରରେ ସେନାର ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବାର ଅନେକ ଉଦାହରଣ ରହିଛି । ପାର୍ବତ୍ୟାଞ୍ଚଳର ଦୁର୍ଗମ ରାସ୍ତା ସାଙ୍ଗକୁ ପ୍ରତିକୂଳ ପାଗ, ତୁଷାରପାତ ଓ ଲୋ-ଭିଜିବିଲିଟି କାରଣରୁ ଏହି ଦୁର୍ଘଟଣା ଘଟିବାର ନଜିର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 20, 2023, 9:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.