ETV Bharat / bharat

ବନ୍ଧୁକରୁ ଭୁଲରେ ଫୁଟିଗଲା ଗୁଳି: ଯବାନ ମୃତ, ଜଣେ ଆହତ

author img

By ETV Bharat Odisha Team

Published : Sep 17, 2023, 2:08 PM IST

ଯବାନଙ୍କୁ ବନ୍ଧୁକରୁ ଭୁଲିରେ ଫୁଟିଲା ଗୁଳି । ଘଟଣାସ୍ଥଳରେ ଟଳି ପଡିଲେ ଆଉ ଜଣେ ଯବାନ । ଅଧିକ ପଢନ୍ତୁ

Army jawan killed in accidental firing
Army jawan killed in accidental firing

ଶ୍ରୀନଗର: ଜମ୍ମୁ-କାଶ୍ମୀର ବାନ୍ଦିପୋରାର ରାଷ୍ଟ୍ରୀୟ ରାଇଫଲ୍ସ କ୍ୟାମ୍ପରେ ଆଜି(ରବିବାର) ଏକ ଅଘଟଣ ଘଟିଛି । ଏଠାରେ ସେନାର ଜଣେ ଯବାନଙ୍କ ବନ୍ଧୁକରୁ ଭୁଲବଶତଃ ଗୁଳି ଫୁଟିଯିବାରୁ ଆଉ ଜଣେ ଯବାନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏଥିରେ ଜଣେ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ମୃତ ଯବାନ ୪୦ ବର୍ଷୀୟ ବିପିନ ବତ୍ୟା ଏବଂ ଆହତ ଯବାନ ୩୭ ବର୍ଷୀୟ ଯୋଗେଶ ବୋଲି ପରିଚୟ ମିଳିଛି । ଆହତଙ୍କୁ ସଙ୍ଗେ ସଙ୍ଗେ ଶ୍ରୀନଗର ସ୍ଥିତ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଏନେଇ ବାନ୍ଦିପୋରା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ବାନ୍ଦିପୋରା ସ୍ଥିତ ଭାରତୀୟ ସେନାର ୧୪ ରାଷ୍ଟ୍ରୀୟ ରାଇଫଲ୍ସ କ୍ୟାମ୍ପରେ ଏହି ଅଘଟଣ ଘଟିଛି । ପୋଲିସ ପକ୍ଷରୁ ଜାରି ବିବୃତ୍ତି ଅନୁସାରେ, ଭୁଲବଶତଃ ଗୁଳି ଚଳାଇଥିବା ଅଭିଯୁକ୍ତ ଯବାନଙ୍କୁ ଏବେ ଅଟକ ରଖାଯାଇଛି । ମାମଲାରେ ଅଧିକ ଖୋଳତାଡ ଜାରି ରହିଛି । ବାନ୍ଦିପୋରା ଜିଲ୍ଲା ପୋଲିସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛି, ଜଣେ ଯବାନଙ୍କ ଦ୍ବାରା ଭୁଲରେ ଗୁଳି ଫୁଟିଯିବାରୁ ଆଉ ଜଣେ ସହକର୍ମୀ ଯବାନଙ୍କ ମୃତ୍ୟୁ ହୋଇଛି । ଜଣେ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାରେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।

ଏହାମଧ୍ୟ ପଢନ୍ତୁ: ପାକିସ୍ତାନର ହୀନ ଉଦ୍ୟମ: ଭାରତ ସୀମାରେ ଆତଙ୍କୀକୁ ବଞ୍ଚାଇବାକୁ କଭର ଫାୟାର ଦେଇଥିଲା ପାକ୍ ସେନା

ଅନ୍ୟପଟେ ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆଜି ୫ ଦିନରେ ଏନକାଉଣ୍ଟର ଜାରି ରହିଛି । ଆତଙ୍କୀ ଲୁଚିଥିବା କୋକେରନାଗର ଘଞ୍ଚ ଜଙ୍ଗଲ ଉପରେ ନଜର ରଖିବାକୁ ଡ୍ରୋନ ଓ ହେଲିକପ୍ଟର ବ୍ୟବହାର କରାଯାଉଛି । ଆଜି ସକାଳୁ ପୁଣିଥରେ ସର୍ଚ୍ଚ ଅପରେସନ ଆରମ୍ଭ ହେବା ପରେ ସୁରକ୍ଷା ବାହିନୀ ଜଙ୍ଗଲ ଆଡକୁ ମୋର୍ଟାର ସେଲ୍ ନିକ୍ଷେପ କରିଥିଲେ । ଜଙ୍ଗଲ ଭିତରେ ଗୁମ୍ଫା ଭଳି ଲୁଚି ରହିବା ସ୍ଥାନ ଥିବାରୁ ଡ୍ରୋନ ସାହାଯ୍ୟରେ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଚେଷ୍ଟା କରାଯାଉଛି । ଏଠାରେ ୨ରୁ ୩ ଜଣ ଆତଙ୍କୀ ଲୁଚିଥିବା ସନ୍ଦେହ କରାଯାଉଛି । ଏହାରି ଭିତରେ ଉତ୍ତର ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଶନିବାର ଏନକାଉଣ୍ଟର ସ୍ଥଳକୁ ଯାଇ ସେନା ଅଧିକାରୀ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ମିଶି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆତଙ୍କୀଙ୍କୁ ଟ୍ରାକ କରିବା ପାଇଁ ବ୍ୟବହାର ହେଉଥିବା ଡ୍ରୋନ ଯାଞ୍ଚ କରିବା ସହିତ ଅପରେସନରେ ସାମିଲ ଥିବା ଯବାନଙ୍କ ସାଙ୍ଗରେ ଆଲୋଚନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.