ETV Bharat / bharat

ବନ୍ଧୁକରୁ ଭୁଲରେ ଗୁଳି ଫୁଟି ଯବାନ ମୃତ

author img

By

Published : Nov 9, 2022, 1:39 PM IST

Updated : Nov 9, 2022, 1:51 PM IST

ଜମ୍ମୁ-କାଶ୍ମୀର ପୁଞ୍ଚରେ ଅଭାବନୀୟ ଘଟଣା । ଭୁଲରେ ବନ୍ଧୁକରୁ ଗୁଳି ଫୁଟି ଆଖି ବୁଜିଲେ ଯବାନ । ଅଧିକ ପଢନ୍ତୁ

ବନ୍ଧୁକରୁ ଭୁଲରେ ଗୁଳି ଫୁଟି ଯବାନ ମୃତ
ବନ୍ଧୁକରୁ ଭୁଲରେ ଗୁଳି ଫୁଟି ଯବାନ ମୃତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୁଞ୍ଚରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଭୁଲରେ ବନ୍ଧୁକରୁ ଗୁଳି ଫୁଟିବାରୁ ଏଠାରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି(soldier accidental fire death in poonch)। ମୃତ ଯବାନଙ୍କ ନାମ ଇଶ୍ବରନ ଆର(27) ଏବଂ ତାଙ୍କ ଘର ତାମିଲନାଡୁରେ ହୋଇଥିବା ଜଣାପଡିଛି । ସେ ୩୭ତମ ରାଷ୍ଟ୍ରୀୟ ରାଇଫଲରେ କାର୍ଯ୍ୟ କରୁଥିଲେ । ମଙ୍ଗଳବାର ପୁଞ୍ଚର ମାନକୋଟ ସେକ୍ଟରରେ ଯବାନ ଜଣକ କାର୍ଯ୍ୟରତ ଥିବାବେଳେ ଭୁଲବଶତଃ ସେ ବ୍ୟବହାର କରୁଥିବା ରାଇଫଲରୁ ଗୁଳି ଫୁଟି ପ୍ରାଣ ହରାଇଛନ୍ତି ।

ଯାହା ସୂଚନା ମିଳିଛି, ସମ୍ପୃକ୍ତ ଯବାନ ବ୍ୟବହାର କରୁଥିବା ରାଇଫଲରୁ ଏହି ଗୁଳି ଫୁଟିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଯବାନଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ସେନାକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ଏହି ଘଟଣାରେ ଅଧିକ ଛାନଭିନ୍ କରାଯାଉଛି ।

Last Updated : Nov 9, 2022, 1:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.