ETV Bharat / bharat

ଶ୍ରୀଲଙ୍କା ନୈସେନା ମୁଖ୍ୟାଳୟ ବୁଲିଲେ ସ୍ଥଳସେନା ମୁଖ୍ୟ - Sri Lanka Navy

ଶ୍ରୀଲଙ୍କା ଗସ୍ତରେ ଥିବା ସ୍ଥଳସେନା ମୁଖ୍ୟ ଜେନେରାଲ ଏମ.ଏମ ନାରଓ୍ବାଣେ ଶ୍ରୀଲଙ୍କା ନୈସେନା ମୁଖ୍ୟାଳୟ କଲେ ପରିଦର୍ଶନ । ଅଧିକ ପଢନ୍ତୁ...

ଶ୍ରୀଲଙ୍କା ନୈସେନା ମୁଖ୍ୟାଳୟ ବୁଲିଲେ ସ୍ଥଳସେନା ମୁଖ୍ୟ
ଶ୍ରୀଲଙ୍କା ନୈସେନାର ମୁଖ୍ୟାଳୟ ପରିଦର୍ଶନ କଲେ ସ୍ଥଳସେନା ମୁଖ୍ୟ
author img

By

Published : Oct 16, 2021, 9:13 PM IST

କଲମ୍ବୋ: ଶ୍ରୀଲଙ୍କା ଗସ୍ତରେ ଥିବା ସ୍ଥଳସେନା ମୁଖ୍ୟ ଜେନେରାଲ ଏମ.ଏମ ନାରଓ୍ବାଣେ ଶ୍ରୀଲଙ୍କା ନୈସେନାର ମୁଖ୍ୟାଳୟ ପରିଦର୍ଶନ କରିଛନ୍ତି । ଆଜି (ଶନିବାର) ଶ୍ରୀଲଙ୍କା ନୌସେନା ମୁଖ୍ୟାଳୟ ପରିଦର୍ଶନ କରିବା ସହ ଶ୍ରୀଲଙ୍କା ନୌସେନାର ଭାଇସ ଆଡମିରାଲ ନିଶାନ୍ତ ଉଲୁଗେଟେନେ କମାଣ୍ଡର ତଥା ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ବିପାକ୍ଷିକ ପ୍ରତିରକ୍ଷା ସହଭାଗୀତା ଉପରେ ଦୁଇ ପକ୍ଷ ମଧ୍ୟରେ ମତ ବିନିମୟ ହୋଇଥିଲା ।

ଶ୍ରୀଲଙ୍କା ନୈସେନା ମୁଖ୍ୟାଳୟ ବୁଲିଲେ ସ୍ଥଳସେନା ମୁଖ୍ୟ
ଶ୍ରୀଲଙ୍କା ନୈସେନା ମୁଖ୍ୟାଳୟ ବୁଲିଲେ ସ୍ଥଳସେନା ମୁଖ୍ୟ

ମେଜର ଜେନେରାଲ ନରଓ୍ବାଣେ ଶ୍ରୀଲଙ୍କା ନୌସେନା ମୁଖ୍ୟାଳୟରେ ପହଞ୍ଚିବା ପରେ ଶ୍ରୀଲଙ୍କା ନୌବାହିନୀ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଅଭିବାଦନ ଗ୍ରହଣ ପରେ ସେନା ମୁଖ୍ୟ ଶ୍ରୀଲଙ୍କା ନୌସେନାର ଉପମୁଖ୍ୟ ନିଶାନ୍ତ ଉଲୁଗେଟେନେଙ୍କ ସହ ଆଲୋଚନ କରିଥିଲେ । ଉଭୟ ଦେଶ ମଧ୍ୟରେ ସାମରିକ ସମ୍ପର୍କ, ସାମରିକ ସହଭାଗିତା, ଜ୍ଞାନ କୌଶଳର ଆଦାନପ୍ରଦାନ ପ୍ରମୁଖ ବିଷୟ ଆଲୋଚନାରେ ସ୍ଥାନ ପାଇଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ଭାରତୀୟ ସେନା ଓ ଶ୍ରୀଲଙ୍କା ସେନା ମିଳିତ ଭାବେ ସମରାଭ୍ୟାସ କରିସାରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.