ETV Bharat / bharat

Punjab Result: ହାରିଲେ ସିଦ୍ଧୁ, ଟ୍ରେଣ୍ଡିଂରେ ଅର୍ଚ୍ଚନା - ଟ୍ବିଟରେ ଟ୍ରେଣ୍ଡରେ ଅର୍ଚ୍ଚନା ପୁରାଣ ସିଂ

ପଞ୍ଜାବ ବିଧାନସଭା ଫଳାଫଳରେ ପରାଜିତ ହୋଇଛନ୍ତି ନବଜୋତ ସିଦ୍ଧୁ । ଏହାପରେ ଟ୍ବିଟର ଟେଣ୍ଡ କରୁଛନ୍ତି ଅର୍ଚ୍ଚନା ପୁରାନ ସିଂ । ଅଧିକ ପଢନ୍ତୁ

Punjab Assembly Result: ହାରିଲେ ସିଦ୍ଧୁ, ଟ୍ବିଟର ଟ୍ରେଣ୍ଡିଂରେ ଅର୍ଚ୍ଚନା ପୁରାନ ସିଂ

author img

By

Published : Mar 10, 2022, 9:24 PM IST

ନୂଆଦିଲ୍ଲୀ: ଆସିଛି ପଞ୍ଜାବ ବିଧାନସଭା ନିର୍ବାଚନର ଫଳାଫଳ । ଚଳିତ ନିର୍ବାଚନରେ ଅମୃତସର(ପୂର୍ବ) ବିଧାନସଭା ନିର୍ବାଚନ ଆସନରୁ ନବଜୋତ ସିଂ ସିଦ୍ଧୁ ପରାଜିତ ହୋଇଛନ୍ତି । ପୂର୍ବତନ ଭାରତୀୟ କ୍ରିକେଟର ତଥା କଂଗ୍ରେସ ନେତା ପୂର୍ବରୁ ଲଗାତାର ଭାବେ 'The Kapil Sharma Show'ର ଅତିଥି ରହି ଆସୁଥିଲେ । ସେ ରାଜନୀତିରେ ଯୋଗ ଦେବା ପରେ ସୋ’ ଛାଡ଼ିଛନ୍ତି । ଏବେ ତାଙ୍କ ସ୍ଥାନ ନେଇଛନ୍ତି ବଲିଉଡ଼ କଳାକାର ଅର୍ଚ୍ଚନା ପୁରାନ ସିଂ । ଏବେ ସିଦ୍ଧୁ ନିର୍ବାଚନରେ ହାରିଯିବା ପରେ ଶୋ'କୁ ପୁଣି କମବ୍ୟାକ୍‌ କରିପାରନ୍ତି ସିଦ୍ଧୁ ! ଏହାକୁ ନେଇ ଟ୍ବିଟରରେ ଟ୍ରେଣ୍ଡ କରିବାରେ ଲାଗିଛନ୍ତି ଅର୍ଚ୍ଚନା ।

ସିଦ୍ଧୁ ଗତ ୨୦୧୬-୨୦୧୯ ପର୍ଯ୍ୟନ୍ତ ଶୋ'ରେ ଅତିଥି ହୋଇଆସୁଥିଲେ । ସିଦ୍ଧୁ ଶୋ'ରୁ ବିଦାୟ ନେବା ପରେ ତାଙ୍କ ସ୍ଥାନରେ କାମ କରୁଛନ୍ତି ଅର୍ଚ୍ଚନା । ଏବେ ସିଦ୍ଧୁଙ୍କ ପରାଜୟ ପରେ ନେଟିଜେନ୍ସ ମାଇକ୍ରୋବ୍ଲଗିଙ୍ଗ ପ୍ଲାର୍ଟଫର୍ମରେ ମିମ୍ସ(Memes) ବହୁଳ ମାତ୍ରାରେ ସେୟାର ହେଉଥିବା ଦେଖିବାକୁ ମିଳିଛି । ନେଟିଜେନ୍ସ ମାନେ ମିମ୍ସରେ ଲେଖିଛନ୍ତି ଯେ ଏବେ ସିଦ୍ଧୁ ହାରିବା ପରେ ଅର୍ଚ୍ଚନାଙ୍କ ଚାକିରୀ ସଙ୍କଟରେ । କାରଣ ସେ ପୁଣି ଶୋ'କୁ ଫେରିପାରନ୍ତି । ଏହାକୁ ନେଇ ମଜାଳିଆ ମିମସ୍ ଏବେ ସୋସିଆଲ ମିଡ଼ିଆରେ ବ୍ୟାପିବାରେ ଲାଗିଛି ।

ଜଣେ ଟ୍ବିଟର ୟୁଜର ବଲିଉଡ଼ ଷ୍ଟାର ଅକ୍ଷୟ କୁମାର, ସୁନୀଲ ସେଟ୍ଟି ଓ ପରେଶ ରାୱଲଙ୍କ 'Phir Hera Pheri' ଫିଲ୍ମର ଏକ ଫଟୋ ଦ୍ବାରା କରି ମିମ୍ସ ସେୟାର କରିଛନ୍ତି । ନବଜୋତ ସିଂ ସିଦ୍ଧୁ ପଞ୍ଜାବ ଇଲେକ୍ସନରେ ହାର ମାନିଛନ୍ତି । ଅର୍ଚ୍ଚନା ଏବେ ଶୋ'ରେ ନିଜ ଆସନକୁ ନେଇ ଭୟଭୀତ ରହିଛନ୍ତି । ଏଥିରେ ସେ #TheKapilSharmaShow ସେୟାର କରିଛନ୍ତି । ଏଭଳି ଅନେକ ଏଡିଟେଡ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଜଣେ ଲେଖିଛନ୍ତି 'ଡର୍‌ କା ମାହୋଲ ହେ' ।

  • The voice of the people is the voice of God …. Humbly accept the mandate of the people of Punjab …. Congratulations to Aap !!!

    — Navjot Singh Sidhu (@sherryontopp) March 10, 2022 " class="align-text-top noRightClick twitterSection" data=" ">

ଅନ୍ୟପଟେ ନବଜୋତ ସିଦ୍ଧୁ ନିଜ ହାରକୁ ସ୍ବୀକାର କରିଛନ୍ତି । ଏହାପରେ ସେ AAPର ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି ଯେ, "ଲୋକଙ୍କ ସ୍ବର ହେଉଛି ଭଗବାନଙ୍କ ସ୍ବର । ପଞ୍ଜାବର ପରାଜୟକୁ ମୁଁ ସ୍ବୀକାର କରୁଛି । AAPକୁ ଶୁଭେଚ୍ଛା" । ସେପଟେ କିଛି ରିପୋର୍ଟ ଅନୁସାରେ ସିଦ୍ଧୁ ଶୋ'କୁ କମବ୍ୟାକ କରିବେ ନାହିଁ । କାରଣ ସେ ପାକିସ୍ତାନକୁ ସମର୍ଥନ କରିଥିବାରୁ ତାଙ୍କ ବିରୁଦ୍ଧରେ FWICE ଓ ଅନ୍ୟାନ୍ୟ ଅନୁଷ୍ଠାନ ଅସହଯୋଗ ନୋଟିସ ଜାରି କରିଥିଲେ । ଏଥିଲାଗି ସେ ମୁମ୍ବାଇ ଫିଲ୍ମ ସିଟି ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ ବୋଲି ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.