ETV Bharat / bharat

ଖୁବଶୀଘ୍ର CDS ନିଯୁକ୍ତି ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ସୂଚନା

author img

By

Published : Jun 14, 2022, 9:42 PM IST

6 ମାସ ହେଲା ଖାଲିପଡିଛି CDS ପଦବୀ । ଖୁବଶୀଘ୍ର ନୂତନ CDS ମିଳିବା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସୂଚନା । ଅଧିକ ପଢନ୍ତୁ

ଖୁବଶୀଘ୍ର CDS ନିଯୁକ୍ତି ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ସୂଚନା
ଖୁବଶୀଘ୍ର CDS ନିଯୁକ୍ତି ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ସୂଚନା

ନୂଆଦିଲ୍ଲୀ: ଜେନେରାଲ ବିପିନ ରାଓ୍ବତଙ୍କ ନିଧିନ ପରେ ଦେଶର ପରବର୍ତ୍ତୀ ପ୍ରମୁଖ ପ୍ରତିରକ୍ଷା ଅଧ୍ୟକ୍ଷ କିଏ ହେବ ତାକୁ ନେଇ ପର୍ଯ୍ୟାୟକ୍ରମେ ଚର୍ଚ୍ଚା ଲାଗି ରହିଛି । ଏହାରି ମଧ୍ୟରେ ନିରବତା ଭଙ୍ଗ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରାଜନାଥ କହିଛନ୍ତି ସିଡିଏସ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଖୁବଶୀଘ୍ର ଏହି ପ୍ରକ୍ରିୟା ଶେଷ ହେବା ସହ ଦେଶକୁ ନୂଆ ସିଡିଏସ ମିଳିବେ । ଆଜି 3 ସେନାମୁଖ୍ୟଙ୍କ ଉପସ୍ଥିତିରେ ଅଗ୍ନିପଥ ଯୋଜନାର ଶୁଭାରମ୍ଭ କରିବା ଅବସରରେ ରାଜନାଥ ଗଣମାଧ୍ୟମ ସମ୍ନାରେ ଏହି ମନ୍ତବ୍ୟ ରଖିଛନ୍ତି ।

2021 ଡିସେମ୍ବରରେ ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାଓ୍ବତଙ୍କର ହେଲିକପ୍ଟର କ୍ରାସରେ ଅକାଳ ନିଧନ ହେବା ପରେ ଏହି ସର୍ବୋଚ୍ଚ ସାମରିକ ପଦବୀ ଖାଲିପଡିଛି । ପରବର୍ତ୍ତୀ ସିଡିଏସ ନେଇ ଏକାଧିକ ବରିଷ୍ଠ ସେନାଧିକାରୀଙ୍କ ପ୍ରସ୍ତାବିତ ନାମ ସହ ଆକଳନ ଜାରି ରହିଛି । ଅନ୍ୟପଟେ କେନ୍ଦ୍ର ସରକାର ମଧ୍ୟ ଏହି ନିଯୁକ୍ତି ପ୍ରକ୍ରିୟାରେ ସାମାନ୍ୟ ପରିବର୍ତ୍ତନ ଆଣି କିଛି ଦିନ ତଳେ ଗେଜେଟ ନୋଟିଫିକେସନ ଜାରି କରିଥିଲେ । 3 ସେନାରେ କାର୍ଯ୍ୟରତ କିମ୍ବା ଅବସର ନେଇସାରିଥିବା ଅଧିକାରୀଙ୍କୁ ଏହି ପଦ ପାଇଁ ଯୋଗ୍ୟ ବିବେଚିତ କରାଯାଇ ପାରିବା ନେଇ କେନ୍ଦ୍ର ସଂଶୋଧିତ ବିଜ୍ଞପ୍ତିରେ ଉଲ୍ଲେଖ କରିଥିଲା ।

ନିକଟ ଅତୀତରେ ସ୍ଥଳସେନା ମୁଖ୍ୟ ପଦରୁ ଅବସର ଗ୍ରହଣ କରିଥିବା ମେଜର ଜେନେରାଲ ଏମ.ଏମ ନରଓ୍ବାଣେଙ୍କ ନାମ ଚର୍ଚ୍ଚାରେ ଥିବା ବେଳେ ଅନ୍ୟ ଦୁଇ ସେନାରୁ ମଧ୍ୟ କୌଣସି ବରିଷ୍ଠ ଅଧିକାରୀଙ୍କୁ ଏହି ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଗତ ବର୍ଷ ଡିସେମ୍ବରରେ ଜେନେରାଲ ରାଓ୍ବତଙ୍କ ଅକାଳ ନିଧନ ପରେ ପ୍ରାୟ 6 ମାସ ହେବ ଏହି ପଦବୀ ଖାଲି ପଡିଛି । ଗତ କିଛି ଦିନ ପୂର୍ବରୁ ଏହାର ନିଯୁକ୍ତି ନେଇ ପ୍ରକ୍ରିୟା ଜାରି ରହିଛି । ଆଜି ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନ ପରେ ଖୁବଶୀଘ୍ର ଦେଶକୁ ନୂଆ ସିଡିଏସ ମିଳିବା ଆଶା ମଧ୍ୟ ଉଜ୍ବଳ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.