ETV Bharat / bharat

ଅପନା ଚନ୍ଦ୍ରାଯାନ ୱେବପୋର୍ଟାଲ ଶୁଭାରମ୍ଭ: ‘ସଫଳ କାହାଣୀରୁ ପ୍ରେରଣା ପାଇଲେ ବୈଜ୍ଞାନିକ ହେବେ ଛାତ୍ରଛାତ୍ରୀ’ - କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଶୁଭାରମ୍ଭ ହେଲା ‘ଅପନା ଚନ୍ଦ୍ରାଯାନ’ ଓ୍ୱେବପୋର୍ଟାଲ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଇସ୍ରୋ ମୁଖ୍ୟ ସୋମନାଥ ମଧ୍ୟ ଥିଲେ ଉପସ୍ଥିତ । ସଫଳ ଚନ୍ଦ୍ରାବତରଣର କାହାଣୀ ପଢିବେ ଛାତ୍ରଛାତ୍ରୀ । NCERT ପ୍ରସ୍ତୁତ କରିଛି 10ଟି ପୁସ୍ତକ । ଅଧିକ ପଢନ୍ତୁ

‘ଅପନା ଚନ୍ଦ୍ରଯାନ’ ଓ୍ୱେବପୋର୍ଟାଲ ଶୁଭାରମ୍ଭ, ସଫଳ କାହାଣୀରୁ ପ୍ରେରଣା ପାଇଲେ ଛାତ୍ରଛାତ୍ରୀ ବୈଜ୍ଞାନିକ ହେବେ କହିଲେ ଧର୍ମେନ୍ଦ୍ର

author img

By ETV Bharat Odisha Team

Published : Oct 17, 2023, 10:14 PM IST

ନୂଆଦିଲ୍ଲୀ: ଭାରତର ଐତିହାସିକ ମହାକାଶ ଅଭିଯାନ ଚନ୍ଦ୍ରାଯାନ-୩ ଭଳି ସଫଳତାକୁ ସବୁ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଉଦ୍ୟମ କରାଯାଉଛି । କେନ୍ଦ୍ରୀୟ ପାଠ୍ୟକ୍ରମ NCERT, CBSE ସହ ଅନ୍ୟ ରାଜ୍ୟ ବୋର୍ଡମାନେ ମଧ୍ୟ ଏଥିପାଇଁ ସହଯୋଗ କରିବା ଆବଶ୍ୟକ । ଆଜି (ମଙ୍ଗଳବାର) ଇସ୍ରୋ ମୁଖ୍ୟ ଏସ ସୋମନାଥଙ୍କ ସହ ‘ଅପନା ଚନ୍ଦ୍ରାଯାନ’ ଓ୍ୱେବପୋର୍ଟାଲ ଓ ସ୍ପେଶାଲ ମଡ୍ୟୁଲର ଶୁଭାରମ୍ଭ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

‘ଅପନା ଚନ୍ଦ୍ରାୟନ’ ଓ୍ୱେବପୋର୍ଟାଲ ଶୁଭାରମ୍ଭ, ସଫଳ କାହାଣୀରୁ ପ୍ରେରଣା ପାଇଲେ ଛାତ୍ରଛାତ୍ରୀ ବୈଜ୍ଞାନିକ ହେବେ କହିଲେ ଧର୍ମେନ୍ଦ୍ର

ଚନ୍ଦ୍ରଯାନର ସଫଳତାକୁ ନେଇ ପୁସ୍ତକ ପ୍ରସ୍ତୁତ ଓ ସ୍ପେଶାଲ୍ ମଡ୍ୟୁଲର ଶୁଭାରମ୍ଭ ପାଇଁ NCERTକୁ ଧର୍ମେନ୍ଦ୍ର ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ଚନ୍ଦ୍ରଯାନ-୩ ମିଶନର ସଫଳତା ଏକବିଂଶ ଶତାବ୍ଦୀର ଗୌରବ ମଧ୍ୟରୁ ଏକ ବଡ଼ ଉପଲବ୍ଧି । ବିଫଳତା ହିଁ ମଣିଷକୁ ସଫଳତା ଦିଏ । ବିଫଳତାରୁ ହିଁ ପ୍ରେରଣା ମିଳେ । ଚନ୍ଦ୍ରଯାନ-୩ ଦ୍ୱାରା ପିଲାଙ୍କ ମଧ୍ୟରେ ଚନ୍ଦ୍ରଯାନର ବ୍ୟାପକତାକୁ ଜାଣିବା ସହ ସେମାନଙ୍କର ବୈଜ୍ଞାନିକ ହେବା ପାଇଁ ଆଗ୍ରହ ବଢିବ ।

ଚନ୍ଦ୍ରଯାନ ମିଶନକୁ ନେଇ NCERT ଦ୍ୱାରା ୧୦ଟି ପୁସ୍ତକ ପ୍ରସ୍ତୁତ ହୋଇଛି । ପ୍ରାରମ୍ଭିକରୁ ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପଢାଯିବାର ବ୍ୟବସ୍ଥା ହୋଇଛି । ଏହି ବିଷୟବସ୍ତୁ କେବଳ ଦେଶରେ ଥିବା ୨୬କୋଟି ସ୍କୁଲ ଛାତ୍ରଛାତ୍ରୀଙ୍କ ପାଖରେ ନୁହେଁ ବରଂ ସବୁ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବା ଆବଶ୍ୟକ । ତେବେ କେବଳ ଚନ୍ଦ୍ରଯାନ-୩ ନୁହେଁ, ବରଂ ଦେଶର ଅନ୍ୟ ଉପଲବ୍ଧି ତଥା ମହିଳା ସଶକ୍ତୀକରଣ, କୋଭିଡ୍ ମହାମାରୀ ପରିଚାଳନା, ଜି-୨୦ ସଫଳତା, ଭାରତ ବିଶ୍ୱର ପଞ୍ଚମ ଅର୍ଥନୀତି ହେବାର ଯାତ୍ରା ଭଳି ଅନ୍ୟ ବିଷୟରେ ମଧ୍ୟ ମଡ୍ୟୁଲ୍ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନସିଇଆରଟିକୁ ପରାମର୍ଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ‘ଇଣ୍ଡିଆ ସ୍କିଲ୍ ୨୦୨୩-୨୪’ର ଶୁଭାରମ୍ଭ, ପିଲାଙ୍କ ରୁଚି ସହ ଶିକ୍ଷାଦାନ ଉପରେ NEPରେ ପ୍ରାଧାନ୍ୟ

ସମାଜିକ ଜୀବନରେ ହେଉଥିବା ଘଟଣାକୁ ଟେକ୍ନୋଲୋଜି ଜରିଆରେ ନୂତନପିଢି ପାଖରେ ପହଞ୍ଚାଇବା ପାଇଁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ, ଇସ୍ରୋ ଅଧ୍ୟକ୍ଷ ଏସ.ସୋମନାଥ ଏନସିଇଆରଟି ପାଠ୍ୟକ୍ରମ ଦ୍ୱାରା ସେ ବୈଜ୍ଞାନିକ ହେବାର ପ୍ରେରଣା ପାଇଥିଲେ । ଏଆଇସିଟିଇ କରିକୁଲମରୁ ଭଲ ଇଞ୍ଜିନିୟର ହୋଇଥିଲେ ଏବଂ ଆଇଆଇଟି ଭଳି ଅନୁଷ୍ଠାନ ତାଙ୍କୁ ପ୍ରତିଯୋଗିତାମୂଳକ ହେବା ପାଇଁ ଶିକ୍ଷା ଦେଇଥିଲା । ଏହି କାରଣରୁ ଆଜି ଭାରତର ଚନ୍ଦ୍ରଯାନ-୩ ମିଶନ ସଫଳତା ହାସଲ କରିପାରିଛି । ଆଜି କାର୍ଯ୍ୟକ୍ରମରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଅଧ୍ୟକ୍ଷ ଏସ ସୋମନାଥ ମଧ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.