ETV Bharat / bharat

ଗୋଟିଏ ଦିନରେ 13 ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ କରି ଆନ୍ଧ୍ରପ୍ରଦେଶର ରେକର୍ଡ

author img

By

Published : Jun 20, 2021, 9:42 PM IST

କରୋନା ଟୀକାକରଣରେ ଆନ୍ଧ୍ରପ୍ରଦେଶ ସୃଷ୍ଟି କରିଛି ବଡ ରେକର୍ଡ । ଗୋଟିଏ ଦିନରେ ଟିକା ନେଲେ 13 ଲକ୍ଷ ଲୋକ । ଅଧିକ ପଢନ୍ତୁ...

ଗୋଟିଏ ଦିନରେ 13 ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ କରି ରେକର୍ଡ କଲା ଆନ୍ଧ୍ରପ୍ରଦେଶ

ଅମରାବତୀ : କୋରୋନା ଟୀକାକରଣରେ ଆନ୍ଧ୍ରପ୍ରଦେଶ ସୃଷ୍ଟି କରିଛି ବଡ ରେକର୍ଡ । ଗୋଟିଏ ଦିନରେ 13 ଲକ୍ଷ 8ଶହ 40 ଲୋକଙ୍କୁ ଟିକା ପ୍ରଦାନ କରି ବିରଳ ରେକର୍ଡର ଅଧିକାରୀ ହୋଇଛି ଆନ୍ଧ୍ର । ପୂର୍ବରୁ ମଧ୍ୟ 24 ଘଣ୍ଟା ମଧ୍ୟରେ 6 ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ କରି ରେକର୍ଡ ହାସଲ କରି ସାରିଥିଲା ଆନ୍ଧ୍ର । ତେବେ ଚଳିତ ଥର ପୂର୍ବ ରେକର୍ଡର ଦୁଇ ଗୁଣାରୁ ଅଧିକ ସଂଖ୍ୟକ ବ୍ୟକ୍ତିଙ୍କୁ ଟିକା ପ୍ରଦାନ କରି ନୂଆ ରେକର୍ଡର ଅଧିକାରୀ ହୋଇଛି ରାଜ୍ୟ ।

ଗୋଟିଏ ଦିନରେ ବ୍ୟାପକ ସଂଖ୍ୟାରେ ସଫଳତାର ସହ ଟୀକାକରଣ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଅନୀଲ କୁମାର ସିଂଙ୍ଘଲ କହିଛନ୍ତି ଯେ, ରାଜ୍ଯ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ସ୍ବତନ୍ତ୍ର ଡ୍ରାଇଭ ଜରିଆରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଟୀକାକରଣ କରିବାରେ ସଫଳତା ମିଳିଛି । ରାଜ୍ୟରେ ବ୍ୟାପକ ଟିକାକରଣ ପରିଚାଳନା କରିବାର ସାମର୍ଥ୍ୟ ରହିଛି, ଏଥିରୁ ପ୍ରମାଣିତ ହୋଇଛି । ଏପରି ସଫଳତା ପରେ ରାଜ୍ୟକୁ ଅଧିକରୁ ଅଧିକ ମାତ୍ରାରେ ଟିକା ଯୋଗାଇବା ପାଇଁ କେନ୍ଦ୍ର ନିକଟରେ ଆନ୍ଧ୍ର ସରକାର ଦାବି କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.