ହାଇଦ୍ରାବାଦ: ଆଜି ଅନ୍ତ୍ୟୋଦୟ ଦିବସ । ସ୍ବର୍ଗତ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଉପଲକ୍ଷେ ପ୍ରତିବର୍ଷ ସେପ୍ଟେମ୍ବର ୨୫ ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଏ । ଦେଶରେ ଗରିବଙ୍କ ଉନ୍ନତି ପାଇଁ ଏହି ଦିବସ ପାଳନ କରିବା ମୁଖ୍ୟ ଲକ୍ଷ୍ୟ ।
୨୦୧୪, ସେପ୍ଟେମ୍ବର ୨୫ରେ ପଣ୍ଡିତ ଦୀନ ଦୟାଲଙ୍କ ୮୯ତମ ଜୟନ୍ତୀ ଅବସରରେ ଅନ୍ତ୍ୟୋଦୟ ଦିବସ ଘୋଷଣା କରାଯାଇଥିଲା । ଦୀନ ଦୟାଲ ହିଁ ଅନ୍ତ୍ୟୋଦୟ ସ୍ଲୋଗାନ ଦେଇଥିଲେ । ସମାଜର ଆର୍ଥିକ ଅନଗ୍ରସର, ଦୁର୍ବଳ ଏବଂ ପଛୁଆ ବର୍ଗର ଲୋକଙ୍କ ବିକାଶ ପାଇଁ ଏହି ସ୍ଲୋଗାନ ଦେଇଥିଲେ ଦୀନ ଦୟାଲ । ସେ କହୁଥିଲେ ଯେ, କୌଣସି ଦେଶ ନିଜ ମୂଳ ଲକ୍ଷ୍ୟରୁ ବିଚ୍ୟୁତି ହୋଇ କେବେ ନିଜର ବିକାଶ କରିପାରିବ ନାହିଁ ।
ପଣ୍ଡିତ ଦୀନ ଦୟାଲ ଜଣେ ସାହିତ୍ୟିକ, ଶିକ୍ଷାବିତ୍, ସମାଜସେବୀ, ରାଜନେତା, ଲେଖକ ବକ୍ତା ଏବଂ ସାମ୍ବାଦିକ ଭାବେ ସମାଜର ମାର୍ଗଦର୍ଶକ ଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ