ETV Bharat / bharat

ଆଣ୍ଟିଲିଆ ମାମଲା; ସଚିନ ୱାଜେଙ୍କ ପ୍ରମାଣ ନଷ୍ଟ କରିବାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସର ହାତ

author img

By

Published : Mar 30, 2021, 8:35 AM IST

ଆଣ୍ଟାଲିଆ ମାମଲା । ସଚିନ ୱାଜେଙ୍କ ପ୍ରମାଣ ନଷ୍ଟ କରିବାରେ ସହାୟତା କରିଥିଲେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସ ଅଫିସର ରିୟାଜୁଦ୍ଦିନ କାଜୀ । ରିୟାଜୁଦ୍ଦିନ କାଜୀ ସଚିନ ୱାଜେଙ୍କ ଅତ୍ୟନ୍ତ ଘନିଷ୍ଠ ବୋଲି କୁହାଯାଉଛି । ଅଧିକ ପଢନ୍ତୁ...

ସଚିନ ୱାଜେଙ୍କ ପ୍ରମାଣ ନଷ୍ଟ କରିବାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସର ହାତ

ମୁମ୍ବାଇ: ଆଣ୍ଟାଲିଆ ମାମଲା । ନିଲମ୍ବିତ ପୋଲିସ ଅଫିସର ସଚିନ ୱାଜେଙ୍କ ପ୍ରମାଣ ନଷ୍ଟ କରିବାରେ ସହାୟତା କରିଥିଲେ ମୁମ୍ବାଇ କ୍ରାଇମ ବ୍ରାଞ୍ଚମ ପୋଲିସ ଅଫିସର ରିୟାଜୁଦ୍ଦିନ କାଜୀ । ସ୍କର୍ପିଓ ସମ୍ବନ୍ଧୀୟ ପ୍ରମାଣ ନଷ୍ଟ କରିବା ନେଇ ପୋଲିସ ହାତରେ ଲାଗିଛି ଏକ ଭିଡିଓ । ଯେଉଁଥିରେ ବିକ୍ରୋଲିର କନ୍ନମଭର ନାଗାରର ଏକ ଗ୍ୟାରେଜରେ ରିୟାଜୁଦ୍ଦିନ କାଜୀ ପ୍ରମାଣ ନଷ୍ଟ କରୁଥିବାର ଦେଖିବାକୁ ମିଳିଛି ।

କାଜୀ ଗ୍ୟାରେଜର ସିସିଟିଭର DVR ରେ କାଢି ନେବା ସହ ଗ୍ୟାରେଜ ମାଲିକଙ୍କୁ ଯାଞ୍ଚ ପାଇଁ ସାଥୀରେ ନେଇଥିଲେ । ୱାଜେ ଏହି ଗ୍ୟାରେଜରେ ଏକ ଫେକ ନମ୍ବର ପ୍ଲେଟ ବଦଳାଇଥିଲେ । ତେବେ ଏହି ଘଟଣାର ଯାଞ୍ଚ କରୁଥିବା ଏନଆଇଏ ଔରଙ୍ଗାବାଦର ମିଥି ନଦୀରୁ ଉକ୍ତର କାର ଏକ ନମ୍ବର ପ୍ଲେଟ ଜବତ କରିଥିଲା । ଏହି ନମ୍ବର ପ୍ଲେଟ (MH 20-FP-1539) ଔରଙ୍ଗାବାଦର HUDCOରେ ରହୁଥିବା ବିଜୟ ନାଡେଙ୍କ ବୋଲି ଜଣାପଡିଛି । 2020 ନଭେମ୍ବର 16 ରେ ଉଦଭ୍ରାଓ ପାଟିଲଙ୍କ ଠାରୁ କାର ଚୋରି କରାଯାଇଛି ବୋଲି ଏନଆଇଏର ତଦନ୍ତରୁ ଜଣାପଡିଛି ।

ଏହା ବ୍ୟତୀତ ଏନଆଇଏ ଫେବୃୟାରୀ 17ରେ ସଚିନ ୱାଜେ ଓ ମାନସୁଖ ହିରେନଙ୍କ ମଧ୍ୟରେ ହୋଇଥିବା ଏକ ବୈଠକର ସିସିଟିଭି ଫୁଟେଜ ଜବତ କରିଛି । ଏହି ଫୁଟଜେରେ ମୁମ୍ବାଇର ଭାଲଚାଣ୍ଡ ହିରାଚାନ୍ଦ ରାସ୍ତା ନିକଟ ହୋଟେଲ ଶିବଲାଇ ଏକ ମର୍ସିଡିଜ ପାର୍କ କରାଯାଇଥିଲା । ସେହି ଦିନ ସକାଳ 08 ବାଜି 35 ମିନିଟରେ ମନସୁଖ ମର୍ସିଡିଜ ଚଢିଥିଲେ । ଏହା ପରେ ସେଠାରୁ ସେ କିଛି ବାଟ ଯିବା ପରେ ଜିପିଓ ସିଗନାଲରେ ପହଞ୍ଚିଥିଲେ । ଯେଉଁଠାରୁ ସଚିନ ୱାଜେ ଗାଡିରେ ବସିଥିଲେ । ଗାଡିରେ ଉଭୟ 9 ମିନିଟ ଧରି ବାର୍ତ୍ତାଳାପ କରିବା ପରେ ହିରେନ ଗାଡିରୁ ଓହ୍ଲାଇ ଆସିଥିଲେ ।

ଏନେଇ ଏନଆଇଏ ଦାବି କରିଛି ଯେ, ସଚିନ ୱାଜେ ଏହି ସମୟରେ ହିରେନଙ୍କୁ ସ୍କର୍ପିଓ ଗାଡିର ଚାବି ଦେଇଥିଲେ । ଏହାର ପରଦିନ ବିକ୍ରୋଲି ପୋଲିସ ଷ୍ଟେସନରେ କାର ଚୋରି ଅଭିଯୋଗ କରିଥିଲେ ୱାଜେ । ଏପରିକି ୱାଜେ ବିକ୍ରୋଲି ପୋଲିସ ଅଧିକାରୀଙ୍କୁ ଚାପ ପକାଇ କାର ଚୋରି ହୋଇଥିବାରୁ ମାମଲା ରୁଜୁ କରିଥିଲେ ବୋଲି ଏନଆଇଏ ଦାବି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.