ETV Bharat / bharat

ମରଣ ଯନ୍ତା ରେଳ ଧାରଣା, ହାତୀକୁ ୨୪ ଘଣ୍ଟା ସୁରକ୍ଷା ଦେଉଛନ୍ତି ବନ ବିଭାଗ କର୍ମଚାରୀ - ହାତୀକୁ ୨୪ ଘଣ୍ଟା ସୁରକ୍ଷା ଦେଉଛନ୍ତି ବନ ବିଭାଗ କର୍ମଚାରୀ

ତାମିଲନାଡ଼ୁରୁ କେରଳ ଯିବା ବେଳେ ପଶ୍ଚିମ ଘାଟିରେ ପାଲକ୍କଡ ରେଳ ଧାରଣା ଏକ ଜଙ୍ଗଲ ଦେଇ ଯାଇଛି । ଏଠାରେ ହାତୀଙ୍କୁ ସୁରକ୍ଷା ଦେବାକୁ ୨୪ ଘଣ୍ଟା ନିୟୋଜିତ ରହୁଛନ୍ତି ବନ ବିଭାଗ କର୍ମଚାରୀ । ଅଧିକ ପଢ଼ନ୍ତୁ

ମରଣ ଯନ୍ତା ରେଳ ଧାରଣା, ହାତୀକୁ ୨୪ ଘଣ୍ଟା ସୁରକ୍ଷା ଦେଉଛନ୍ତି ବନ ବିଭାଗ କର୍ମଚାରୀ

author img

By

Published : May 5, 2022, 3:06 PM IST

ବେଙ୍ଗାଲୁରୁ: ତାମିଲନାଡ଼ୁରୁ କେରଳ ଯିବାବେଳେ ପଶ୍ଚିମ ଘାଟିରେ ପାଲକ୍କଡ ରେଳ ଧାରଣା ଏକ ଜଙ୍ଗଲ ଦେଇ ଯାଇଛି । ପ୍ରାୟ ୨୨ କିମି ରେଳ ଧାରଣା ଜଙ୍ଗଲ ଭିତର ଦେଇ ଯାଇଛି । ଏଥିପାଇଁ ଅନେକ ସମୟରେ ଏହି ରେଳ ଧାରଣାରେ ଟ୍ରେନ ଧକ୍କା ଖାଇ ଜଙ୍ଗଲୀ ଜନ୍ତୁ ମୃତ୍ୟୁ ମୁଖରେ ପଡ଼ି ଥାଆନ୍ତି । ଏଥିପାଇଁ ଏଠାରେ ହାତୀଙ୍କୁ ସୁରକ୍ଷା ଦେବାକୁ ବନ ବିଭାଗର କର୍ମଚାରୀ ୨୪ ଘଣ୍ଟା ନିୟୋଜିତ ରହୁଛନ୍ତି ।

ମରଣ ଯନ୍ତା ରେଳ ଧାରଣା, ହାତୀକୁ ୨୪ ଘଣ୍ଟା ସୁରକ୍ଷା ଦେଉଛନ୍ତି ବନ ବିଭାଗ କର୍ମଚାରୀ

୨୦୦୨ ମସିହାରୁ ଏଯାଏଁ ପ୍ରାୟ ୧୯ ବର୍ଷ ମଧ୍ୟରେ ଏହି ରେଳ ଧାରଣାରେ ୨୯ ଜଣ ହାତୀଙ୍କ ମୃତ୍ୟୁ ହୋଇଛି । ଗତ ବର୍ଷ ଏହି ରେଳ ଧାରଣାରେ ମୋଟ ୩ ଜଣ ହାତୀଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ଏକ ଗର୍ଭବତୀ ହାତୀ ମଧ୍ୟ ରହିଥିଲା । ମାଙ୍ଗାଲୋର ଚେନ୍ନାଇ ଏକ୍ସେପ୍ରେସ୍‌ ଟ୍ରେନ ସହ ଧକ୍କା ହୋଇ ଏହି ସବୁ ହାତୀର ମତ୍ୟୁ ହୋଇଥିଲା । ବାରମ୍ବାର ଏଭଳି ଘଟଣା ପରେ ବନ ବିଭାଗ ଏହାର ସମାଧାନର ବାଟ ଖୋଜିବାକୁ ଲାଗିଲେ ।

ବନ ବିଭାଗର ଅଧିକାରୀଙ୍କ ସହ କିଛି ଆଣ୍ଟି ପୋଚିଂ କର୍ମଚାରୀ ହାତୀଙ୍କ ଚଲାପଥକୁ ଅନୁଧ୍ୟାନ କରିବା ଆରମ୍ଭ କରିଥିଲେ । ଯେତେବେଳେ କୌଣସି ହାତୀ ରେଳ ଧାରଣା ପାଖକୁ ଚାଲି ଆସନ୍ତି ଏହି କର୍ମଚାରୀମାନେ ହାତୀଙ୍କୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତି । ୨୪ ଘଣ୍ଟା ଏଠାରେ ହାତୀଙ୍କୁ ସୁରକ୍ଷା ଦେବାକୁ କର୍ମଚାରୀ ନିୟୋଜିତ ଥାଆନ୍ତି । ଏଥିପାଇଁ ବନ ବିଭାଗ ପକ୍ଷରୁ ଦୁଇଟି ଟିମ୍‌ ଗଠନ କରାଯାଇଛି । ଗୋଟିଏ ଟିମ୍‌ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଜଗି ରହୁଥିବାବେଳେ ଆଉ ଗୋଟିଏ ଟିମ୍‌ ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏଁ ହାତୀଙ୍କୁ ସୁରକ୍ଷା ଦେବାକୁ ଜଗି ରହୁଛି ।

ଯଦି ବି କେତେବେଳେ ରେଳ ଧାରଣାରେ ହାତୀ ଚଳପ୍ରଚଳ କରନ୍ତି, ସେତେବେଳେ ଏହାକୁ ନେଇ ଷ୍ଟେସନ ମାଷ୍ଟର କିମ୍ବା ଲୋକ ପାଇଲଟଙ୍କୁ ସୂଚନା ଦେଇଥାଏ ବନ ବିଭାଗର ଏହି ଟିମ୍‌ । ସେପଟେ ବାରମ୍ବାର ହାତୀ ମୃତ୍ୟୁ ନେଇ ହାଇକୋର୍ଟ ଏହି ରେଳ ଧାରଣାରେ ଟ୍ରେନ ପାଇଁ ସ୍ପିଡ୍‌ ଲିମିଟ ସ୍ଥିର କରିଛନ୍ତି । ତେବେ ଲୋକ ପାଇଲଟ ଏହି ନିୟମ ଅବମାନନା କରୁଥିବାରୁ ଟ୍ରେନ୍‌ରେ କଟି ହାତୀ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.