ETV Bharat / bharat

Anti Agnipath Protests Turn Violent: ବିହାରରେ ଜାଳିଦେଲେ ଟ୍ରେନ

author img

By

Published : Jun 16, 2022, 5:18 PM IST

କେନ୍ଦ୍ରର ଅଗ୍ନିପଥ ଯୋଜନାକୁ ବିହାରରେ ତୀବ୍ର ବିରୋଧ । ଏକାଧିକ ସ୍ଥାନରେ ସେନା ଆଶାୟୀଙ୍କ ଦ୍ବାରା ବିରୋଧ ପ୍ରଦର୍ଶନ ବେଳେ ହିଂସା । ଟ୍ରେନ ଜାଳିଦେଲେ ଆନ୍ଦୋଳନକାରୀ । ଅଧିକ ପଢନ୍ତୁ

Anti Agnipath protests turn violent : ବିହାରରେ ଟ୍ରେନ ଜାଳିଦେଲେ ଆନ୍ଦୋଳନକାରୀ

ପାଟନା: ସଶସ୍ତ୍ର ବଳରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାର ଶୁଭାରମ୍ଭ କରିଥିବା ‘ଅଗ୍ନିପଥ ଯୋଜନା’କୁ ବିହାରରେ ତୀବ୍ର ବିରୋଧ ଦେଖିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ରାଜ୍ୟର ଛାପ୍ରା, ଗୋପାଳଗଞ୍ଜ ଓ କାଇମୁର ଜିଲ୍ଲାର ଏକାଧିକ ସ୍ଥାନରେ ସେନା ଆଶାୟୀ ପ୍ରାର୍ଥୀଙ୍କ ଦ୍ବାରା ପ୍ରତିବାଦ ବେଳେ ବ୍ୟାପକ ହିଂସା ଦେଖିବାକୁ ମିଳିଛି ।

ପ୍ରତିବାଦ ବେଳେ ଟାୟାର ଜାଳି ରାସ୍ତାରୋକ କରିବା ସହ ରେଳ ରୋକ ମଧ୍ୟ କରାଯାଇଛି । କିଛି ଷ୍ଟେସନରେ ଭଙ୍ଗାରୁଜା ସହ ଏକାଧିକ ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ । ପ୍ରାୟ 3ଟି ଟ୍ରେନ ଜଳିଥିବା ବେଳେ ରେଳସେବା ମଧ୍ୟ ପ୍ରଭାବିତ ହୋଇଥିବା ସୂଚନା ରହିଛି । ପୋଲିସ ସ୍ଥିତି ନିୟନ୍ତ୍ରଣ ପାଇଁ ବଳପ୍ରୟୋଗ କରି ଆନ୍ଦୋଳନକାରୀଙ୍କୁ ଘଉଡାଇବା ପାଇଁ ପ୍ରୟାସ ଜାରି ରଖିଛି ।

ଆଜି ସକାଳୁ ବିହାରର ଏକଧିକ ଜିଲ୍ଲାରେ ସେନା ଆଶାୟୀ ପ୍ରାର୍ଥୀମାନେ କେନ୍ଦ୍ର ନିଷ୍ପତ୍ତିକୁ ବିରୋଧ କରି ପ୍ରତିବାଦ ଶୋଭାଯାତ୍ରା ବାହାର କରିଥିଲେ । ସର୍ବସାଧାରଣ ସ୍ଥାନରେ ପ୍ରତିବାଦ କରିବା ସହ ରାସ୍ତା ଓ ରେଳରୋକ ମଧ୍ୟ କରିଥିଲେ । ପରେ ଉତ୍ତେଜନା ପ୍ରକାଶ ପାଇବା ସହ ଆନ୍ଦୋଳନକାରୀମାନେ ଟ୍ରେନରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ। ଫାୟାର ଟିମ ପହଞ୍ଚି ନିଆଁ ଆୟତ୍ତ କରିବାରେ ଲାଗିଛି ।

ସର୍ବାଧିକ ହିଂସା ଛାପ୍ରା ଓ କାଇମୁର ଜିଲ୍ଲାରେ ଦେଖିବାକୁ ମିଳିଛି । ପୋଲିସ ପହଞ୍ଚି ସ୍ଥିତି ନିଯନ୍ତ୍ରଣ ବଳ ପ୍ରୟୋଗ କରିଛି । ସେହିପରି ସଡକ ଓ ରେଳ ଚଳାଚଳ ସ୍ବାଭାବିକ କରିବା ପାଇଁ ପ୍ରୟାସ ଜାରି ରଖିଥିବା ସ୍ଥାନୀୟ ଏସ.ପି ରାକେଶ କୁମାର ସୂଚନା ଦେଇଛନ୍ତି । ହିଂସାକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବା ନେଇ ମଧ୍ୟ ସ୍ଥାନୀୟ ପ୍ରଶାସନ କହିଛି ।

ସେନା ଓ ଅର୍ଦ୍ଧସାମରିକ ବାହିନୀରେ ସ୍ବଳ୍ପକାଳୀନ ତଥା ଚୁକ୍ତଭିତ୍ତିକ ନିଯୁକ୍ତି ଲାଗି ଏହି ଯୋଜନାର ଶୁଭାରମ୍ଭ କରିଛି କେନ୍ଦ୍ର । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତିନି ସେନାମୁଖ୍ୟଙ୍କ ଉପସ୍ଥିତିରେ ଏହି ଯୋଜନାକୁ ଶୁଭାରମ୍ଭ କରିଥିଲେ । ଏଥିରେ ଚଳିତ ବର୍ଷ 17.5 ରୁ 21 ବର୍ଷ ବୟସ୍କ ବର୍ଗରେ ମୋଟ 46 ହଜାର ପ୍ରାର୍ଥୀ ସେନାରେ ଭର୍ତ୍ତି ହେବାର ସୁଯୋଗ ପାଇବେ । ଏହାକୁ ନେଇ ବର୍ତ୍ତମାନ ବିବାଦ ଦେଖାଯିବା ଆରମ୍ଭ ହୋଇଛି । କେବଳ ସେନା ଆଶାୟୀଙ୍କ ବିରୋଧ ନୁହେଁ ବରଂ ରାଜନୈତିକ ବିରୋଧୀ ମଧ୍ୟ ଏହି ନିଷ୍ପତ୍ତିକୁ ଭୁଲ ବୋଲି ବିବେଚନା କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.