ETV Bharat / bharat

ଅଷ୍ଟ୍ରେଲିଆରେ ପୁଣି ହିନ୍ଦୁ ମନ୍ଦିର ଭାଙ୍ଗିଲେ ଖଲିସ୍ତାନୀ ସମର୍ଥକ - ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ

ଅଷ୍ଟ୍ରେଲିଆରେ ପୁଣି ହିନ୍ଦୁ ମନ୍ଦିର ଭାଙ୍ଗିଲେ ଖଲିସ୍ତାନୀ ସମର୍ଥିତ ଗୋଷ୍ଠୀ । ମନ୍ଦିର ହତା କାନ୍ଥରେ ଲାଗିଛି ଭାରତ ବିରୋଧୀ ଲେଖା । ଅଧିକ ପଢନ୍ତୁ

ଅଷ୍ଟ୍ରେଲିଆରେ ପୁଣି ହିନ୍ଦୁ ମନ୍ଦିର ଭାଙ୍ଗିଲେ ଖଲିସ୍ତାନୀ ସମର୍ଥିତ ଗୋଷ୍ଠୀ

author img

By

Published : Mar 4, 2023, 8:18 PM IST

ହାଇଦ୍ରାବାଦ: ଅଷ୍ଟ୍ରେଲିଆରେ ପୁଣି ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି । ବ୍ରିସବେନରେ ଥିବା ଏକ ପୁରାତନ ମନ୍ଦିର ଉପରେ ଖଲିସ୍ତାନୀ ସମର୍ଥିତ ଗୋଷ୍ଠୀର ଦୁର୍ବୃତ୍ତମାନେ ଆକ୍ରମଣ କରି ଭଙ୍ଗାରୁଜା କରିଛନ୍ତି । ବ୍ରିସବେନରେ ପ୍ରବାସୀ ଭାରତୀୟ ଅନୁଷ୍ଠାନ ଦ୍ବାରା ନିର୍ମିତ ତଥା ପରିଚାଳିତ ଶ୍ରୀ ଲକ୍ଷ୍ନୀ ନାରାୟଣ ମନ୍ଦିରରେ ଏହି ଆକ୍ରମଣ ଓ ଭଙ୍ଗାରୁଜା ହୋଇଛି । ଏହା ସହ ମନ୍ଦିର କାନ୍ଥରେ ପ୍ରଧାନମନ୍ତ୍ରୀ ମୋଦି ଓ ବିବିସି ପ୍ରସ୍ତୁତ ବିବାଦୀୟ ଡକ୍ୟୁମେଣ୍ଟାରୀ ନେଇ କିିଛି ଆପତ୍ତିଜନକ ମନ୍ତବ୍ୟ ମଧ୍ୟ ଲେଖାଥିବା ମଧ୍ୟ ଦେଖାଯାଇଛି । ଘଟଣା ପରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମନ୍ଦିର କର୍ତ୍ତୃପକ୍ଷ ପୋଲିସରେ ଅଭିଯୋଗ କରିବା ସହ ଦୁର୍ବୃତ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।

ମନ୍ଦିର ଟ୍ରଷ୍ଟର ସଭାପତି ସତ୍ୟେନ୍ଦ୍ର ଶୁକ୍ଳାଙ୍କ ଅଭିଯୋଗ ଅନୁସାରେ, ଗତକାଲି ରାତିରେ ଏହି ଭଙ୍ଗାରୁଜା ହୋଇଛି । ଆଜି ସକାଳେ ମନ୍ଦିର ପୂଜକ ଓ ଅନ୍ୟମାନେ ମନ୍ଦିରରେ ପ୍ରବେଶ କରିବା ପରେ ଆକ୍ରମଣ ଓ ଭଙ୍ଗାରୁଜା ସମ୍ପର୍କରେ ଜାଣିବାକୁ ପାଇଁ ପରିଚାଳନା ବୋର୍ଡକୁ ଅବଗତ କରିଥିଲେ । ସ୍ଥାନୀୟ ହିନ୍ଦୁ ହ୍ୟୁମାନ ରାଇଟ୍ସ ସଂଗଠନର ମୁଖ୍ୟ ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ଏହାକୁ ଅଷ୍ଟ୍ରେଲିୟ-ହିନ୍ଦୁଙ୍କୁ ଭୟଭୀତ କରିବା ପାଇଁ ଷଡଯନ୍ତ୍ର ବୋଲି କହିଛନ୍ତି । ପରେ ଘଟଣା ନେଇ ସ୍ଥାନୀୟ କୁଇନଲ୍ୟାଣ୍ଡ ପୋଲିସ ଷ୍ଟେସନରେ ମନ୍ଦିର ଟ୍ରଷ୍ଟ ଅଭିଯୋଗ କରିଛି । ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ କରୁଛି ଓ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଆଶ୍ବାସନା ମଧ୍ୟ ଦେଇଛି । କେତେକ ଅଷ୍ଟ୍ରେଲିୟ ଗଣମାଧ୍ୟମରେ ଏନେଇ ଖବର ପ୍ରସାରିତ ହେବା ପରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।

ଅଷ୍ଟ୍ରେଲିଆରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା କରାଯିବା ନେଇ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ଯ ଏକାଧିକ ଥର ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇସାରିଛି । ଅଷ୍ଟ୍ରେଲିଆ ସମେତ କାନାଡା ଓ ଅନ୍ୟ କିଛି ଦେଶରେ ମଧ୍ୟ ହିନ୍ଦୁ ମନ୍ଦିରକୁ ଆକ୍ରମଣ ଘଟଣାର ଉଦାହରଣ ରହିଛି । ସମସ୍ତ ଘଟଣା ପଛରେ ପୃଥକ ଖଲିସ୍ତାନ ଗଠନ ଦାବିକୁ ସମର୍ଥନ କରୁଥିବା ଶିଖ୍‌ ଉଗ୍ରବାଦୀ ଗୋଷ୍ଠୀର ପ୍ରତ୍ୟେକ୍ଷ ଭୂମିକା ସାମ୍ନାକୁ ଆସିଛି । ବାରମ୍ବାର ବିଦେଶରେ ଏପରି ଭାବେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣକୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କଡା ଆପତ୍ତି ଉଠାଇବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିପକ୍ଷଙ୍କୁ କହିଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.