ETV Bharat / bharat

Mann Ki Baat: କ୍ରାନ୍ତିକାରୀଙ୍କୁ ସମ୍ମାନ, ଲଞ୍ଚ୍‌ ହେବ 'ମେରି ମାଟି ମେରା ଦେଶ'

author img

By

Published : Jul 30, 2023, 4:41 PM IST

ଆଜାଦି କା ଅମୃତ ମହୋତ୍ସବ ପରେ ଲଞ୍ଚ ହେବାକୁ ଯାଉଛି 'ମେରି ମାଟି ମେରା ଦେଶ'। ଆଜି ମନ କି ବାତ୍‌ କାର୍ଯ୍ୟକ୍ରମରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଧିକ ପଢନ୍ତୁ

Etv Bharat
Etv Bharat
ଲଞ୍ଚ୍‌ ହେବ 'ମେରି ମାଟି ମେରା ଦେଶ'

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ 15 ତାରିଖରେ ଭାରତ 77ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଛି । ଭାରତର 75ତମ ସ୍ବାଧୀନତା ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ 'ଆଜାଦୀ କା ଅମୃତ ମହୋତ୍ସବ'ର ଶୁଭାରମ୍ଭ ହୋଇଥିଲା । ତେବେ ଆଗକୁ ସ୍ବାଧୀନତା ସଂଗ୍ରାମୀ, କ୍ରାନ୍ତିକାରୀ ତଥା ବୀର ଯୋଦ୍ଧାଙ୍କୁ ସମ୍ମାନର୍ଥେ କେନ୍ଦ୍ର ସରକାର ଆରମ୍ଭ କରିବାକୁ ଯାଉଛନ୍ତି 'ମେରି ମାଟି ମେରା ଦେଶ' । ତେବେ ଏନେଇ ଆଜି 103ତମ ମନ କି ବାତ୍‌ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆଜି 103ତମ ମନ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି, "ଏବେ ସାରା ଭାରତ ଗର୍ବ ଓ ଗୌରବର ସହିତ ପାଳନ କରୁଛି ଅମୃତ ମହୋତ୍ସବ । ତେବେ ଅଗଷ୍ଟ 15 ନିକଟବର୍ତ୍ତୀ ହୋଇଥିବା ବେଳେ ଆଉ ଏକ କ୍ୟାମ୍ପେନ ଆରମ୍ଭ ହେବ । ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଓ ସମ୍ମାନ ଜଣାଇବା ଲାଗି 'ମେରି ମାଟି ମେରା ଦେଶ'ଲଞ୍ଚ କରାଯିବ ।"

ଏହା ବି ପଢନ୍ତୁ- Mann Ki Baat: ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମ, ମନ କଥା କହିବେ ପ୍ରଧାନମନ୍ତ୍ରୀ

ନିର୍ମାଣ ହେବ 'ଅମୃତ ବାଟିକା':- ମୋଦି ଆହୁରି କହିଛନ୍ତି ଯେ ଜାତୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ନ୍ୟାସନାଲ ୱାର୍‌ ମେମୋରିଆଲରେ ନିର୍ମାଣ ହେବ 'ଅମୃତ ବାଟିକା' । ଏହି ଉଦ୍ୟାନରେ ପ୍ରାୟ 7500 ଚାରା ରୋପଣ କରାଯିବ । ସାରା ଦେଶର କୋଣ ଅନୁକୋଣରୁ ଏହି ଚାରାକୁ ସଂଗ୍ରହ କରାଯିବ । ଖାଲି ସେତିକି ନୁହେଁ ଆମ ବୀର ଯବାନଙ୍କୁ ସ୍ମରଣ ରଖିବା ଲାଗି ଅନେକ କାର୍ଯ୍ୟକ୍ରମ ହାତକୁ ନେବେ କେନ୍ଦ୍ର ସରକାର । ଅମୃତ ବାଟିକାରେ 7500 ଚାରା ରୋପଣ ଲାଗି ଏକ 'ଅମୃତ କଳସ ଯାତ୍ରା'ର ଶୁଭାରମ୍ଭ ହେବ । ଦେଶର କୋଣ ଅନୁକୋଣରୁ ଭାରତୀୟ ଚାରା ଧରି ଦିଲ୍ଲୀ ଅଭିମୁଖେ ବାହାରିବେ ଏବଂ ଏହି ଚାରାଗୁଡ଼ିକୁ ଅମୃତ ବାଟିକାରେ ରୋପଣ କରାଯିବ । 'ମେରି ମାଟି ମେରା ଦେଶ' କ୍ୟାମ୍ପେନ୍‌ ମାଧ୍ୟମରେ ଦେଶର ବିଭିନ୍ନ ପଞ୍ଚାୟତ, ଗ୍ରାମରେ ଶିଳାଲେଖ ସ୍ଥାପିତ ହେବ ।

'ହର ଘର ତ୍ରିରଙ୍ଗା' ପାଇଁ ଆହ୍ବାନ:- ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ସ୍ବାଧୀନତା ଦିବସରେ ମଧ୍ୟ 'ହର ଘର ତ୍ରିରଙ୍ଗା' ପାଇଁ ଆହ୍ବାନ ଦେଇଛନ୍ତି । ଏହି କ୍ୟାମ୍ପେନ୍‌ ଯେପରି ପରମ୍ପରାରେ ପରିଣତ ହେବ ସେଥିଲାଗି ପ୍ରତିବର୍ଷ ନିଜ ଘର ଉପରେ ତ୍ରିରଙ୍ଗା ଉଡ଼ାଇବା ଲାଗି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି । ମୋଦି ନିଜ ମାସିକିଆ ରେଡିଓ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଫଳ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ଦେଶରେ ଗତ କିଛି ବର୍ଷ ମଧ୍ୟରେ ପ୍ରାୟ 60 ହଜାର ଅମୃତ ସରୋବରର ନିର୍ମାଣ କରାଯାଇଛି । ସେହିପରି ଉତ୍ତରପ୍ରଦେଶରେ ନିକଟରେ ଗୋଟିଏ ଦିନରେ 30 କୋଟି ବୃକ୍ଷରୋପଣ କରି ରାଜ୍ୟ ରେକର୍ଡ ସୃଷ୍ଟି କରିଥିବା କହିଛନ୍ତି ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.