ଜୟପୁର: ରାଜସ୍ଥାନ ମାଲ୍ଦାସ ଅଞ୍ଚଳରେ ଜଣେ ଟେଲର୍ କହ୍ନେୟାଲାଲ୍ ସାହୁଙ୍କ ନିର୍ମମ ହତ୍ୟାକାଣ୍ଡରେ ଆଉ ଜଣେ ଅଭିଯୁକ୍ତକୁ ଧରିଛି ଜାତୀୟ ତଦନ୍ତାକାରୀ ସଂସ୍ଥା (NIA) । ଏହି ଘଟଣାରେ ମୋଟ ୯ ଜଣ ଗିରଫ ହୋଇ ସାରିଲେଣି । ନବମ ଅଭିଯୁକ୍ତ ଘଟଣା ସହ ପରୋକ୍ଷ ଭାବରେ ଜଡ଼ିତ ଥିବା ନେଇ ସୂଚନା ଦେଇଛି NIA ।
-
NIA Arrests 9th Accused in Udaipur Killing Case (RC-27/2022/NIA/DLI) pic.twitter.com/8fuym6sIyI
— NIA India (@NIA_India) August 12, 2022 " class="align-text-top noRightClick twitterSection" data="
">NIA Arrests 9th Accused in Udaipur Killing Case (RC-27/2022/NIA/DLI) pic.twitter.com/8fuym6sIyI
— NIA India (@NIA_India) August 12, 2022NIA Arrests 9th Accused in Udaipur Killing Case (RC-27/2022/NIA/DLI) pic.twitter.com/8fuym6sIyI
— NIA India (@NIA_India) August 12, 2022
ଗିରଫ ଅଭିଯୁକ୍ତ ରାଜସ୍ଥାନ ପ୍ରତାପଗଡ଼ ଜିଲ୍ଲାର ମୁସ୍ଲିମ୍ ଖାନ୍ ବୋଲି ଜଣା ପଡ଼ିଛି । ସୋସିଆଲ ମିଡିଆରେ ନୂପୁର ଶର୍ମାଙ୍କ ସପକ୍ଷରେ ଏକ ପୋଷ୍ଟ ସେୟାର କରିବାରୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ କହ୍ନେୟାଲାଲ୍ଙ୍କୁ ଦିନ ଦ୍ବିପ୍ରହରରେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ଘଟଣାରେ ଜୁନ୍ ୨୯ ତାରିଖରେ ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିଲେ । ଜୁଲାଇ ୧, ୪, ୯ ଓ ୨୧ ତାରିଖରେ ୮ ଜଣ ଅଭିଯୁକ୍ତଙ୍କୁ ଯଥାକ୍ରମେ ଗିରଫ କରାଯାଇଥିଲା । ଏହାପରେ ଅଗଷ୍ଟ ୧୦ ତାରିଖରେ ଘଟଣାର ନବମ ଅଭିଯୁକ୍ତ ଗିରଫ ହୋଇଛି ।
ଅନ୍ୟ ଏକ ନିର୍ଦ୍ଦିଷ୍ଟ ସମୁଦାୟ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବା ପାଇଁ କହ୍ନେୟାଲାଲ୍ ସାହୁଙ୍କ ହତ୍ୟା ଅଭିଯୁକ୍ତ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏଥିରେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନୂପୁର ଶର୍ମାଙ୍କୁ ହତ୍ୟା କରିବାକୁ ଧମକ ଦେବାକୁ ପଛାଇ ନଥିଲେ । ଜୁନ୍ ୨୮ ତାରିଖରେ ଏହି ଘଟଣା ଘଟିଥିଲା । ଏହାପରେ କହ୍ନେୟାଲାଲ୍ ସାହୁଙ୍କ ପୁଅ ୟସ୍ ଲାଲ୍ ଏହାକୁ ନେଇ ଥାନାରେ ଅଭିଯୋଗ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ