ETV Bharat / bharat

କେଜ୍ରିଓ୍ୱାଲଙ୍କୁ ଆନ୍ନାଙ୍କ ଚିଠି, କହିଲେ କ୍ଷମତା ନିଶାରେ ବୁଡି ଭୁଲି ଯାଇଛ ଆଦର୍ଶବାଦ

author img

By

Published : Aug 30, 2022, 5:49 PM IST

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ଚିଠି ଲେଖି ନିଜ ଉଦବେଗ ପ୍ରକାଶ କଲେ ଆନ୍ନା ହାଜାରେ । କହିଲେ କ୍ଷମତା ନିଶାରେ ବୁଡି ସାରିଛନ୍ତି କେଜ୍ରିଓ୍ବାଲ । ଭୁଲି ସାରିଛନ୍ତି ମୂଳ ଆଦର୍ଶବାଦ । ଜନ ଲୋକପାଳ ବିଲ ଆନ୍ଦୋଳନ କଥା ମଧ୍ୟ କରାଇଲେ ସ୍ମରଣ । ଅଧିକ ପଢନ୍ତୁ..

କେଜ୍ରିଓ୍ବାଲଙ୍କୁ ଆନ୍ନାଙ୍କ ଚିଠି, କହିଲେ କ୍ଷମତାର ନିଶାରେ ବୁଡି ଆଦର୍ଶବାଦ ଭୁଲି ସାରିଛନ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତିକୁ ନେଇ କେନ୍ଦ୍ରୀୟ ସଂସ୍ଥାର ତଦନ୍ତ ସାଙ୍ଗକୁ ରାଜନୀତି ମଧ୍ୟ ଜୋର ଧରିବାରେ ଲାଗିଛି । ଏହାରି ମଧ୍ୟରେ ବିଶିଷ୍ଟ ସମାଜସେବୀ ତଥା କେଜ୍ରିଓ୍ବାଲଙ୍କ ରାଜନୈତିକ ଗୁରୁ ଆନ୍ନା ହାଜରେ କେଜ୍ରିଓ୍ବାଲଙ୍କୁ ଚିଠି ଲେଖି ନିଜ ଉଦବେଗ ପ୍ରକାଶ କରିଛନ୍ତି । କେଜ୍ରିଓ୍ବାଲ କ୍ଷମତାରେ ନିଶାରେ ସମ୍ପୂର୍ଣ୍ଣ ବୁଡି ସାରିଛନ୍ତି । ଯେଉଁ ଆନ୍ଦୋଳନ ଆମ ଆଦମୀ ପାର୍ଟି ପ୍ରତିଷ୍ଠା ହେବାରେ ଗୁରୁ ଭୂମିକା ତୁଲାଇଥିଲା, ତାହାର ମୂଳ ଆଦର୍ଶବାଦକୁ କେଜ୍ରିଓ୍ବାଲ ସମ୍ପୂର୍ଣ୍ଣ ଭୁଲି ସାରିଛନ୍ତି ବୋଲି ଆନ୍ନା ଚିଠିରେ ଉଲ୍ଲେଖ କରିଛନ୍ତି ।

ଆନ୍ନା ହାଜାରେ ଚିଠିରେ ଲେଖିଛନ୍ତି, ‘‘ତୁମେ ମୁଖ୍ୟମନ୍ତ୍ରୀ ହେବା ପରେ ମୁଁ ପ୍ରଥମ ଥର ପାଇଁ ତୁମକୁ ଏହି ଚିଠି ଲେଖୁଛି । ଦିଲ୍ଲୀରେ ଅବକାରୀ ଦୁର୍ନୀତି ସମ୍ପର୍କରେ ଦିଲ୍ଲୀ ସରକାରର ଭୂମିକା ଅତ୍ୟନ୍ତ ନିରାଶଜନକ । ମୁଁ ଗାନ୍ଧିଜୀ ଏବଂ ତାଙ୍କ ଆଦର୍ଶ ‘ଗାନ୍ଧୀବାଦ’ ଦ୍ୱାରା ଅନୁପ୍ରାଣିତ । ଏହି ଆଦର୍ଶବାଦକୁ ଆଧାର କରି ମୋର ଅଛି ମୁଁ ମୋ ଜୀବନକୁ ଲୋକ, ସମାଜ ଏବଂ ଦେଶ ପାଇଁ ଉତ୍ସର୍ଗ କରିଛି । ଗତ 47 ବର୍ଷ ଧରି ମୁଁ ସମାଜର ଉନ୍ନତି ତଥା ଭ୍ରଷ୍ଟାଚାର ବିରୋଧ ଦିଗରେ କାର୍ଯ୍ୟ ଜାରି ରଖିଛି ।’’

କେଜ୍ରିଓ୍ବାଲଙ୍କ ସମ୍ପର୍କରେ ଲେଖିଛନ୍ତି, ‘‘ତୁମେ ସ୍ବରାଜ ଶୀର୍ଷକ ଏକ ପୁସ୍ତକ ଲେଖିଛ । ତୁମ ସେଥିରେ ଆଦର୍ଶବାଦ ଉପରେ ମଧ୍ୟ ନିଜ ମତାମତ ପ୍ରକାଶ କରିଛ । ତୁମ ଠାରୁ ଅନେକ ଆଶା ରଖାଯାଇଥିଲା । କିନ୍ତୁ ସକ୍ରିୟ ରାଜନୀତିକୁ ଆସିବା ପରେ ତୁମେ କ୍ଷମତା ହାସଲ କଲ ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ହେଲ । ହେଲେ ପରବର୍ତ୍ତୀ ସ୍ଥିତିରେ ତୁମେ ସେ ମୂଳ ଆଦର୍ଶକୁ ଭୁଲିଗଲ । କ୍ଷମତା ବି ଏକ ନିଶା ସଦୃଶ୍ୟ, ତୁମେ ମଧ୍ୟ ସେଥିରେ ବୁଡି ସାରିଛି ।’’

ବର୍ତ୍ତମାନ ଦିଲ୍ଲୀରେ ନୂଆ ଅବକାରୀ ଲାଗୁ କରିବାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିବାରେ ଲାଗିଛି । କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ମଧ୍ୟ ଏହି ମାମଲାର ତଦନ୍ତ ଜାରି ରଖିଛନ୍ତି । କେଜ୍ରିଓ୍ବାଲଙ୍କ ପରେ ଦଳର ଦ୍ବିତୀୟ ପ୍ରଭାବଶାଳୀ ନେତା ତଥା ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାମରେ ମାମଲା ରୁଜୁ କରାଯାଇଛି । କୌଣସି ମୁହୂର୍ତ୍ତର ତାଙ୍କୁ ଗିରଫ ମଧ୍ୟ କରାଯାଇପାରେ ବୋଲି ଆଲୋଚନା ହେଉଛି । ଗୋଟିଏ ପଟେ ବିଜେପି ଓ ଆମ ଆଦମୀ ପାର୍ଟି ମଧ୍ୟରେ ରାଜନୈତିକ ବୟାନବାଜୀ ଜାରି ରହିଥିବା ବେଳେ ଆନ୍ନାଙ୍କ ଏପରି ଉଦବେଗପୂର୍ଣ୍ଣ ଚିଠି ଏବେ କେଜ୍ରିଓ୍ବାଲଙ୍କୁ ସମାଲୋଚିତ ହେବାକୁ ଆହୁରି ଖୋରାଖ ଯୋଗାଇଛି ।

କେନ୍ଦ୍ରରେ କଂଗ୍ରେସ କ୍ଷମତାରେ ଥିବା ବେଳେ ଆନ୍ନା ହାଜାରେ ଦୂର୍ନୀତି ବିରୋଧରେ ରଣହୁଙ୍କାର ଦେଇଥିଲେ । ଜନ ଲୋକପାଳ ବିଲ ଆଣିବା ଦାବିରେ ଦିଲ୍ଲୀର ଜନ୍ତରମନ୍ତରରେ ଆମରଣ ଅନଶନ କରିଥିଲେ ଆନ୍ନା । ଆନ୍ନା ହାଜାରେଙ୍କ ଟିମରେ ଜଣେ ସଦସ୍ୟ ଭାବେ ଥିଲେ ଅରବିନ୍ଦ କେଜ୍ରିଓ୍ବାଲ । ପରେ ଆନ୍ନା ଆନ୍ଦୋଳନ ସଫଳ ହେବା ସହ ସକ୍ରିୟ ରାଜନୀତିରେ ପ୍ରବେଶ କରିବା ନେଇ ଘୋଷଣା କରିଥିଲେ କେଜ୍ରିଓ୍ବାଲ । ଘୋଷଣା ମୁତାବକ ଆମ ଆମଦୀ ପାର୍ଟି ପ୍ରତିଷ୍ଠା ହୋଇଥିଲା ଓ ପ୍ରଥମ ପ୍ରତିଦ୍ବନ୍ଦିତାରେ ଦଳ କ୍ଷମତାକୁ ଆସିବା ସହ କେଜ୍ରିଓ୍ବାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.