ETV Bharat / bharat

କେନାଲରୁ ମିଳିଲା ରିସେପସନିଷ୍ଟଙ୍କ ମୃତଦେହ, ମୁଖ୍ୟ ଅଭିଯୁକ୍ତଙ୍କ ରିସୋର୍ଟରେ ବୁଲିଲା ବୁଲଡୋଜର - Bjp leader son uttarakhand resort case

ଗିରଫ ବିଜେପି ନେତାଙ୍କ ପୁଅଙ୍କ ରିସୋର୍ଟ ପାଖ କେନାଲରୁ ମିଳିଲା ନିଖୋଜ ରିସେପସନିଷ୍ଟ ଅଙ୍କିତା ଭଣ୍ଡାରୀଙ୍କ ମୃତଦେହ । ୧୪ଦିନ ବିଚାର ବିଭାଗୀୟ ହାଜତରେ ୩ ଅଭିଯୁକ୍ତ । ଅଧିକ ପଢନ୍ତୁ

କେନାଲରୁ ମିଳିଲା ରିସେପସନିଷ୍ଟଙ୍କ ମୃତଦେହ, ମୁଖ୍ୟ ଅଭିଯୁକ୍ତଙ୍କ ରିସୋର୍ଟରେ ବୁଲିଲା ବୁଲଡୋଜର

author img

By

Published : Sep 24, 2022, 12:16 PM IST

Updated : Sep 24, 2022, 12:27 PM IST

ଡେରାଡୁନ: ଉତ୍ତରାଖଣ୍ଡ ବିଜେପି ନେତାଙ୍କ ପୁଅ ପୁଲକିତ ଆର୍ଯ୍ୟଙ୍କ ରିସୋର୍ଟରୁ ନିଖୋଜ ଥିବା ୧୯ ବର୍ଷୀୟା ରିସେପସନିଷ୍ଟ ଅଙ୍କିତାଙ୍କ ମୃତଦେହ ଉଦ୍ଧାର ହୋଇଛି(Ankita Bhandari's body recovered) । ରିସୋର୍ଟ ନିକଟରେ ଥିବା ଏକ କେନାଲରୁ ଅଙ୍କିତାଙ୍କ ମୃତଦେହ(Ankita Bhandari murder case) ମିଳିଛି । ଯୁବତୀଙ୍କ ବାପା ଓ ଭାଇ ତାଙ୍କର ମୃତଦେହ ଚିହ୍ନଟ କରିଛନ୍ତି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଟ୍ବିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଅଙ୍କିତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିବା ପରେ ଆଜି ସକାଳ ୭ଟାରୁ ରିସୋର୍ଟ ପାଖ କେନାଲରେ ମୃତଦେହ ଖୋଜାଖୋଜି ଆରମ୍ଭ ହୋଇଥିଲା ।

  • आज प्रातः काल बेटी अंकिता का पार्थिव शव बरामद कर लिया गया। इस हृदय विदारक घटना से मन अत्यंत व्यथित है।

    दोषियों को कड़ी से कड़ी सजा दिलाने हेतु पुलिस उपमहानिरीक्षक पी. रेणुका देवी जी के नेतृत्व में SIT का गठन कर इस गंभीर मामले की गहराई से जांच के भी आदेश दे दिए हैं।

    — Pushkar Singh Dhami (@pushkardhami) September 24, 2022 " class="align-text-top noRightClick twitterSection" data=" ">

ଅନ୍ୟପଟେ ରିସେପସନିଷ୍ଟ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଥିବା ପୁଲକିତ ଆର୍ଯ୍ୟଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅଭିଯୁକ୍ତଙ୍କ ଋଷିକେଶ ସ୍ଥିତ ରିସୋର୍ଟ ଉପରେ ବୁଲଡୋଜର ଚାଲିଛି । ହତ୍ୟା ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରିସୋର୍ଟକୁ ଭାଙ୍ଗି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଧାମୀ କହିଛନ୍ତି, ''ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ସ୍ବତନ୍ତ୍ର ତଦନ୍ତକାରୀ ଟିମ୍(SIT) ଗଠନ କରାଯାଇଛି । ପୋଲିସ ଉପ ମହାନିରୀକ୍ଷକ ପି ରେଣୁକା ଦେବୀଙ୍କ ନେତୃତ୍ବରେ ଗଠିତ ଏହି ଟିମ୍ ହତ୍ୟାକାଣ୍ଡର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ ।''

ଏହାମଧ୍ୟ ପଢନ୍ତୁ: ହତ୍ୟା ଅଭିଯୋଗରେ ବିଜେପି ନେତାଙ୍କ ପୁଅ ଗିରଫ

ନିଜ ରିସୋର୍ଟରେ କାମ କରୁଥିବା ୧୯ ବର୍ଷୀୟା ଯୁବତୀଙ୍କୁ ହତ୍ୟା କରିବା ଅଭିଯୋଗରେ ବିଜେପି ନେତା ତଥା ଉତ୍ତରାଖଣ୍ଡର ପୂର୍ବତନ ମନ୍ତ୍ରୀ ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ ଆର୍ଯ୍ୟଙ୍କୁ ଶୁକ୍ରବାର ଗିରଫ କରାଯାଇଥିଲା(Pulkit Arya arrested) । ପ୍ରଥମେ ପଚରାଉଚରା ସମୟରେ ସେମାନେ ପୋଲିସକୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲେ । ହେଲେ ପରେ ନିଜର ଦୋଷ ସ୍ବୀକାର କରିଥିଲେ । ସେ ଅଙ୍କିତାଙ୍କୁ ବେଶ୍ୟାବୃତ୍ତି ପାଇଁ ବାଧ୍ୟ କରୁଥିଲେ ।

ଏଥିରେ ଯୁବତୀ ରାଜି ନ ହେବାରୁ ପୁଲକିତ ନିଜ ରିସୋର୍ଟ ମ୍ୟାନେଜର ଓ ସୌରଭ ଭାସ୍କର ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ଅଙ୍କିତ ଗୁପ୍ତାଙ୍କ ସହଯୋଗରେ ତାଙ୍କୁ ହତ୍ୟା କରିଥିଲେ ଓ ପରେ ମୃତଦେହକୁ ଚିଲା କେନାଲ(Cheela Canal) ମଧ୍ୟକୁ ଠେଲି ଦେଇଥିବା ମାନିଥିଲେ । ସମସ୍ତ ୩ ଅଭିଯୁକ୍ତଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି କୋଟଡ୍ବାର କୋର୍ଟ । ନିଜ ରୁମ୍‌ରେ ନମିଳିବାରୁ ଗତ ସୋମବାର ସକାଳେ ସ୍ଥାନୀୟ ରେଭେନ୍ୟୁ ପୋଲିସ ଆଉଟପୋଷ୍ଟରେ ପରିବାର ଲୋକେ ଏକ ନିଖୋଜ FIR କରିଥିଲେ ।

ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ(Ankita Bhandari murder case) ସାମ୍ନାକୁ ଆସିବା ପରେ ରାଜ୍ୟରେ ବେଆଇନ ଭାବେ ନିର୍ମାଣ ହୋଇଥିବା ସମସ୍ତ ରିସୋର୍ଟଗୁଡିକର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଧାମୀ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ହତ୍ୟା ଘଟଣାକୁ ସେ ଦୁର୍ଭାଗ୍ୟଜନକ କହିବା ସହ ଅପରାଧିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

Last Updated : Sep 24, 2022, 12:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.