ETV Bharat / bharat

ଭାରତ ଫେରିଲେ ଅଞ୍ଜୁ, ପାକିସ୍ତାନ ପ୍ରେମିକ ପାଇଁ ପାର କରିଥିଲେ ସୀମା

Anju Returns: ଭାରତ ଫେରିଲେ ରାଜସ୍ଥାନର ମହିଳା ଅଞ୍ଜୁ । ଫେସବୁକ ପ୍ରେମ ପାଇଁ ସ୍ବାମୀ ଓ ପିଲାଙ୍କୁ ଛାଡି ପଳାଇଥିଲେ ପାକିସ୍ତାନ । ଦୀର୍ଘ ୬ ମାସ ପରେ ଆଜି ସେ ଭାରତ ଫେରିଛନ୍ତି । ପଢନ୍ତୁ ପୁରା ଖବର

author img

By ETV Bharat Odisha Team

Published : Nov 29, 2023, 10:49 PM IST

Anju
Anju

ନୂଆଦିଲ୍ଲୀ: ସ୍ବଦେଶ ଫେରିଲେ ଅଞ୍ଜୁ । ପାକିସ୍ତାନ ଯୁବକ ପ୍ରେମରେ ପଡି ଭାରତ ଛାଡିଥିବା ଅଞ୍ଜୁ ଭାରତ ଫେରି ଆସିଛନ୍ତି । ୱାଘା ବର୍ଡର ଦେଇ ସେ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପାଖାପାଖି ୬ ମାସ ପାକିସ୍ତାନ ରହି ଅଞ୍ଜୁ ଫେରିବା ପରେ ଏବେ ଚର୍ଚ୍ଚା ଜୋର ଧରିଛି ।

ଗତ ୬ ମାସ ତଳେ ପାକିସ୍ତାନର ଫେସବୁକ ବନ୍ଧୁ ନସରୁଲ୍ଲାଙ୍କ ପ୍ରେମରେ ଉବୁଟୁବୁ ହୋଇ ଦେଶ ସୀମା ଡେଇଁ ପାକିସ୍ତାନର ପାଖତୁନଖ୍ବାରେ ପହଞ୍ଚିଥିଲେ ଅଞ୍ଜୁ । ସେଠାରେ ଇସଲାମ ଧର୍ମ ଗ୍ରହଣ କରି ନସରୁଲ୍ଲାଙ୍କୁ ବିବାହ କରିଥିଲେ । ଏପରିକି ନିଜ ନାଁ ଅଞ୍ଜୁରୁ ଫାତିମା ରଖିଥିଲେ । ସେତେବେଳେ ଅଞ୍ଜୁଙ୍କ ବିବାହ ଖବର ବେଶ ଚର୍ଚ୍ଚା ଲାଗି ରହିଥିଲା । ସେ ପରେ ଭାରତ ଫେରିବେ ବୋଲି ସ୍ବାମୀ ନସରୁଲ୍ଲା କହିଥିଲେ ।

ଏହା ମଧ୍ୟ ପଢନ୍ତୁ: Social Media friendship: ପ୍ରେମ ପାଇଁ ପାର୍‌ କଲେ ସୀମା, ସ୍ବାମୀଙ୍କୁ ବୁଲି ଯାଉଛି କହି ପାକିସ୍ତାନରେ ସ୍ତ୍ରୀ

ଏବେ ପ୍ରଶ୍ନ ଉଠୁଛି ଫେସବୁକ ପ୍ରେମ ପାଇଁ ସ୍ବାମୀ ଛୁଆଙ୍କୁ ଛାଡି ପାକିସ୍ତାନ ଯାଇଥିବା ଅଞ୍ଜୁ ପୁଣି ଭାରତ କାହିଁକି ଫେରିଲେ । କୁହାଯାଉଛି କି ବିବାହ ପରେ ତାଙ୍କ ସନ୍ତାନଙ୍କୁ ଝୁରି ହେଉଥିଲେ । ଏପରିକି ମାନସିକ ସ୍ଥିତି ବିଗିଡିବାକୁ ଲାଗିଥିଲା । ତେଣୁ ପିଲାଙ୍କୁ ଦେଖା କରିବାକୁ ଭାରତ ଆସିଛନ୍ତି । ଏନେଇ ତାଙ୍କ ସ୍ବାମୀ ନସରୁଲ୍ଲା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୁଣି ଥରେ ପାକିସ୍ତାନ ଫେରି ଯିବେ ସେ ।

ତେବେ ଭାରତ ଆସିବା ପରେ ଏବେ ତାଙ୍କୁ ବିଏସଏଫ କ୍ୟାମ୍ପରେ ରଖାଯାଇଛି । ଛୁଆଙ୍କୁ ଭେଟିବା ପରେ ପୋଲିସର ସବୁ ପ୍ରଶ୍ନର ଉତ୍ତର ଦେବେ ବୋଲି କୁହାଯାଉଛି । ଏପରିକି ପିଲାଙ୍କୁ ନେଇ ଅଞ୍ଜୁ ଯଦି ପାକିସ୍ତାନ ଯିବେ ତାଙ୍କୁ ସ୍ବାଗତ କରିବେ ସ୍ବାମୀ । ଯଦି ସେ ଭାରତରେ ରହିବାକୁ ଚାହାନ୍ତି ଏଥିରେ ତାଙ୍କର କୌଣସି ଆପତ୍ତି ନଥିବା କହିଛନ୍ତି ସ୍ବାମୀ ନସରୁଲ୍ଲା ।

ସୂଚନା ଥାଉକି, ଗତ ଜୁଲାଇ ମାସରେ ଭିସା ନେଇ ପାକିସ୍ତାନ ଚାଲି ଯାଇଥିଲେ ରାଜସ୍ଥାନର ଅଞ୍ଜୁ । ସେଠାରେ ଧର୍ମ ପରିବର୍ତ୍ତନ କରି ନସରୁଲ୍ଲାଙ୍କ ସହ ବିବାହ କରିଥିଲେ । ନିଜ ନାମ ମଧ୍ୟ ପରିବର୍ତ୍ତନ କରିଥିଲେ । ସେ ସମୟରେ ଏହି ଖବରକୁ ଉଭୟ ଦେଶରେ ଚର୍ଚ୍ଚା ଜୋର ଧରିଥିଲା । ଏପରିକି ଅଞ୍ଜୁଙ୍କ ସ୍ବାମୀ-ପିଲା ଏ ଘଟଣାକୁ ସହଜରେ ଗ୍ରହଣ କରିପାରିନଥିଲେ । ଏବେ ଅଞ୍ଜୁ ଭାରତ ଫେରିବା ପରେ ତାଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର ଧରି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.