ବେଙ୍ଗାଲୁରୁ: ବିଭିନ୍ନତା ମଧ୍ୟରେ ଏକତା ଭରା ଆମ ଦେଶ ଭାରତ । ଦେଶରେ ଅନେକ ଜାତି ଧର୍ମର ଲୋକ ବସବାସ କରୁଥିଲେ ବି ଭାଇଚାରାର ଅନନ୍ୟ ଉଦାହରଣ ରହିଛି । ସେମିତି କିଛି ଦେଖିବାକୁ ମିଳିଛି କର୍ଣ୍ଣାଟକର ତୁମୁକୁର ଅଞ୍ଚଳରେ । ଅଞ୍ଜନେୟ ସ୍ବାମୀଙ୍କ ରଥତ୍ସବରେ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ ମିଶି ରଥ ଟାଣିଥିବା ଦେଖିବାକୁ ମିଳିଛି ।
![ଭଗବାନ ଅଞ୍ଜନେୟଙ୍କ ରଥ ଟାଣିଲେ ହିନ୍ଦୁ-ମୁସଲିମ](https://etvbharatimages.akamaized.net/etvbharat/prod-images/kn-tmk-utsava-vis-ka10037_12072022102906_1207f_1657601946_64_1207newsroom_1657638016_944.jpg)
କର୍ଣ୍ଣାଟକର ଚିକ୍କାନାୟାକାଲାହାଲି ସହରରେ ଅଞ୍ଜନେୟ ସ୍ବାମୀଙ୍କ ରଥ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସହର ମଧ୍ୟରେ ଥିବା ମସଜିଦ ପାଖରେ ମୁସଲିମ ସମ୍ପ୍ରଦାୟ ଏକାଠି ହୋଇଥିଲେ । ରଥଟଣା ଯିବା ସମୟରେ ସେମାନେ ଅଜନେୟ ସ୍ବାମୀଙ୍କୁ ଦର୍ଶନ କରିବା ସହ ରଥଟଣାରେ ସାମିଲ ହୋଇଥିଲେ।
ଏହି ପର୍ବ ହାଲେୟୁରୁ ଅଞ୍ଜନେୟ ଏବଂ ଚିକ୍କନାୟକାନାହଲ୍ଲୀର ଟାଥାୟାଙ୍କର ଏକ ପ୍ରତୀକ । କାହିଁ କେଉଁ ଅମଳରୁ ମୁସଲିମ ସମ୍ପ୍ରଦାୟ ଅଞ୍ଜନେୟ ସ୍ବାମୀଙ୍କ ରଥତ୍ସବରେ ସାମିଲ ହୋଇ ଆସୁଛନ୍ତି । ଏହା ଏକ ଐତିହାସିକ ସ୍ଥାନ ଯେଉଁଠାରେ ହଗଲବାଡି ପନେଗାରୋ ଶାସନ କରିଥିଲେ । ନିକଟରେ ଦେଖାଯାଇଥିବା ହିଜାବ ବିବାଦ, ଅନ୍ୟ ସମୁଦାୟ ବ୍ୟାପାର ପ୍ରତିବନ୍ଧ, ହଲାଲ କଟ ଆଦି ଘଟଣା ଉଗ୍ର ରୂପ ଦେଖିବାକୁ ମିଳିଛି । ଏହି ସମୟରେ ମୁସଲିମଙ୍କର ଏହି ପୂଜାରେ ସାମିଲ ହେବା ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ନିଶ୍ଚୟ ।