ETV Bharat / bharat

14 ମାସ ପରେ ଆଜି ଜେଲରୁ ମୁକୁଳିବେ ଅନୀଲ ଦେଶମୁଖ

author img

By

Published : Dec 28, 2022, 9:44 AM IST

Updated : Dec 28, 2022, 10:12 AM IST

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ବଡ ଆଶ୍ବସ୍ତି । ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଅନିଲ ଦେଶମୁଖଙ୍କୁ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି ( anil deshmukh to released from jail ) । ଅଧିକ ପଢନ୍ତୁ

anil deshmukh
ଆଜି ଜେଲରୁ ମୁକୁଳି ପାରନ୍ତି ଅନୀଲ ଦେଶମୁଖ

ମୁମ୍ବାଇ: 100 କୋଟି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଆଜି ଜେଲରୁ ମୁକୁଳିବେ । ଦୀର୍ଘ 14 ମାସ ଅର୍ଥାତ ବର୍ଷେ 2 ମାସ ପରେ ଆଜି ମୁମ୍ବାଇ ଆର୍ଥର ଜେଲ୍‌ରୁ ମୁକ୍ତ ହୋଇ ପାରନ୍ତି ଅନୀଲ ଦେଶମୁଖ । ଡିସେମ୍ବର 12 ତାରିଖରେ ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ଜଷ୍ଟିସ ଏମଏସ କାରନିକଙ୍କ ଖଣ୍ଡପୀଠ ଜାମିନ ପ୍ରଦାନ କରିଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଜେଲରୁ ମୁକୁଳିଲେ ସୁଦ୍ଧା 3 ମାସ ଯାଏ ମୁମ୍ବାଇ ଛାଡି ବହାରକୁ ଯାଇପାରିବେ ନାହିଁ ।

1 ଲକ୍ଷ ଟଙ୍କାର ବେଲ୍‌ ମୁଚାଳିକା ଜରିଆରେ ତାଙ୍କୁ ଜାମିନ ମିଳିଥିଲା । କିନ୍ତୁ ସିବିଆଇ ଆବେଦନ ପାଇଁ ସମୟ ମାଗିବାରୁ କୋର୍ଟ ଜାମିନର କାର୍ଯ୍ୟକାରୀ ୨୨ ଡିସେମ୍ବରରୁ ହେବ ବୋଲି କହିଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହା ୨୭ ଡିସେମ୍ବରକୁ ଘୁଞ୍ଚିଥିଲା । ତେବେ ୨୭ ଡିସେମ୍ବରରେ ସିବିଆଇ ପୁଣି ସମୟ ମାଗିବାରୁ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି। ଏହାପୂର୍ବରୁ ଇଡି ରୁଜୁ କରିଥିବା ମନି ଲଣ୍ଡରିଂ ମାମଲାରେ ମଧ୍ୟ ଦେଶମୁଖଙ୍କୁ ଜାମିନ ମିଳିଥିଲା। ତେଣୁ ଆଜି ୭୩ ବର୍ଷୀୟ ଦେଶମୁଖ ଜେଲରୁ ମୁକୁଳିବାର ସମ୍ଭାବନା ରହିଛି । ମାମଲାର ତଦନ୍ତ କରୁଥିବା CBI ଜାମିନକୁ ବିରୋଧ କରି ସୁପ୍ରିମକୋର୍ଟକୁ ଯିବ ବୋଲି କହିଥିଲା । ତେଣୁ ରାୟର 10 ଦିନ ପରେ ଜାମିନ ନିର୍ଦ୍ଦେଶ ଲାଗୁ ହେହ ବୋଲି ହାଇକୋର୍ଟ କହିଥିଲେ । ତେଣୁ ଜାମିନ ପରେ ବି ଜେଲ୍‌ରେ ଅଛନ୍ତି ଅନୀଲ ଦେଶମୁଖ ।

ଏହା ବି ପଢନ୍ତୁ... Traffic Violation: ଜଣେ ବାଇକ ଆରୋହୀଙ୍କ ବିରୁଦ୍ଧରେ ୨୬ ମାମଲା, ଗଣିଲେ ୧୬୦୦୦ ତଣ୍ଡ

ସୂଚନାନୁସାରେ, ଅନୀଲ ଦେଶମୁଖଙ୍କ ବିରୁଦ୍ଧରେ ମୁମ୍ବାଇର ବିଭିନ୍ନ ରେସ୍ତୋରାଁ ଓ ବାରରୁ ପ୍ରତିମାସରେ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାର ମାମଲା ରହିଛି । ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ତାଙ୍କ ବିରୁଦ୍ଧରେ ଏହି ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ହେଲେ ଦେଶମୁଖ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ । କିନ୍ତୁ ବମ୍ବେ ହାଇକୋର୍ଟ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ସିବିଆଇକୁ ନିର୍ଦ୍ଦେଶ ହୋଇଥିଲା । ଗତବର୍ଷ ଏପ୍ରିଲ 21ରେ ମାମଲା ରୁଜ୍ଜୁ ହେବା ପରେ ସେ ରାଜ୍ୟ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ । ପରେ ଇଡି ତଦନ୍ତ ଦାୟିତ୍ବ ପାଇଥିଲା । ଗତବର୍ଷ ନଭେମ୍ବରରେ ଇଡି ଅନିଲ ଦେଶମୁଖଙ୍କୁ ଗିରଫ କରିଥିଲା । ଏହାପରେ ସେ ମୁ୍ମ୍ବାଇ ଆର୍ଥର ରୋଡ ଜେଲରେ ଅଛନ୍ତି ।

Last Updated : Dec 28, 2022, 10:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.