ETV Bharat / bharat

ପୁଣି ୧୪ ଦିନିଆ ନ୍ୟାୟିକ ହାଜତକୁ ଗଲେ ଅନିଲ ଦେଶମୁଖ

author img

By

Published : Nov 6, 2021, 3:53 PM IST

ଗିରଫ ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବଢିଲା ଅଡୁଆ । ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇଲେ କୋର୍ଟ । ଆର୍ଥିକ ଠକେଇର ଖୋଳତାଡ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ...

ପୁଣି ୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଅନିଲ ଦେଶମୁଖ

ମୁମ୍ବାଇ: ୧୪ ଦିନିଆ ନ୍ୟାୟିକ ହାଜତକୁ ଗଲେ ଗିରଫ ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ । ମୁମ୍ବାଇର PMLA କୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥ ହେରଫେର ଅଭିଯୋଗରେ ଚଳିତମାସ ପହିଲାରେ ଅନିଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପରେ ତାଙ୍କ ଜାମିନ ଖାରଜ ହେବା ସହ ୬ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ଥିଲେ ସେ ।

୧ ତାରିଖରେ ଅନିଲଙ୍କୁ ତାଙ୍କ ବାସଭବନରେ ୧୨ ଘଣ୍ଟା ମାରାଥନ ଜେରା ପରେ ଗିରଫ କରି କୋର୍ଟରେ ହାଜର କରିଥିଲା ଇଡି । ଅନିଲଙ୍କ ଜାମିନ ଆବେଦନ ଖାରଜ କରିବା ସହ ନମ୍ଭେମ୍ବର ୬ ତାରିଖ ଯାଏଁ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଥିଲେ କୋର୍ଟ । ତେବେ ତାଙ୍କ ପ୍ରଥମ ରିମାଣ୍ଡ ଅବଧି ଆଜି ଶେଷ ହେଉଥିବାବେଳେ ପୁଣି ୧୪ ଦିନିଆ ନ୍ୟାୟିକ ହାଜତରେ ରହିବେ ଅନିଲ ।

ଗୃହମନ୍ତ୍ରୀ ଭାବେ ଦାୟିତ୍ବରେ ଥିବା ସମୟରେ ନିଜ ପଦବୀର ଅପବ୍ୟବହାର କରି ମହାରାଷ୍ଟ୍ର ପୋଲିସର ଗିରଫ ଅଧିକାରୀ ସଚିନ ଓ୍ବାଜେ ଏବଂ ଅନ୍ୟ କିଛି ବରିଷ୍ଠ ଅଧିକାରୀଙ୍କୁ ମୁମ୍ବାଇର ବାର ଓ ରେସ୍ତୋରାଁ ଗୁଡିକରୁ ମାସିକ ୧୦୦ କୋଟି ପର୍ଯ୍ୟନ୍ତ ଚାନ୍ଦା ଆଦାୟ ପାଇଁ ଅନିଲ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହେବା ପରେ ବିବାଦ ଘେରକୁ ଆସିଥିଲେ ଅନିଲ । ପରେ ତାଙ୍କୁ ଗୃହମନ୍ତ୍ରୀ ପଦରୁ ମଧ୍ୟ ତାଙ୍କୁ ହଟାଇ ଦିଆଯାଇଥିଲା । ତେବେ ଗତ ୧ ତାରିଖରେ ମାରାଥନ ଜେରା ପରେ ଗିରଫ ହୋଇଥିଲେ ଅନିଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.