ETV Bharat / bharat

Skill Development Case: ନଭେମ୍ବର 15ରେ ନାଇଡୁଙ୍କ ଜାମିନ ଆବେଦନ ଶୁଣାଣି - ଆନ୍ଧ୍ରପ୍ରଦେଶ ହାଇକୋର୍ଟ

ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କ ଜାମିନ ଆବେଦନର ଶୁଣାଣିକୁ ସ୍ଥଗିତ ରଖିଲେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ। ଆସନ୍ତା 15 ତାରିଖରେ ହେବ ପରବର୍ତ୍ତୀ ଶୁଣାଣି । ଅଧିକ ପଢନ୍ତୁ

Chandrababu Naidu
Chandrababu Naidu
author img

By ETV Bharat Odisha Team

Published : Nov 11, 2023, 8:30 AM IST

Updated : Nov 11, 2023, 8:44 AM IST

ଅମରାବତୀ: ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଘୁଞ୍ଚିଲା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଜାମିନ ଆବେଦନ ଶୁଣାଣି । ବର୍ତ୍ତମାନ ସେ ଅନ୍ତରୀଣ ଜାମିନରେ ଜେଲରୁ ବାହାରି ଥିବାବେଳେ ଆସନ୍ତା 15 ତାରିଖରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ତାଙ୍କର ଜାମିନ ଆବେଦନର ଶୁଣାଣି ହେବ । ପୂର୍ବତନ ମୁଖ୍ୟମନ୍ତ୍ରୀ ନାଇଡୁ ନଭେମ୍ବର 28 ପର୍ଯ୍ୟନ୍ତ ଏହି ମାମଲାରେ ଅନ୍ତରୀଣ ଜାମିନରେ ରହିବେ । ତେବେ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଏଫଆଇଆର ରବ୍ଦ କରିବା ନେଇ ସୁପ୍ରିମକୋର୍ଟରେ ତାଙ୍କର ଆବେଦନ ବିଚାରଧୀନ ରହିଛି । ଏହି ଆବେଦନ ଉପରେ ଦୀପାବଳି ଛୁଟି ପରେ ରାୟ ଆସିବ ।

ଏହା ମଧ୍ୟ ପଢନ୍ତୁୃ-ଜେଲରୁ ବାହାରିଲେ ଚନ୍ଦ୍ରବାବୁ, ପୂର୍ବାହ୍ନରେ ଅନ୍ତରୀଣ ଜାମିନ ଦେଇଥିଲେ ହାଇକୋର୍ଟ

ସେହିପରି ଅମରାବତୀ ଲ୍ୟାଣ୍ଡ ସ୍କାମରେ ସିଆଇଡି ହାଇକୋର୍ଟରେ ଏକ ଆବେଦନ କରିଥିଲା । ଯେଉଁଥିରେ ନାଇଡୁ ଏବଂ ବରିଷ୍ଠ ଟିଡିପି ନେତା ପି. ନାରାୟଣଙ୍କୁ ଅଭିଯୁକ୍ତ ଭାବରେ ଦର୍ଶାଯାଇଥିଲା । ଏହି ମାମଲାର ଶୁଣାଣି ନଭେମ୍ବର 22କୁ ଘୁଞ୍ଚାଇ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ହାଇକୋର୍ଟ । ଅମରାବତୀ ଇନର-ରିଙ୍ଗରୋଡ୍‌ ସ୍କାମ୍ ମାମଲାରେ ହାଇକୋର୍ଟରେ ନାଇଡୁଙ୍କ ପକ୍ଷରୁ ଯୁକ୍ତି ବାଢିଥିଲେ ଜି ସୁବା ରାଓ । ଯେଉଁଥିରେ CrPCର ଧାରା 482 ଅଧିନରେ ମାମଲା ରୁଜୁ ହୋଇଥିଲା । 2014ରୁ 2019 ମଧ୍ୟରେ ଟିଡିପି ଶାସନ ସମୟରେ ଏସସି ଏବଂ ଏସଟି ସମ୍ପ୍ରଦାୟର ଲୋକଙ୍କ ଜମି ନାଇଡୁ ଏବଂ ନାରାୟଣ ହାତେଇଥିବା ମାଙ୍ଗାଲାଗିରି ବିଧାୟକ ରାମକୃଷ୍ଣ ରେଡ୍ଡୀ ଥାନାରେ ଅଭିଯୋଗ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ୩୦ ଯାଏଁ ଗିରଫ ହେବେନି ଚନ୍ଦ୍ରବାବୁ ନାଇଡୁ; ଅନ୍ତରୀଣ ସୁରକ୍ଷା ବଢାଇଲେ ସୁପ୍ରିମକୋର୍ଟ

ସେହିପରି ଫାଇବର ନେଟ୍‌ ଦୁର୍ନୀତି ମାମଲାରେ ଗୁରୁବାର ସର୍ବୋଚ୍ଚ ଅଦାଲତ ଗିରଫଦାରୀ ବିରୋଧରେ ନାଇଡୁଙ୍କ ଅନ୍ତରୀଣ ସୁରକ୍ଷା ଅବଧି ଆସନ୍ତା ୩୦ ତାରିଖ ଯାଏଁ ବୃଦ୍ଧି କରିଥିଲେ । ଆସନ୍ତା ୩୦ରେ ଫାଇବର ନେଟ୍ ଦୁର୍ନୀତି ମାମଲାର ଶୁଣାଣି ହେବ । ସେ ପର୍ଯ୍ୟନ୍ତ ଗିରଫ ହୋଇପାରିବେନି ଟିଡିପି ମୁଖ୍ୟ । ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଏଫଆଇଆର ରବ୍ଦ କରିବା ନେଇ ହୋଇଥିବା ଆବେଦନ ଉପରେ ଦୀପାବଳି ଛୁଟି ପରେ ରାୟ ଆସିବ । ଏହି ରାୟ ଆସିବା ପରେ ଫାଇବର ନେଟ ଦୁର୍ନୀତି ମାମଲା ସମ୍ପର୍କିତ ଆବେଦନର ଶୁଣାଣି କରାଯିବ । ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ, ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ହାଇକୋର୍ଟରୁ ଚନ୍ଦ୍ରବାବୁ ନାଇଡୁଙ୍କୁ ୪ ସପ୍ତାହ ପାଇଁ ସର୍ତ୍ତମୂଳକ ଜାମିନ ମିଳିଛି ।

Last Updated : Nov 11, 2023, 8:44 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.