ETV Bharat / bharat

ଆନ୍ଧ୍ର ନକ୍ସାରେ ଯୋଡି ହେଲା 13 ନୂଆ ଜିଲ୍ଲା

ଆନ୍ଧ୍ରପ୍ରଦେଶ ମାନଚିତ୍ରରେ ଯୋଡି ହେଲା ଆଉ 13 ନବଗଠିତ ଜିଲ୍ଲା । ଆଜି ଭିଡିଓ କନଫରେନ୍ସି ଜରିଆରେ (ସୋମବାର) ୧୩ ନୂଆ ଜିଲ୍ଲାକୁ ଉଦଘାଟନ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି । ଅଧିକ ପଢନ୍ତୁ

ଆନ୍ଧ୍ର ମାନଚିତ୍ରରେ ଯୋଡି ହେଲା 13 ନୂଆ ଜିଲ୍ଲା

author img

By

Published : Apr 4, 2022, 11:44 AM IST

Updated : Apr 4, 2022, 1:35 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶ ମାନଚିତ୍ରରେ ଯୋଡି ହେଲା ଆଉ 13 ନବଗଠିତ ଜିଲ୍ଲା । ଆଜି (ସୋମବାର) ସରକାରୀ ଭାବେ ଏହି ନୂତନ ଜିଲ୍ଲା ଗୁଡିକ ରାଜ୍ୟ ମାନଚିତ୍ରରେ ସ୍ଥାନିତ କରାଯାଇଛି । ଆଜି ଗୁଣ୍ଟୁର ଜିଲ୍ଲା ତାଡେପଲ୍ଲୀରୁ ଭିଡିଓ କନଫରେନ୍ସି ଜରିଆରେ ନୂଆ ୧୩ ଜିଲ୍ଲା ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି । ଏହାକୁ ମିଶାଇ ରାଜ୍ୟରେ ମୋଟ ଜିଲ୍ଲା ସଂଖ୍ୟା 26କୁ ବୃଦ୍ଧି ପାଇଛି ।

ଆନ୍ଧ୍ର ମାନଚିତ୍ରରେ ଯୋଡି ହେଲା 13 ନୂଆ ଜିଲ୍ଲା
ଆନ୍ଧ୍ର ମାନଚିତ୍ରରେ ଯୋଡି ହେଲା 13 ନୂଆ ଜିଲ୍ଲା

ବିଜୟନଗରମ, ବିଶାଖାପଟ୍ଟନମ, ପୂର୍ବ ଗୋଦାବରୀ, ପଶ୍ଚିମ ଗୋଦାବରୀ, ଗୁଣ୍ଟୁର, କୁର୍ଣ୍ଣଲ, ଅନନ୍ତପୁର, ଚିତ୍ତୋର,କଡପା ଏବଂ କ୍ରିଷ୍ଣା ଜିଲ୍ଲାର ବିଭାଜନ ହୋଇ ନୂଆ ଜିଲ୍ଲା ସୃଷ୍ଟି ହୋଇଛି । ନବଗଠିତ ଜିଲ୍ଲାଗୁଡିକରେ ଏସପି ଜିଲ୍ଲାପାଳଙ୍କ ସମେତ ଅନ୍ୟ ଆଇଏସ ଓ ଆଇପିଏସଙ୍କ ନିଯୁକ୍ତି ନିଷ୍ପତ୍ତି ମଧ୍ୟ ନିଆଯାଇଛି ।

ନଜର ପକାନ୍ତୁ ଆନ୍ଧ୍ରର ସମସ୍ତ ଜିଲ୍ଲା ଉପରେ...

  • ଶ୍ରୀକାକୁଲମ
  • ପାର୍ବତୀପୁରମ୍ ମାନ୍ୟମ୍
  • ବିଜୟନଗରମ
  • ବିଶାଖାପଟନମ
  • ଅଲ୍ଲୁରି
  • ଅନାକାପାଲ୍ଲି
  • ପୂର୍ବ ଗୋଦାବରୀ
  • କାକିନଡା
  • କୋନାସୀମା
  • ଇଲ୍ଲୁରୁ
  • ପଶ୍ଚିମ ଗୋଦାବରୀ
  • ଏନଟିଆର ଜିଲ୍ଲା
  • କ୍ରିଷ୍ଣା
  • ଗୁଣ୍ଟୁର
  • ବାପାଟଲା
  • ପାଲାନ୍ଦୁ
  • ପ୍ରକାଶମ
  • ପୋଟି ଶ୍ରୀରମୁଲୁ
  • ତିରୁପତି
  • ଚିତ୍ତୋର
  • ଅନ୍ୟାମାୟା
  • କାଡାପା
  • ଅନ୍ନନ୍ତାପୁରମ
  • ଶ୍ରୀ ସତ୍ୟ ସାଇ
  • ନନ୍ଦୟାଲ
  • କୁର୍ଣ୍ଣୁଲ

କେଉଁ ଜିଲ୍ଲାରେ କେଉଁ ଜିଲ୍ଲାପାଳ ଓ ଏସପି ରହିବେ ଏ ନେଇ ରାଜ୍ୟ ସରକାର ବିବରଣୀ ଜାରି କରି ସାରିଛନ୍ତି । ବିଶାଖାପଟନମ ଜିଲ୍ଲା ୩ ଭାଗ ହୋଇ ଅନକପଲ୍ଲି ଏବଂ ଅଲ୍ଲୁରି ସୀତାରାମ ନାମକ ଦୁଇଟି ଜିଲ୍ଲା ହୋଇଛି । ସେହିପରି ପଶ୍ଚିମ ଗୋଦାବରୀ ୨ ଭାଗ ହୋଇ କାକିନଡା ଏବଂ କୋନସୀମା ନାମକ ୨ଟି ଜିଲ୍ଲା ଗଠନ ହୋଇଛି । ଗୁଣ୍ଟୁର ଜିଲ୍ଲାରୁ ପାଲାନାଡୁ ଏବଂ ବାପତ୍ଲା ନାମକ ଜିଲ୍ଲା ଗଠନ ହୋଇଛି ।

ଆନ୍ଧ୍ରପ୍ରଦେଶ ୨୦୧୪ରେ ଦୁଇଟି ଅଲଗା ରାଜ୍ୟ ଭାବେ ବିଭକ୍ତ ହୋଇଥିଲା । ତେଲେଙ୍ଗାନା ଭାବେ ନୂଆ ରାଜ୍ୟ ଗଢି ଉଠିଥିଲା । ସେବେଠୁ ଆନ୍ଧ୍ରର ଜିଲ୍ଲାକୁ ଭାଗ ଭାଗ କରାଯାଇନଥିଲା । ତେବେ ପ୍ରଶାସନିକ କାର୍ଯ୍ୟକଳାପ ସହଜ ପାଇଁ ମୁଖ୍ୟମନ୍ତ୍ରୀ ଜଗନ ଏବେ ୧୩ଟି ଜିଲ୍ଲାକୁ ୨୬ଟିରେ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତବର୍ଷ ଜାନୁଆରୀରୁ ପ୍ରକ୍ରିୟା ଆରମ୍ଭ କରିଥିଲେ ଆନ୍ଧ୍ର ସରକାର ।

@ANI

Last Updated : Apr 4, 2022, 1:35 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.