ETV Bharat / bharat

ଭାରତୀୟ ବଂଶୋଦ୍ଭବଙ୍କ ହାତରେ UK, ଚର୍ଚ୍ଚିଲଙ୍କ ମନ୍ତବ୍ୟକୁ ଆନନ୍ଦ ମହିନ୍ଦ୍ରାଙ୍କ କଟାକ୍ଷ

ଭାରତ ସ୍ବାଧୀନତା ହେବା ପରେ ବ୍ରିଟିଶର ପୂର୍ବତନ ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚ୍ଚିଲ ଭାରତୀୟଙ୍କ ଦକ୍ଷତାକୁ ନେଇ କଟାକ୍ଷ କରିଥିଲେ । ତେବେ ଆଜି ଦେଶର ୭୫ତମ ସ୍ବାଧୀନତା ଦିବସ ଅବସରରେ ଭାରତୀୟ ବଂଶୋଦ୍ଭବ ୟୁକେର ଶାସନ ଭାର ଗ୍ରହଣ କରିଛନ୍ତି । ଏହି ଅବସରରେ ୱିନଷ୍ଟନଙ୍କ ଉକ୍ତ ମନ୍ତବ୍ୟକୁ କଟାକ୍ଷ କରିଛନ୍ତି ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା । ଅଧିକ ପଢନ୍ତୁ

author img

By

Published : Oct 25, 2022, 6:50 AM IST

Sunak as UK PM: ଭାରତୀୟ ବଂଶୋଦ୍ଭବଙ୍କ ହାତରେ ୟୁକେ, ଚର୍ଚ୍ଚିଲଙ୍କ ମନ୍ତବ୍ୟକୁ ଆନନ୍ଦ ମହିନ୍ଦ୍ରାଙ୍କ କଟାକ୍ଷ

ନୂଆଦିଲ୍ଲୀ: ଋଷି ସୁନକ ଭାରତୀୟ ବଂଶୋଦ୍ଭବ ଭାବେ ୟୁକେର ଶାସନ ଭାର ଗ୍ରହଣ କରିଛନ୍ତି । ବ୍ରିଟେନର ପ୍ରଥମ ଭାରତୀୟ ମୂଳ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଜଣେ ଭାରତୀୟ ଏବେ ବ୍ରିଟିଶଙ୍କୁ ଶାସନ କରିବାକୁ ଯାଉଛନ୍ତି । ଏ ନେଇ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା (Mahindra Group chairman Anand Mahindra) ସୋମବାର ବ୍ରିଟିଶର ପୂର୍ବତନ ପ୍ରଧାନମନ୍ତ୍ରୀ ୱିନଷ୍ଟନ୍ ଚର୍ଚ୍ଚିଲଙ୍କ ମନ୍ତବ୍ୟକୁ କଟାକ୍ଷ କରିଛନ୍ତି ।

  • In 1947 on the cusp of Indian Independence, Winston Churchill supposedly said “…all Indian leaders will be of low calibre & men of straw.” Today, during the 75th year of our Independence, we’re poised to see a man of Indian origin anointed as PM of the UK. Life is beautiful…

    — anand mahindra (@anandmahindra) October 24, 2022 " class="align-text-top noRightClick twitterSection" data=" ">

ଯେତେବେଳେ ଭାରତ ୧୯୪୭ ମସିହାରେ ସ୍ବାଧୀନ ହୋଇଥିଲା, ସେତେବେଳେ ଭାରତଙ୍କୁ ବ୍ରିଟିଶର ପୂର୍ବତନ ପ୍ରଧାନମନ୍ତ୍ରୀ ୱିନଷ୍ଟନ୍ ଚର୍ଚ୍ଚିଲ କଟାକ୍ଷ କରିଥିଲେ । ଭାରତୀୟଙ୍କ ଦକ୍ଷତାର ସ୍ତରକୁ ନେଇ ସେ କଟାକ୍ଷ କରିଥିଲେ । ହେଲେ ଆଜି ଦେଶ ୭୫ତମ ସ୍ବାଧୀନତା ଦିବସ ପାଳନ କରୁଥିବାବେଳେ ଜଣେ ଭାରତୀୟ ବଂଶୋଦ୍ଭବ ଏବେ ବ୍ରିଟିଶଙ୍କୁ ଶାସନ କରିବାକୁ ଯାଉଛି । ଏହି ୨ ମୁହୂର୍ତ୍ତକୁ ତୁଳନା କରି ଆନନ୍ଦ ମହିନ୍ଦ୍ରା 'ଜୀବନ ଖୁବ ସୁନ୍ଦର' ବୋଲି କହିଛନ୍ତି । ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ଘୋଷଣା ପରେ ଆନନ୍ଦ ଏହି ପୋଷ୍ଟ କରିଛନ୍ତି ।

ଏହା ବି ପଢନ୍ତୁ- ବ୍ରିଟେନବାସୀଙ୍କ ପାଇଁ ଦିନ ରାତି କାମ କରିବି କହିଲେ ସୁନକ

ଆନନ୍ଦ ମହିନ୍ଦ୍ରାଙ୍କ ଚର୍ଚ୍ଚିଲଙ୍କ ଯେଉଁ ମନ୍ତବ୍ୟକୁ ନେଇ ଟ୍ବିଟ କରିଛନ୍ତି ତାହା ବ୍ରିଟିଶ ସଂସଦରେ ଚର୍ଚ୍ଚିଲଙ୍କ ଭାଷଣରୁ ଆସିଛି । ଭାରତର ସ୍ବାଧୀନତା ପରେ ଭାରତୀୟ ସ୍ବାଧୀନତା ଆଇନ ଉପରେ ଜୁନ୍‌ ୧୯୪୭ରେ ହାଉସ୍ ଅଫ୍ କମନ୍ସରେ ବିତର୍କ ହୋଇଥିଲା । ସୂଚନା ଥାଉ କି ସୁନକ ହେଉଛନ୍ତି ବ୍ରିଟିଶ ଶାସକ ଦଳ କଞ୍ଜରଭେଟିବ ପାର୍ଟିର ଜଣେ ସାଂସଦ । ସେ ବିଶିଷ୍ଟ ଭାରତୀୟ ଉଦ୍ୟୋଗପତି ତଥା ଇନଫୋସିସର ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ବାଇଁ । ତେବେ ଋଷି ୫୭ତମ ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଥିବାବେଳେ, ବ୍ରିଟିଶ ଇତିହାସରେ ଗତ ଦୀର୍ଘ ୨ ଶତାବ୍ଦୀ ମଧ୍ୟରେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ।

ପୂର୍ବରୁ ମଧ୍ୟ ସେ ପ୍ରଧାନମନ୍ତ୍ରୀ ଦୌଡରେ ଥିବା ବେଳେ ତାଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ଲିଜ ଟ୍ରସ । ତେବେ ଟ୍ରସ ମାତ୍ର ୪୫ ଦିନ ଦାୟିତ୍ବରେ ରହିବା ପରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଇସ୍ତଫା ଦେବା ପାଇଁ ବାଧ୍ୟ ହୋଇଥିଲେ । ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିଶ ଜନଶନ ଓ ଋଷି ସୁନକଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବା ନେଇ ଆଶା କରାଯାଉଥିଲା । ଆଜି ସୁନକ ବିଧିବଦ୍ଧ ଭାବେ ବ୍ରିଟେନର ୫୭ତମ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.