ETV Bharat / bharat

Narendra Giri Death Case: ୧୪ ଦିନିଆ ନ୍ୟାୟିକ ହେପାଜତରେ ଆନନ୍ଦଗିରି

ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ବଢୁଛି ରହସ୍ୟ । ଅଭିଯୁକ୍ତ ଆନନ୍ଦ ଗିରିଙ୍କୁ ୧୪ ଦିନ ନ୍ୟାୟିକ ହେପାଜତରେ ପଠାଯାଇଛି । ନୈନୀ ସେଣ୍ଟ୍ରାଲ ଜେଲ୍‌ରେ ରହିବେ ଆନନ୍ଦଗିରି । ଅଧିକ ପଢନ୍ତୁ...

Narendra Giri Death Case: ୧୪ ଦିନିଆ ନ୍ୟାୟିକ ହେପାଜତରେ ଅଭିଯୁକ୍ତ ଆନନ୍ଦଗିରି

author img

By

Published : Sep 22, 2021, 6:17 PM IST

ପ୍ରୟାଗରାଜ: ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଆନନ୍ଦ ଗିରିଙ୍କୁ ୧୪ ଦିନ ନ୍ୟାୟିକ ହେପାଜତରେ ପଠାଯାଇଛି । ଏହାପୂର୍ବରୁ ମହନ୍ତଙ୍କ ମୃତ୍ୟୁ ମାମଲାକୁ ନେଇ ଆନନ୍ଦଗିରିଙ୍କୁ ୧୨ ଘଣ୍ଟା ଜେରା କରିଥିଲା ପୋଲିସ । ସୁଇସାଇଡ ନୋଟ ଦେଖାଇ ଆନନ୍ଦଗିରିଙ୍କୁ ପୋଲିସ ପକ୍ଷରୁ ବିଭିନ୍ନ ବିଷୟ ଉପରେ ପରାଉଚୁରା କାରଯାଇଛି । ଅନ୍ୟପକ୍ଷେ ଘଟଣାରେ ଫସାଇ ଦିଆଯାଇଥିବାବେଳେ ଏଥିରେ ଯାଞ୍ଚ ହେବାର ଆବଶ୍ୟକତା ଥିବା ପ୍ରତିକ୍ରିୟା ଦେଇଛନ୍ତି ଆନନ୍ଦଗିରି ।

ପ୍ରୟାଗରାଜର ସିଜେଏମ କୋର୍ଟ ଆନନ୍ଦଗିରିଙ୍କୁ ନ୍ୟାୟିକ ହେପାଜତରେ ପଠାଇଛନ୍ତି । ଏହାସମେତ ହନୁମାନ ମନ୍ଦିରର ମୁଖ୍ୟ ପୂଜାରୀ ଆଦ୍ୟା ତିୱାରୀଙ୍କୁ ମଧ୍ୟ ନ୍ୟାୟିକ ହେପାଜତରେ ପଠାଯାଇଛି । ଉଭୟ ପ୍ରୟାଗରାଜର ନୈନୀ ସେଣ୍ଟ୍ରାଲ ଜେଲ୍‌ରେ ରହିବେ ।

ସେପଟେ ନରେନ୍ଦ୍ର ଗିରିଙ୍କୁ ତାଙ୍କ ଶେଷ ଇଚ୍ଛା ମୁତାବକ ଭୂସମାଧି ଦିଆଯାଇଛି । ଏହି ସମୟରେ ପ୍ରବଳ ସଂଖ୍ୟକ ଶ୍ରଦ୍ଧାଳୁ ମହନ୍ତଙ୍କ ଦର୍ଶନ କରିବାକୁ ବାଙ୍ଘବରୀ ମଠ ପହଁଞ୍ଚିଥିଲେ । ବର୍ତ୍ତମାନସୁଦ୍ଧା ମହନ୍ତ ନରେନ୍ଦ୍ର ଗିରିଙ୍କ ଦେହାନ୍ତ ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରିନାହିଁ । ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ରହସ୍ୟ ।

ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଥିଲା ସୁଇସାଇଡ ନୋଟ୍‌ । ଏହାର ଆଧାରରେ ଶିଷ୍ୟ ଆନନ୍ଦଙ୍କୁ ପଚରାଉଚରା କରିଥିଲା ପୋଲିସ । ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୃତ୍ୟୁର କାରଣ ନେଇ ଖୋଳତାଡ ଜାରି ରଖିଛି ଉତ୍ତରପ୍ରଦେଶ ପୋଲିସ । ବଦନାମ ଭୟରେ ସେ ଆତ୍ମହତ୍ୟା କରିଥିବା ନିଜ ସୁଇସାଇଡ ନୋଟରେ ଲେଖିଥିଲେ ମହନ୍ତ ନରେନ୍ଦ୍ର ଗିରି । ଏଥିରେ ଆନନ୍ଦଗିରିଙ୍କ ସମେତ ଅନ୍ୟ କିଛି ଜଣଙ୍କ ନାଁ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.