ବିଶାଖାପାଟଣା: ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ ଜିଲ୍ଲା ଗଡିଭେମୁଲା ସ୍ଥିତ ଦୁର୍ଗା ଭୋଗେଶ୍ବର ମନ୍ଦିରରେ ଜୁଆ ଆଡ୍ଡା । ଏଠାରେ ଜଣେ ଜୁଆଡି ୩ ଲକ୍ଷ ଟଙ୍କା ବିନିଯୋଗରେ ରୋଜଗାର କରିଛି ୩୦ଲକ୍ଷ ଟଙ୍କା । ଏଠାକୁ ଆସୁଥିବା ତୀର୍ଥଯାତ୍ରୀଙ୍କୁ ଜୁଆ ଖେଳାଇ ଏହି ବିପୁଳ ଅର୍ଥ ରୋଜଗାର କରିଥିବା ଜଣାପଡ଼ିଛି । ଟଙ୍କାଏରେ ୧୦ ଟଙ୍କା ବା ଟଙ୍କାଏରେ ୧୦୦ ଟଙ୍କା ମିଳିବାର ଆଶା ଦେଖାଇ ଏପରି ଭାବେ ଜୁଆଡ଼ି ୩୦ଲକ୍ଷ ଟଙ୍କା ରୋଜଗାର କରିଥିବା ଜଣାପଡ଼ିଛି ।
ଜୁଆଡ଼ି ଜଣକ ଏକ ନୂଆ ଢଙ୍ଗର ଉପାୟ ଦ୍ବାରା ଏହି ଅର୍ଥ ରୋଜଗାର କରିଛି । ଧାର୍ମିକ ପୀଠରେ ଏପରି ଅପରାଧିକ କାର୍ଯ୍ୟ ଖୁଲମଖୁଲା ହେଉଥିବା ବେଳେ ମନ୍ଦିର ପ୍ରଶାସନର କିପରି ଦୃଷ୍ଟି ପଡ଼ିଲା ନାହିଁ ସେ ନେଇ ପ୍ରଶ୍ନ ଉଠିଛି । ଶ୍ରୀଦୁର୍ଗା ଭୋଗେଶ୍ବର କ୍ଷେତ୍ରରେ ଚଳିତ ବର୍ଷ ଶିବରାତ୍ରି ପାଳିତ ହୋଇଥିଲା । ଏଠାକୁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଆସିଥିଲେ । ତେବେ ପୂଜା ଶେଷ ହେବା ପରେ କିଛି ଅନୁଷ୍ଠାନ ଏହି ଜୁଆ ଆଡ୍ଡା ଜମାଇଥିଲେ । ଏଠାକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ଭିନ୍ନ ଭିନ୍ନ ଉପାୟ ଦ୍ବାରା ଜୁଆ ଖେଳିବା ଲାଗି ପ୍ରବର୍ତ୍ତାଇଥିଲେ । ଟଙ୍କାଏରେ ୧୦ ଟଙ୍କା ଓ ୧୦୦ଟଙ୍କା ମିଳିବା ପରି ଲୋଭ ଦେଖାଇ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥିଲେ ।
ଏହା ବି ପଢନ୍ତୁ- Darul Uloom Deoband: ଦାଢି କାଟି କଲେଜରୁ ବିଦାହେଲେ 4 ଛାତ୍ର, ଜାରି ହେଲା ଫତଓ୍ୱା
ଏହି ଜୁଆ ଖେଳର ନାମ 'କାଇ ରାଜା କାଇ' ରଖାଯାଇଥିଲା । ଗତ ୧୫ ବର୍ଷ ଧରି ଧାର୍ମିକ ପୀଠରେ ଏପରି ଅପରାଧିକ କାର୍ଯ୍ୟର ରୋକ ଲାଗି ସ୍ଥାନୀୟ ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି । ମାତ୍ର ଚଳିତ ବର୍ଷ କିପରି ଶ୍ରଦ୍ଧାଳୁମାନେ ଜୁଆ ଖେଳିଲେ ଏବଂ ଖୁଲମଖୁଲା ଏହି ଖେଳର ଆୟୋଜନ ହୋଇଥିଲା ତାକୁ ନେଇ ପ୍ରଶ୍ନ ଉଠିଛି । ଜୁଆ ଖେଳିବା ଲାଗି ପ୍ରାୟ ୧୦ଟି ଟେବୁଲ ଏହି ମନ୍ଦିର ବାହାରେ ଲଗାଯାଇଥିବା ଦେଖିବାକୁ ମିଳିଛି । ୨ଦିନ ଧରି ଏପରି ଶ୍ରଦ୍ଧାଳୁଙ୍କୁ ଜୁଆ ଖେଳିବା ଲାଗି ଆକର୍ଷିତ କରି ୩୦ଲକ୍ଷ ଟଙ୍କା ଲୁଟିଥିବା ଜଣାପଡ଼ିଛି ।
କିଛି ଶ୍ରଦ୍ଧାଳୁ ଜୁଆ ଖେଳି କିଛି ଟଙ୍କା ହରାଇବା ପରେ ପୁଣି ଘରକୁ ଯାଇ ଟଙ୍କା ଆଣି ଜୁଆ ଖେଳିଥିବା ଦେଖିବାକୁ ମିଳିଛି । ଏପରି ଭାବରେ ଶ୍ରଦ୍ଧାଳୁମାନେ ଜୁଆ ଖେଳ ଲାଗି ନିଶାସକ୍ତ ହୋଇ ନିଜ କଷ୍ଟ ଅର୍ଜିତ ଅର୍ଥ ହରାଇ ଚାଲିଥିବା ବେଳେ ସେପଟେ ଜୁଆଡି ହୋଇଛି ମାଲେମାଲ । ଅନ୍ୟପଟେ ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକମାନେ ଏନେଇ ପ୍ରଶ୍ନ ଉଠାଇଛନ୍ତି ।