ଶ୍ରୀନଗର: ଜାମ୍ମୁ କାଶ୍ମୀରର ଭାରତ-ପାକ ସୀମା ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ନୌସେରା ସେକ୍ଟରରେ ବିସ୍ଫୋରଣରେ ଦୁଇ ଭାରତୀୟ ଯବାନ ଶହୀଦ । ଶହୀଦଙ୍କ ମଧ୍ୟରେ ଜଣେ ଅଧିକାରୀ ଥିବାବେଳେ ଅନ୍ୟ ଜଣେ ଯବାନ ରହିଥିବା ସୂଚନା ଦେଇଛି ଭାରତୀୟ ସେନା ।
ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ନୌସେରା ସେକ୍ଟରରେ ଏହି ବିସ୍ଫୋରଣ ଘଟିଥିଲା । ସେଠାରେ ସୁରକ୍ଷା ଦାୟିତ୍ବରେ ଥିବା ଜଣେ ସେନାଧିକାରୀ ଓ ଜଣେ ଯବାନ ଶହୀଦ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ବସ୍ଫୋରଣର କାରଣ ସ୍ପଷ୍ଟ ହୋଇ ନଥିବାବେଳେ, ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିବା ସୂଚନା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ