ETV Bharat / bharat

ବନ୍ଧୁକ ସହ ପୁଅର ଫଟୋ ପୋଷ୍ଟ କରି ଫସିଲେ ବାପା, ପଞ୍ଜାବ ପୋଲିସର କାର୍ଯ୍ୟାନୁଷ୍ଠାନ - ପୁଅର ଫଟୋ ପୋଷ୍ଟ କରି ଫସିଲେ ବାପା

ବନ୍ଧୁକ ପରମ୍ପରାକୁ(Promoting Gun culture) ପ୍ରଚାର କରୁଥିବା ପଞ୍ଜାବର ଅମୃତସର ସହରର ଜଣେ 10 ବର୍ଷୀୟ ବାଳକଙ୍କ ନାଁରେ FIR ହୋଇଛି । ଅମୃତସର ପୋଲିସ ଉକ୍ତ ବାଳକର ବାପା ଓ ଅନ୍ୟ ଦୁଇଜଣଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ କରିଛି । ଅଧିକ ପଢନ୍ତୁ

ବନ୍ଧୁକ ସହ ପୁଅର ଫଟୋ ପୋଷ୍ଟ କରି ଫସିଲେ ବାପା, ପଞ୍ଜାବ ପୋଲିସର କାର୍ଯ୍ୟାନୁଷ୍ଠାନ

author img

By

Published : Nov 25, 2022, 8:00 PM IST

ଅମୃତସର(ପଞ୍ଜାବ): ବନ୍ଧୁକ ପରମ୍ପରାକୁ(Promoting Gun culture) ପ୍ରଚାର କରୁଥିବା ପଞ୍ଜାବର ଅମୃତସର ସହରର ଜଣେ 10 ବର୍ଷୀୟ ବାଳକଙ୍କ ନାଁରେ FIR ହୋଇଛି । ଅମୃତସର ପୋଲିସ ଉକ୍ତ ବାଳକର ବାପା ଓ ଅନ୍ୟ ଦୁଇଜଣଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ କରିଛି । ତେବେ ବାଳକିଟର ବାପା ଅଭିଯୋଗ କରିଛନ୍ତି ଯେ, ପୁଅ 4 ବର୍ଷର ଥିବାବେଳେ ବନ୍ଧୁକ ସହ ଏହି ଫଟୋ ନିଆଯାଇଥିଲା ।

ବାଳକଟିର ବାପା ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି: ସୂଚନା ଅନୁଯାୟୀ ସ୍ଥାନୀୟ କାଠୁନାଗଲ ଥାନାରେ ଜଣେ 10 ବର୍ଷୀୟ ବାଳକ ନାଁରେ ମାମଲା ରୁଜୁ ହୋଇଛି । ପିଲାଟିର ବାପା ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ପିଲାଟି ବନ୍ଧୁକ ସହ ଛିଡା ହୋଇଛି କାନ୍ଧରେ ଏକ ବୁଲେଟ ବେଲ୍ଟ ରହିଛି । ସାଇବର ସେଲ୍‌ ପୋଲିସ ନିକଟରେ ଏହି ଫଟୋ ପହଞ୍ଚିବା ପରେ ଖବର ସାମ୍ନାକୁ ଆସିଛି । ତଦନ୍ତ ପରେ ପୋଲିସ ପିଲାଟିକୁ ଟ୍ରେସ୍‌(traced) କରିଥିଲା ଓ ଘର ଠିକଣା ଖୋଜି ପାଇବା ସହ ପିଲାଟିର ବାପାଙ୍କ ନାମ ଭୁପିନ୍ଦର ବୋଲି ଜଣାପଡିଥିଲା । ଏହାପରେ ସମାନ ଘଟଣାରେ ବିକ୍ରମଜିତ ଓ ବିସରତ ନାମକ ଅ୍ୟ ଦୁଇଜଣଙ୍କ ନାଁରେ ମଧ୍ୟ FIR ହୋଇଥିବା ଜଣାପଡିଛି ।

ତେବେ ପୁରା ଘଟଣା ପରେ ପିଲାଟିର ବାପା ନିଜ ପକ୍ଷ ରଖିଛନ୍ତି । ସେ କହିଛନ୍ତି, "ଏହି ଫଟୋ ପୁଅକୁ ଯେବେ 4 ବର୍ଷ ହୋଇଥିଲା, ନିଆଯାଇଥିଲା । 2015ରେ ବନ୍ଧୁକ ସହ ପୁଅର ଏହି ଫଟୋ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହାକୁ ସାଢେ ଛଅ ବର୍ଷ ହୋଇଗଲାଣି, ମାତ୍ର ଏବେ ପୁଅ ଓ ତାଙ୍କ ନାମରେ ପୋଲିସ ମାମଲା ରୁଜୁ କରିଛି ।"

ବନ୍ଧୁକ ପରମ୍ପରା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ପଞ୍ଜାବ ସରକାର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ଦ୍ବାରା ଜାରି ହୋଇଥିବା ନିର୍ଦ୍ଦେଶାନାମା ଅନୁଯାୟୀ, ବନ୍ଧୁକ ପରମ୍ପରା ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ରାଜ୍ୟରେ ଥିବା ସୀକୃତିପ୍ରାପ୍ତ ବନ୍ଧୁକ ଗୁଡିକର ସମୀକ୍ଷା କରିବାକୁ କହିଛନ୍ତି । ଏଥିସହ ନୂଆ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ପ୍ରଦାନ କରିବା ଉପରେ କଟକଣା ଲାଗିଛି । DC ବ୍ୟକ୍ତିଗତ ଭାବେ ସନ୍ତୁଷ୍ଟ ନଥିଲେ ନୂଆ ମୂଳ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ । ସେହିପରି ସୋସିଆଲ ମିଡିଆରେ ବନ୍ଧୁକ ଓ ମାରଣାସ୍ତ୍ର ସହ ଫଟୋ ପୋଷ୍ଟ କରିବା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.