Shopian Encounter: ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ସଫା - ସୋପିଆନ ଏନାକାଉଣ୍ଟର
ଜମ୍ମୁ କାଶ୍ମୀର ସୋପିଆନର ତୁର୍କୱାଗମରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କାଶ୍ମୀର ଜୋର ପୋଲିସ । ଅଧିକ ପଢନ୍ତୁ
ଶ୍ରୀନଗର: ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର ସୋପିଆନର ତୁର୍କୱାଗମରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଏଥିଲେ ଜଣେ ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବଳ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କାଶ୍ମୀର ଜୋର ପୋଲିସ । ବର୍ତ୍ତମାନ ମଧ୍ୟ ଉକ୍ତ ସ୍ଥାନରେ ଏନକାଉଣ୍ଟର ଜାରି ରହିଛି ।
-
#ShopianEncounterUpdate: 01 #terrorist killed. #Operation in progress. Further details shall follow. @JmuKmrPolice https://t.co/VTeJk2N6BU
— Kashmir Zone Police (@KashmirPolice) April 1, 2022 " class="align-text-top noRightClick twitterSection" data="
">#ShopianEncounterUpdate: 01 #terrorist killed. #Operation in progress. Further details shall follow. @JmuKmrPolice https://t.co/VTeJk2N6BU
— Kashmir Zone Police (@KashmirPolice) April 1, 2022#ShopianEncounterUpdate: 01 #terrorist killed. #Operation in progress. Further details shall follow. @JmuKmrPolice https://t.co/VTeJk2N6BU
— Kashmir Zone Police (@KashmirPolice) April 1, 2022
ଉକ୍ତ ଅଞ୍ଚଳରେ ଆତଙ୍କବାତୀଙ୍କ ଉପସ୍ଥିତି ନେଇ ଖବର ପାଇଥିଲେ ସୁରକ୍ଷାବାହିନୀ । ଏହାପରେ ଆତଙ୍କୀ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ପୋଲିସ ଓ ସୁରକ୍ଷାବଳ ମିଳିତ ଅପରେସନ ଆରମ୍ଭ କରି ଦେଇଥିଲା । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନରେ ଜଣେ ଆତଙ୍କୀକୁ ସଫା କରିଛନ୍ତି । ମୃତ ଆତଙ୍କୀର ପରିଚୟ ମିଳିନାହିଁ । ବର୍ତ୍ତମାନ ମଧ୍ୟ ଗୁଳିବିନିମୟ ଜାରି ରହିଥିବା କାଶ୍ମୀର ଜୋନାଲ ପୋଲିସ ଟ୍ବିଟ ଯୋଗେ ସୂଚନା ଦେଇଛି ।
ପ୍ରକାଶ ଥାଉକି, ମାର୍ଚ୍ଚ ୩୦ ତାରିଖରେ ଜମ୍ମୁକଶ୍ମୀର ପୁରୁଣା ଶ୍ରୀନଗରର ରେନାୱାରୀ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରୁ ଗୁଳି ବିନିମୟ ହୋଇଥିଲା । ଏଥିରେ ୨ ଜଣ ଲସ୍କର-ଏ-ତୋଏବାର ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଥିଲେ ସୁରକ୍ଷାକର୍ମୀ । ଚଳିତ ବର୍ଷ ଆରମ୍ଭରୁ ସୀମାରେ ପାଖାପାଖି ୧୫ରୁ ଅଧିକ ଥର ଆତଙ୍କୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ୨୫ରୁ ଅଧିକ ଆତଙ୍କୀ ନିପାତ ହେଲେଣି ।
@ANI