ETV Bharat / bharat

ପୁଲଓ୍ବାମାରେ ଲସ୍କର ଆତଙ୍କବାଦୀ ଗିରଫ - ଲସ୍କର ଆତଙ୍କବାଦୀକୁ ଗିରଫ କଲା ସେନା

ଘାଟିରେ ପୁଣି ଜଣେ ଲସ୍କର ଆତଙ୍କବାଦୀ ଗିରଫ (terrorist arrest in Pulwama district)। ସ୍ଥାନୀୟ ଯୁବକ ହୋଇଥିବା ବେଳେ ଲସ୍କର ଆତଙ୍କବାଦୀଙ୍କୁ କରି ଆସୁଥିଲା ଆକ୍ରମଣରେ ସାହାଯ୍ୟ । ନିକଟରେ ଘଟିଥିବା ବହୁ ଅକ୍ରମଣରେ ସାମିଲ ଥିବା ପୋଲିସର ସୂଚନା । ଅଧିକ ପଢନ୍ତୁ

ପୁଲଓ୍ବାମାରେ ଲସ୍କର ଆତଙ୍କବାଦୀ ଗିରଫ
ପୁଲଓ୍ବାମାରେ ଲସ୍କର ଆତଙ୍କବାଦୀ ଗିରଫ
author img

By

Published : Nov 3, 2022, 7:54 PM IST

ଶ୍ରୀନଗର: ଦକ୍ଷିଣ କାଶ୍ମୀର ପୁଲଓ୍ବାମାରେ ଜଣେ ଆତଙ୍କବାଦୀକୁ ଗିରଫ କରିଛି ସେନା ଓ ସ୍ଥାନୀୟ ପୋଲିସର ମିଳିତ ଟିମ (terrorist arrest in Pulwama district)। ଗିରଫ ଆତଙ୍କବାଦୀ ପାକିସ୍ତାନରୁ ଅପରେଟ ହେଉଥିବା ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବା (L-ET) ସକ୍ରିୟ ସହଯୋଗୀ ବୋଲି ଜଣାପଡିଛି । ଉକ୍ତ ଆତଙ୍କୀକୁ ଗିରଫ କରିବା ପାଇଁ ପୂର୍ବରୁ ଯୋଜନା କରାଯାଇଥିଲା । ସ୍ଥାନୀୟ ପୁଲଓ୍ବାମା ପୋଲିସ, 44-ରାଷ୍ଚ୍ରୀୟ ରାଇଫଲ ଓ ସିଆରପିଏଫର ମିଳିତ ଟିମ ପୁଲଓ୍ବାମାର ଖୁମରୀ ଛକ ନିକଟରୁ ଏହି ଆତଙ୍କୀକୁ ଗିରଫ କରିବାରେ ସଫଳତା ପାଇଛନ୍ତି ।

ପୁଲଓ୍ବାମାରେ ଲସ୍କର ଆତଙ୍କବାଦୀ ଗିରଫ
ପୁଲଓ୍ବାମାରେ ଲସ୍କର ଆତଙ୍କବାଦୀ ଗିରଫ

ଗିରଫ ଆତଙ୍କବାଦୀର ନାମ ଜୁବିର ଅହମ୍ମଦ ଦାର ଓ ସେ ସ୍ଥାନୀୟ ପୁଲଓ୍ବାମା ବାସିନ୍ଦା । ଗତ କିଛି ବର୍ଷ ହେବ ସେ ପାକିସ୍ତାନରୁ ଅପରେଟ ହେଉଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ପାଇଁ କାର୍ଯ୍ୟ କରି ଆସୁଥିଲା । ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ପାଇଁ ସୂଚନା ଯୋଗାଇବା ଓ ଆକ୍ରମଣରେ ସହଯୋଗ କରିବା କାର୍ଯ୍ୟରେ ସେ ନିୟୋଜିତ ଥିଲା । ନିକଟରେ ସୁରକ୍ଷା ବଳର ଯବାନ,ଘାଟିରେ କାଶ୍ମୀର ପଣ୍ଡିତ ଓ ଅଣସ୍ଥାନୀୟଙ୍କ ଉପରେ ହୋଇଥିବା ଏକାଧିକ ଆକ୍ରମଣରେ ମଧ୍ୟ ସେ ସାମିଲ ଥିଲା । ଏନେଇ ପୋଲିସ ଗୁଇନ୍ଦା ସୂଚନା ପାଇବା ପରେ ତାକୁ ଧରିବା ପାଇଁ ଅପରେସନ ଆରମ୍ଭ କରିଥିଲା । ଆଜି ମିଳିତ ଟିମ ଦ୍ବାରା ତାକୁ ଗିରଫ କରାଯିବା ପରେ ତା ନିକଟରୁ ଏକ ହ୍ୟାଣ୍ଡ ଗ୍ରେନେଡ ଓ ଅନ୍ୟ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:-ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଯବାନଙ୍କ ଗୁଳିରେ ଜଣେ ପାକିସ୍ତାନୀ ଆତଙ୍କୀ ସଫା

ଏନେଇ ସ୍ଥାନୀୟ ଥାନାରେ 314/2022 ରେ ଏକ ମାମଲା ରୁଜୁ କାରଯାଇ ତଦନ୍ତ ଜାରି ରଖାଯାଇଛି । ଗିରଫ ଆତଙ୍କୀକୁ ଜେରା ମାଧ୍ୟମରେ ଘାଟିରେ ଆତଙ୍କବାଦୀ କାର୍ଯ୍ୟକଳାପର ଷଡଯନ୍ତ୍ର ନେଇ ବହୁ ଗୁପ୍ତ ତଥ୍ୟ ହାସଲ କରିବାକୁ ପୋଲିସ ପ୍ରୟାସ କରୁଛି । ଅନ୍ୟପଟେ ଆଜି ପୂର୍ବାହ୍ନରେ ପୁଞ୍ଚ ନିକଟବର୍ତ୍ତୀ LOC ରେ ଭାରତୀୟ ସୀମାରେ ଅନୁପ୍ରବେଶ ବେଳେ ଜଣେ ପାକିସ୍ତାନୀ ଆତଙ୍କୀଙ୍କୁ ଗୁଳି କରି ନିପାତ କରିଛନ୍ତି ବିଏସଏଫ ଯବାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.