ETV Bharat / bharat

ଦୁଇ ଟଙ୍କା ବଢିଲା କ୍ଷୀର ଦର - କ୍ଷୀର ଦର ବୃଦ୍ଧି ପ୍ରସଙ୍ଗ

2 ଟଙ୍କା ବଢିବ କ୍ଷୀର ଲିଟର । ପ୍ରମୁଖ କ୍ଷୀର ଉତ୍ପାଦନକାରୀ ସଂସ୍ଥା ଅମୁଲ ଓ ମଦର ଡାଏରୀ ଦର ବଢାଇବା ନେଇ ଦେଲେ ସଙ୍କେତ । ବୁଧାବାର ଠାରୁ ଦେଶବ୍ୟାପୀ ଲାଗୁ ହେବ ବର୍ଦ୍ଧିତ ଦର । ଅଧିକ ପଢନ୍ତୁ

ଦୁଇ ଟଙ୍କା ବଢିଲା କ୍ଷୀର ଦର
ଦୁଇ ଟଙ୍କା ବଢିଲା କ୍ଷୀର ଦର
author img

By

Published : Aug 16, 2022, 7:34 PM IST

ନୂଆଦିଲ୍ଲୀ: ଦର ଦାମ ବୃଦ୍ଧି ବଢି ଚାଲିଥିବା ବେଳେ ଏଥିରେ ମଧ୍ୟ ସାମିଲ ହେବାକୁ ଯାଉଛି କ୍ଷୀର । ଲିଟର ପିଚ୍ଛା ଦୁଇ ଟଙ୍କା ବଢାଇବା ନେଇ ନିଷ୍ପତ୍ତି ନେଇଛନ୍ତି ଅମୁଲ ଓ ମଦର ଡାଏରୀ ପରି ଦେଶର ଅଗ୍ରଣୀ କ୍ଷୀର ଉତ୍ପାଦନକାରୀ କମ୍ପାନୀ । ବୁଧବାର ଠାରୁ ଏହି ବର୍ଦ୍ଧିତ ଦର ଦେଶବ୍ୟାପୀ ଲାଗୁ ହେବା ନେଇ ସୂଚନା ମିଳିଛି ।

ବର୍ତ୍ତମାନ ବଜାରକୁ ଦେଖି ଦର ବଢାଇବା ନିଷ୍ପତ୍ତି ପ୍ରସଙ୍ଗରେ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି ଅଗ୍ରଣୀ କ୍ଷୀର ଉତ୍ପାଦନକାରୀ ସଂସ୍ଥା ଅମୁଲ । ସଂସ୍ଥା କହିଛି, ବର୍ଦ୍ଧିତ ଦର ଲାଗୁ ହେବ ପରେ ଅହମ୍ମଦାବାଦ ଓ ସୌରାଷ୍ଟ୍ରରେ ଲିଟର ପିଚ୍ଛା 2ଟଙ୍କା ବଢିବ ଦର । ସେଠାରେ 500 ମିଲି ଲିଟର କ୍ଷୀରର ଦାମ 31 ଟଙ୍କା ହେବ । ସେହିପରି ଅମୁଲ ତାଜା (Amul Taaza )କ୍ଷୀରର ଅଧ ଲିଟର ପ୍ୟାକେଟ 25 ଟଙ୍କା ଓ ଅମୁଲ ଶକ୍ତି (Amul Shakti) 28 ଟଙ୍କାରେ ମାର୍କେଟରେ ଉପଲବ୍ଧ ହେବ । ଦେଶର ଅନ୍ୟ ପ୍ରମୁଖ ସହରରେ ମଧ୍ୟ ବର୍ତ୍ତମାନର ଦର ଠାରୁ ନୂତନ ଦର ପ୍ରାୟ 2ଟଙ୍କା ଅଧିକା ରହିବା ନେଇ ସଂସ୍ଥା କହିଛି ।

ଅମୁଲର ମୁଖ୍ୟ ଉତ୍ପାଦନକାରୀ ୟୁନିଟ ଗୁଜୁରାଟର ଆନନ୍ଦ ଜିଲ୍ଲାରେ ରହିଛି । ସାରା ଦେଶକୁ କ୍ଷୀର ଯୋଗାଣ କରୁଥିବା ଅମୁଲର ପରିବହନ ଖର୍ଚ୍ଚ ଆଧାରରେ ମୂଲ୍ୟରେ ସାମାନ୍ୟ ଭିନ୍ନତା ମଧ୍ୟ ଦେଖାଯାଏ । ସେହିପରି ଦେଶର ଅନ୍ୟତମ ଅଗ୍ରଣୀ କ୍ଷୀର ଉତ୍ପାଦକ ସଂସ୍ଥା ‘ମଦର ଡାଏରୀ’ ମଧ୍ୟ ଦର ବୃଦ୍ଧି ନେଇ ସଙ୍କେତ ଦେଇଛି । କମ୍ପାନୀ ତାର ବର୍ତ୍ତମାନ ନିର୍ଦ୍ଧାରିତ ଦରରେ ଲିଟର ପିଚ୍ଛା 2 ଟଙ୍କା ବୃଦ୍ଧି କରିବ । ତେବେ କ୍ଷୀର ପରି ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧିକୁ ନେଇ ଉପଭୋକ୍ତା କିନ୍ତୁ ଚିନ୍ତାରେ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.